କବିସୂର୍ଯ୍ୟନଗର ଅର୍ଜୁନପଲୀ କାଜୁ ଜଙ୍ଗଲ ରେ ମହିଳାଙ୍କୁ ହତ୍ୟା ଘଟଣାରୁ ପରଦା ହଟିଲା : ସ୍ବାମୀ ଓ ସଉତୁଣୀ ସାଜିଥିଲେ ହତ୍ୟାକାରୀ
କବିସୂର୍ଯ୍ୟନଗର ( ସୁଶାନ୍ତ କୁମାର ପଟ୍ଟନାୟକ) ସ୍ବାମୀ ଓ ପ୍ରେମିକ ସାଜିଥିଲେ ହତ୍ଯାକାରୀ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା
ଅର୍ଜୁନପଲୀ କାଜୁ ଜଂଗଲରେ ମହିଳାଙ୍କୁ ହତ୍ଯା ଘଟଣାର ଖୁଲାସା କରିଛି କବିସୂର୍ଯ୍ୟନଗର ପୋଲିସ ।ବାଉଁସିଆ ପଞ୍ଚାୟତ ର ଅର୍ଜୁନ ପଲ୍ଲୀ ଝରନାଳ କାଜୁ ଜଙ୍ଗଲରେ ଗତ ୭ ଫେବୃୟାରୀ ରେ ଜଣେ ମହିଳାଙ୍କ ମୃତ ଶରୀର ମିଳିବା ପରେ କବିସୂର୍ଯ୍ୟନଗର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଖୋଳତାଡ। ମୃତ ମହିଳା ଜଣକ ହେଲେ ଲିଲି ନାହକ ଏବଂ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ଲିଲିକୁଂ ଙ୍କୁ ଯେଉଁଭଳି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ପୁରୁଷୋତ୍ତମପୁର ଏସ ଡି ପି ଓ ସୀମା ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍। ଏସ ଡି ପି ଓ ସୀମା ସ୍ୱାଇଁ ଙ୍କ ଉପସ୍ଥିତ ରେ ଆଜି କବିସୂର୍ଯ୍ୟ ନଗର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବା ସହ ଏହା ଏକ ପ୍ରେମ ଜନିତ ଏବଂ ଟକାଂ କୁ ନେଇ ହତ୍ୟାକାଣ୍ଡ ଥିଲା ବୋଲି ସୂଚନା ମିଳିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡ ରେ ବ୍ୟବହୃତ ହେଉଥିବା ଗୋଟିଏ ଧାରୁଆ ଶାବଳ ଜବତ କରିଥିବା ନେଇ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛି ପୋଲିସ।,ଗିରଫ ଦୁଇ ଜଣ ହେଲେ ୩୨ ବର୍ଷୀୟ ଶଙ୍କର ନାହାକ ଓ ୪୫ ବର୍ଷୀୟ ରେଣୁ ନାହକ। କେସ ନମ୍ବର ୩୮/୨୦୨୧ ରେ ମୋକଦ୍ଦମା ରୁଜୁ କରାଯାଇ ଧାରା ୩୦୨, ୨୦୧, ଓ ୩୪ ଆଇପିସି ରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା କହିଛନ୍ତି ଏସ୍ ଡି ପିଓ ସୀମା ସ୍ୱାଇଁ।ସାମ୍ବାଦିକ ସମ୍ମିଳନୀରେ ଏସ୍ ଡି ପିଓ ସୀମା ସ୍ୱାଇଁ ଙ୍କ ସମତେ ସାଇଣ୍ଟିପିକ ଟିମ ର ସଦସ୍ୟ ଦୀପ୍ତି ରଞ୍ଜନ ପାଢ଼ୀ,କବିସୂର୍ଯ୍ୟ ନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ଏସ୍ ଆଇ ଅର୍ଜୁନ କଁହର, ଏସ୍ ଆଇ ସ୍ନେହମଞ୍ଜରୀ ସାହୁ ଉପସ୍ଥିତ ଥିଲେ।

Comments are closed.