Odisha news

ବ୍ରହ୍ମପୁର : ପ୍ରଶାସନ ଓ ଚାଇଲ୍ଡଲାଇନ୍ ର ମିଳିତ ପ୍ରଚେଷ୍ଠାରେ ଦୁଇଗୋଟି ବାଲ୍ୟବିବାହ ପଣ୍ଡୁର ହେଲା।

0

ବ୍ରହ୍ମପୁର :  ନିକଟସ୍ଥ ତରାଇ ଗଞ୍ଜୁ ଗ୍ରାମରେ ଆଗାମୀ ୮ ତାରିଖରେ ଏକ ବାଲ୍ୟ ବିବାହ ହେବାକୁ ଥିବା ଚାଇଲ୍ଡଲାଇନ୍ କେନ୍ଦ୍ରକୁ ଖବର ଆସିଥିଲା । ତୁରନ୍ତ ଏ ସଂକ୍ରାନ୍ତ ରେ ସମସ୍ତ ବିବରଣୀ ରଙ୍ଗେଇଲୁଣ୍ଡ ସି.ଡି.ପି.ଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଜୋଛନା ପାଢ଼ୀଙ୍କୁ ଅବଗତ କରାଯାଇଥିଲା । ଗୋପାଳପୁର ପୋଲିସ ଶ୍ରୀ ଅଜୟ କୁମାର ଶତପଥି ତଥା ସ୍ପେସିଆଲ ଫୋର୍ସଙ୍କ ସହାୟତାରେ ଆଜି ଶ୍ରୀମତୀ ପାଢ଼ୀ, ଚାଇଲ୍ଡଲାଇନ୍ ସହାୟତା କେନ୍ଦ୍ରର ତୋପଇ ସାହୁ, ଶିଳ୍ପା ସେଠି, ଏନ ପ୍ରକାଶ ରାଓ ଓ ଅଙ୍ଗନବାଡି କର୍ମୀ ସେହି ଗ୍ରାମକୁ ଯାଇଥିଲେ । ସେଠାରେ ଗୋଟିଏ ନୁହଁ ଆଗାମୀ ଦିନରେ ଦୁଇ ଗୋଟି ବାଲ୍ୟ ବିବାହର ଯୋଜନା ରହିଅଛି ।

ସ୍ଥାନୀୟ ବିଦ୍ୟାଳୟରୁ ଶିଶୁମାନଙ୍କ ବୟସ ଦେଖିବାରୁ ଜଣାଗଲା ଜଣେ 13 ବର୍ଷ ତ ଅନ୍ୟଜଣେ 14 ବର୍ଷ। ଦୁଇ ନାବାଳିକାଙ୍କ ବିବାହ ସେହି ଗ୍ରାମର ଦୁଇ ବାସିନ୍ଦା ମିଟୁ ବେହରା (୨୫ ବର୍ଷ) ଅନ୍ୟ ଜଣେ କାଳିଆ ବେହେରା (୨୨ ବର୍ଷ) ଙ୍କ ସହ ଅନୁଷ୍ଠିତ ହେବାକୁ ଥିଲା । ସ୍ଥାନୀୟ ସରପଞ୍ଚ, ଶିକ୍ଷକ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ, ବର କନ୍ୟା ପରିବାରଙ୍କୁ ବାଲ୍ୟ ବିବାହର କୁ ପରିଣାମ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଶେଷରେ ସମସ୍ତଙ୍କ ଉପସ୍ଥିତିରେ ଦୁଇ ପରିବାର ଏକ ସ୍ବୀକାରୋକ୍ତି ପ୍ରଦାନ କରିଥିଲେ, ଶିଶୁ ଦୁହିଁଙ୍କ ସରକାରୀ ସ୍ୱୀକୃତ ବିବାହ ବୟସ ନହେବା ପର୍ଯ୍ୟନ୍ତ ସେମାନଙ୍କ ବିବାହ ଦେବେ ନାହିଁ, ଯଦି ଏହାର ଅବମାନନା କରନ୍ତି ଆଇନ ଗତ ଦଣ୍ଡ ଭୋଗିବେ । ଉକ୍ତ ପଞ୍ଚାୟତରେ ଏହା ପ୍ରଥମ ବାଲ୍ୟ ବିବାହ ପ୍ରସାଶନ ନଜରକୁ ଆସିଥିଲା ଯାହା ମିଳିତ ପ୍ରଚେଷ୍ଟାରେ ଏଡାଇବାରେ ପ୍ରଶାସନକୁ ସଫଳତା ମିଳିଛି ।

Leave A Reply

Your email address will not be published.