Odisha news

ମନ୍ଦିରରୁ ଲକ୍ଷାଧିକ ଟଙ୍କା ଓ ରୁପା ଚୋରି

0

ଵ୍ରହ୍ମପୁର   ୧୨/୨- ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିର ପରିସରରେ ଥିବା କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କା ସହ ଅଧା କେଜି  ରୂପା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ମନ୍ଦିର ସେବାୟତ ବାଲୁଙ୍କେଶ୍ୱର ଦାସ  ନିମଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତ୍ତି କରି ପୋଲିସ ୫୩/୨୩ ରେ  ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରୁଛି। ଅଭିଯୋଗ ପ୍ରକାରେ ଶନିବାର  ବିଳମ୍ବିତ ରାତିରେ ଉକ୍ତ ମନ୍ଦିରର ଉନ୍ନତି ପାଇଁ ଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହ ଅଧେ କିଲୋ ରୁପା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଘଟଣା ସ୍ଥଳରେ  ପୋଲିସ ,ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଘଟଣାରୁ ପ୍ରକାଶ ଯେ,   ଶନିବାର  ରାତିରେ ମନ୍ଦିର ନୀତି କାନ୍ତି ସରିବା ପରେ ମନ୍ଦିର ବନ୍ଦ କରି ସେବାୟତ ବାଲୁଙ୍କେଶ୍ୱର ନିଜ ଘରକୁ ଯାଇଥିଲେ । ସକାଳୁ ସେ ମନ୍ଦିରକୁ ଆସି ଦେଖିବା ବେଳେ ମନ୍ଦିର କାର୍ଯ୍ୟାଳୟର ତାଲା ଭଙ୍ଗା ଯାଇଛି। ସେହିପରି ସେଠାରେ ଥିବା ଆଲମାରୀ ମଧ୍ୟ  ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ । ପରେ ମନ୍ଦିର ସେବାୟତ ଜଣଙ୍କ ଏନେଇ  କମିଟିକୁ ଖବର ଦେଇଥିଲେ । ଖବର ପାଇ କମିଟି ସଦସ୍ୟ ଘଟଣା ସ୍ଥଳେ ପହଞ୍ଚି କାର୍ଯ୍ୟାଳୟର ଆଲମୀରା ଭିତରେ ଥିବା ସମସ୍ତ ଟଙ୍କା ଓ ରୁପା ସାମଗ୍ରୀ ଗାୟବ ଥିଲା।ପରେ ଏନେଇ ସେବୟତ ଜଣଙ୍କ  ନିମଖଣ୍ଡି ଥାନା ପୋଲିସକୁ ଖବର କରିଥିଲେ।

Nalco
Leave A Reply