ବ୍ରହ୍ମପୁର ତା ୯।୧ : ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜରଦୋଶ ବ୍ରହ୍ମପୁର ଲୋକସଭା ଗସ୍ତରେ ଆସି ପୂର୍ବାହ୍ନରେ ବ୍ରହ୍ମପୁର ରେଳ ଷ୍ଟେଷନ୍ ଠାରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଜରଦୋଶଙ୍କୁ ସ୍ୱତନ୍ତ୍ର ସାରକିଟ ହାଉସ ପର୍ଯ୍ୟନ୍ତ ପାଛୋଟି ଅଣାଯାଇ ଥିଲା । ପ୍ରଥମେ ଜିଲ୍ଲା ପଦାଧିକାରୀ ସମିତି ଓ ମଣ୍ଡଳ ସଭାପତି ମାନଙ୍କ ସହ ସାଙ୍ଗଠନିକ ବୈଠକ କରି ଜିଲ୍ଲାରେ ବିଜେପି ର ସାଙ୍ଗଠନିକ ସୁଦୃଢ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ତତପରେ ଲୋକସଭା କମିଟିଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ମଧ୍ୟାହ୍ନ ସମୟରେ ଜିଲ୍ଲାର ବିଭିନ୍ନ ମୋର୍ଚ୍ଚାର ସମିତିଙ୍କ ସହ ମିଳିତ ଭାବେ ସାଙ୍ଗଠନିକ ଗତିବିଧି ଓ ସାଙ୍ଗଠନିକ ସୁଦୢଢ଼ତା ନେଇ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ପରେ ଜିଲ୍ଲାର ବରିଷ୍ଠ ନେତା ଏବଂ ବ୍ରହ୍ମପୁର କର୍ପୋରେଟର ମାନଙ୍କ ସହ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଜରଦୋଶ ମଧ୍ୟାହ୍ନ ଭୋଜନ କରିଥିଲେ । ଅପରାହ୍ନରେ ଶ୍ରୀମତି ଜରଦୋଶ ଏକ “ସାମ୍ୱାଦିକ ସମ୍ମିଳନୀକୁ” ସମ୍ୱୋଧନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ଯୋଜନା ନିଜ ନାମ ରେ କରି ଏହାର ଫାଇଦା ଉଠାଇ ଥିବା ବେଳେ ଏହାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚିଲା ପରି କାର୍ଯ୍ୟ କରିବା ପାଇଁ ସଚେତନ ଆବଶ୍ୟକ ବୋଲି
କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଜରଦୋଶ ମତବ୍ଯକ୍ତ କରିଥିଲେ। ରେଳବାଇର ବିକାଶ ପାଇଁ ଯୋଜନା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର,ରାଜ୍ୟ ଉପ ସଭାପତି ଭୢଗୁ ବକ୍ସିପାତ୍ର,ସଂଯୋଜକ ସରୋଜ ସାବତ, ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି, କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା,ପ୍ରଶାନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଉପ ସଭାପତି ତଥା ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ, ଜିଲ୍ଲା ଉପ ସଭାପତି ଡ଼ା.ସୁବାଷ ସାହୁ,ମନୋଜ ପଟନାୟକ,ପରେଶ ରଥ,ୱାଇ.ମହୋନ ରାଓ,ବିନୋଦ ମିଶ୍ର,ରାମ କୁମାର ପାତ୍ର,ରଶ୍ମୀରେଖା ମହାପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ପ୍ରଦୀପ ଶତପଥି,ସୁଶିଳା ମଲ୍ଲିକ, ଲକ୍ଷ୍ମୀ ପଣ୍ଡା,ଭୀମସେନ୍ ବେହେରା,ବବିତା ପାତ୍ର,ସିଦ୍ଧାନ୍ତ ଗଙ୍ଗଦେବ,ରାଜେଶ ସାହୁ,ଶିବ ଶଙ୍କର ନାୟକ,ରତ୍ନଗର୍ଭା ସରସ୍ୱତୀ,ମହନ୍ତ ଚିନ୍ମୟାନନ୍ଦ ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପରେ ସେଠରୁ କୁକୁଡ଼ାଖଣ୍ଡି ଗସ୍ତରେ ଯାଇ ଆପନା ପ୍ରମୁଖଙ୍କ ସହ ବୈଠକ କରିଥିଲେ । ସେଠାରୁ ବ୍ରହ୍ମପୁର ୱାର୍ଡ଼ ନଂ ୩ରେ ଥିବା ବୁଣାକାରଙ୍କ ସହ ଆଲୋଚନା କରିଥିଲେ । ପରେ ସଂଧ୍ୟାରେ ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ପରିଦର୍ଶନ କରି ସେଠାରୁ ଗୋଷାଣୀନୂଆଗାଁ ସ୍ଥିତ ସଂଘ କାର୍ଯ୍ୟାଳୟକୁ ଯାଇ ବିଚାର ପରିବାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।