Odisha news

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ , ଥାନାରେ ମାମଲା

0

ବ୍ରହ୍ମପୁର ୧୨/୨-  ବଡବ୍ଜ଼ାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ କାହ୍ନା ପାତ୍ର ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ  ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୪୩/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ  ଯେ,ପ୍ରହଲ୍ଲାଦ ନଗର ୪ର୍ଥ ଲାଇନର କାହ୍ନା ପାତ୍ର ଏକ ଦୋକାନରୁ କିରାଣୀ ସାମଗ୍ରୀ କିଣୁଥିବା ବେଳେ କାଳିଆ ସେଠି ନାମକ ଜଣେ ଯୁବକ ତାଙ୍କୁ ହଠାତ ମଦ ବୋତଲରେ ଆକ୍ରମଣ କରିଥିଲେ । କାହ୍ନା କାଳିଆକୁ କଣ ହେଲା କାହିଁକି ମାରୁଛ ପଚାରିବାରୁ କାଳିଆ ହାତରେ ଧରିଥିବା ମଦ ବୋତଲରେ କାହ୍ନାର ପେଟ ଓ ମୁଣ୍ଡକୁ ମାରିଥିଲେ । ଯାହା ଫଳରେ କାହ୍ନାଙ୍କ ଶରୀରର ବିଭିନ୍ନ ଜାଗାରେ କ୍ଷତସୃଷ୍ଟି ହୋଇଥିଲା । ପୂର୍ବ ଶତ୍ରୁତାରୁ କାହ୍ନଙ୍କୁ ଆକ୍ରମଣ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି।

Nalco
Leave A Reply