Odisha news

ନୂତନ କୃଷି ଆଇନକୁ ବିରୋଧ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତିର ବ୍ରହ୍ମପୁର ଠାରେ ରେଳ ରୋକ

ବ୍ରହ୍ମପୁର : (ସୁଶାନ୍ତ କୁମାର ପଟ୍ଟନାୟକ) : ଗୁରୁବାର ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ କରାଯାଇଛି । ମିଳିତ କୃଷକ ସଂଗଠନ ଏହି ଡାକରା ଦେଇଥିବା ବେଳେ ଗଂଜାମ ଜିଲ୍ଲା ବ୍ରହ୍ମପୁର ରେଳ ଷ୍ଟେସନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ  ରେଳ ଲାଇନରେ ଧାରଣା ଦେଇ ରେଳ ଚଳାଚଳ ବନ୍ଦ କରି ପ୍ରତିବାଦ କରିଥିଲେ କୃଷକ ସଂଘର୍ଷ ସମନ୍ଵୟ ସମିତିର କର୍ମକର୍ତ୍ତା ।ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ସମେତ ବିଭିନ୍ନ ଚାଷୀ ସଂଗଠନ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବ୍ରହ୍ମପୁର ରେଳ ଷ୍ଟେସନ ରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୋଦୀ ସରକାର ଓ ପ୍ରଚଳିତ କୃଷି ଆଇନ କୁ ନେଇ ପ୍ରବଳ ବର୍ଷିଥିଲେ ଚାଷୀ ନେତା। ଦିବା ୧୨ ଘଣ୍ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ରେଳରୋକ ଆନ୍ଦୋଳନରେ ଶତାଧିକ କୃଷକ ନେତା ଓ କର୍ମୀ ମାନେ ରେଳ ଲାଇନ ଉପରେ ପ୍ରାୟ ଦୁଇ ଘଣ୍ଟା ଧରି ବସି ରହିଥିଲେ। ଫଳରେ ରେଳ ଚଳା ଚଳ ବାଧା ପ୍ରାପ୍ତ ହୋଇଥିଲା । ବିଶାଖା ଏକ୍ସପ୍ରେସ ବ୍ରହ୍ମପୁର ପହଞ୍ଚି ନପାରି ଇଛାପୁରରେ ଅଟକି ରହିଥିଲା। ଅନ୍ୟ  କିଛି ଟ୍ରେନ ମଧ୍ୟ ବ୍ରହ୍ମପୁର ଆସି ପାରି ନଥିଲା।  କୃଷକ ଦେଶର ଆର୍ଥିକ ମେରୁଦଣ୍ଡ ହୋଇଥିବା ବେଳେ ମୋଦୀ ସରକାର  କୃଷି ବ୍ୟବସ୍ଥା କୁ କର୍ପୋରେଟ୍ ମାନଙ୍କ ସ୍ବାର୍ଥରେ ଟେକି ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ନେତା।
ଏମ ଏସ ପି ପାଇଁ ଆଇନ କରିବା, କୃଷକ ଆନ୍ଦୋଳନ ରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତି ପୂରଣ ପ୍ରଦାନ କରିବା, କୃଷକ ନେତା ମାନଙ୍କ ଉପରୁ ମିଥ୍ୟା ମକଦ୍ଧମା ପ୍ରତ୍ୟାହାର କରିବା ପ୍ରଭୃତି ଦାବିରେ ଆଗାମୀ ଦିନରେ କୃଷକ ଆନ୍ଦୋଳନ ଆହୁରି ବ୍ଯାପକ କରିବାକୁ ଚେତାବନୀ ଦେଇଛି କୃଷକ ସଂଘର୍ଷ ସମନ୍ଵୟ ସମିତି ।

Comments are closed.