ଧରାକୋଟ/ଧରାକୋଟ ବ୍ଲକ ଅନେକ ସ୍ଥାନରେ ଖୋଲା ଖୋଲି ଇଟାମାଫିଆଙ୍ଗ ରାଜ।ପ୍ରଶାସନିକ କୁ ଫୁ। ସବୁଠି ଗଢି ଉଠିଛି ବେଆଇନି ଇଟା ଭାଟି। ପ୍ରଦୂଷଣ ଆଇନକୁ ଆଖିଠାର ମାରି ରାଜସ୍ୱ ବିଭାଗକୁ ହାତର କରି କରିଛନ୍ତି ରାଜ। କୋଇଲା ଓ ଖାଇରେ ଇଟା ପୋଡି ପରିବେଷଣ ପ୍ରଦୂଷଣ କରୁଥିଲେ ମଧ୍ୟ ସେଥିପ୍ରତି ସତେ ଯେମିତି ପ୍ରଶାସନ ର ନିଘା ନାହିଁ। ଏପରିକି ଅନେକ ଇଟା ଭାଟିରେ ଶିଶୁ ଶ୍ରମିକ ମାନେ ଶ୍ରମ ଦାନ କରୁଥିବାର ମଧ୍ୟ ନଜିର ରହିଛି। ତଥାପି ପ୍ରଶାସନ ସବୁ ଦେଖି ଚୁପ ।ପ୍ରଶାସନ ପକ୍ଷରୁ ବେଆଇନ କାରବାର କୁ ରୋଖିବା ଓ ରାଜସ୍ୱ ସଂଗ୍ରହ କୁ ଗୁତ୍ୱର ଦିଆଯିବା ସହ ଜଳ,ଜମି,ଜଙ୍ଗଲ ଗ୍ରାମ ପରିବେଶ ସୁରକ୍ଷା କୁ ସରକାରଙ୍କ ପକ୍ଷରୁ ଗୁରୁତ୍ୱର ଦିଆ ଯାଉଥିବା ବେଳେ ଧରାକୋଟ ତହସିଲ ଅଞ୍ଚଳ ରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି l
ଧରାକୋଟ ତହସିଲ ରେ ଛତୁ ଫୁଟିଲା ଭଳି ଗଢି ଚାଲିଛି ବେଆଇନ ମାଟି ଇଟା ଭାଟି l ସବୁ ଠାରୁ ଉଦବେଗ ର ବିଷୟ ହେଲା, ବର୍ତ୍ତମାନ କିଛିଦିନ ହେଲା ଜଙ୍ଗଲ ଧୂଆଁ ରୁ ଧରାକୋଟ ଅଞ୍ଚଳ ବାସିନ୍ଦା ମୁକ୍ତି ପାଇ ଥିବା ବେଳେ ଏବେ ପୋଡା ଯାଉଥିବା ମାଟି ଇଟା ର ଧୂଆଁ ଗ୍ରାମାଅଞ୍ଚଳ ରେ ପରିବେଶ ପ୍ରଦୂଷଣ କରିବା ସାଙ୍ଗକୁ ଜନସାଧାରଣଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଏହି ବେଆଇନ ଇଟାଭାଟି ଧରପଗଡ଼ ରୋକିବା ପାଇଁ ଖୋଦ ଉପଜିଲ୍ଲାପାଳ ମହାଶୟ ସ୍ଥାନୀୟ ତାହସିଲକୁ ନିର୍ଦେଶ ଦେବାପରେ ବି କୌଣସି କାଯ୍ୟାନୁଷ୍ଠାନ ନିଆ ଯାଇନଥିବା ଦେଖିବାକୁ ମିଳିଛି। ଏପରିକି ଧରାକୋଟ ତହସିଲର ବିଭିନ୍ନ ସର୍କଲରେ ଯଥା ଧରାକୋଟ, ସିଙ୍ଗିପୁର, କାଇଠିରା, ଝଡ଼ବାନ୍ଧ, ପଣିବନ୍ଧ, ପୁଟୁ, ମୁଣ୍ଡମରାଇ, ଦଶମଇଲି,ବେଠୁଆର,ଲଷ୍ମୀପୁର, ଦାମଦରପଲ୍ଲୀ, ଓଳମ୍ଭା,ଚାରିଛକ,ତାଳପାଟଣା,K. ରାମଚନ୍ଦ୍ରପୁର,ବରଡାବାଲି,ଭରତ ପଲ୍ଲୀ, ମାଣିକ୍ୟପୁର, ସୁନାପଲ୍ଲୀ,ଜଗମୋହନ, କାନିଗିରିଡି ଆଦି ସ୍ଥାନରେ ବେଆଇନ ଇଟାଭାଟି ଇଟାଭାଟି ରହିଥିବା ବେଳେ ପ୍ରଶାସନ ନିରବ। ଇଟାଭାଟି ମାଲିକ ମାନେ ପ୍ରଶାସନ ଆଖିରେ ଆଙ୍ଗୁଠିଗେଞ୍ଜି ଓ ଧୃଢ଼କାର୍ଯ୍ୟନୁଷ୍ଠାନ କୁ ଫୁ କରି ପ୍ରଶାସନ ର ନାକ ତଳେ ବେଧଡକ ଇଟା ପକାଇବା ଏବେ ପ୍ରଶାସନ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୁଷ୍ଟି କରିଛି।
