Odisha news

ପେଟର ଚର୍ବିକୁ କମ କରିବା ପାଇଁ ସକାଳୁ ପିଅନ୍ତୁ ଏହି ପାନୀୟ : ବିନା ବ୍ୟାୟାମରେ ମଧ୍ୟ ହୋଇପାରିବ ପେଟରୁ ଚର୍ବି ହ୍ରାସ

ସୁସ୍ଥ ରହିବା ପାଇଁ ନିୟମିତ ଖାଦ୍ୟ ଓ ବ୍ୟାୟାମ ଆବଶ୍ୟକ , ଯାହା ଓଜନ ହ୍ରାସ କରିବାର ଗୋଟିଏ ମାଧ୍ୟମ ଅଟେ l କିନ୍ତୁ ଅଧିକାଂଶ ସମୟ ସମୟ ଅଭାବରୁ ଖାଦ୍ୟ ପେୟ କୁ ଧ୍ୟାନ ଦେଇ ହୋଇନଥାଏ କିମ୍ବା ବ୍ୟାୟାମ ମଧ୍ୟ କରି ହୋଇ ନଥାଏ , ସେହି ସମୟରେ ଆମ ଅଜାଣତ ରେ ଓଜନ ବୃଦ୍ଧି ହେବା ସହିତ ପେଟର ଚର୍ବି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ l ତେଣୁ କରି ଏହି ଚର୍ବି କୁ କମ କରିବା ପାଇଁ ଲେମ୍ବୁ ଓ ଗୁଡରେ ପ୍ରସ୍ତୁତ ଡ୍ରିଙ୍କ ଏହି ଚର୍ବିକୁ କମାଇବାରେ ସାହାଯ୍ୟ କରିଥାଏ l ଆସନ୍ତୁ ଜାଣିବା ସେହି ପାନୀୟର ଉପଯୋଗ ବିଷୟରେ l

ପ୍ରସ୍ତୁତି ପ୍ରଣାଳୀ :
ଗୋଟିଏ ଗ୍ଲାସ ଉଷୁମ ପାଣି ନିଅନ୍ତୁ , ସେହି ପାଣିରେ ଗୋଟିଏ ଚାମଚ ଗୁଡ଼ ଓ ଗୋଟିଏ ଚାମଚ ଲେମ୍ବୁ ରସ ମିଶାନ୍ତୁ l ଏହି ସମସ୍ତ ଜିନିଷକୁ ଠିକ ଭାବରେ ମିଶାଇ ନିଅନ୍ତୁ l ଆପଣଙ୍କ ଚର୍ବି କୁ ହ୍ରାସ କରିବା ପାଇଁ ଏହା ଉପଯୁକ୍ତ ପାନୀୟ ଅଟେ l ଏହାକୁ ଆପଣ ନିୟମିତ ଭାବରେ ଖାଲି ପେଟରେ ସକାଳୁ ପିଇବା ଦ୍ୱାରା ପେଟର ଚର୍ବି ହ୍ରାସ ପାଇବ l

କିଭଳି ଏହା କାମ କରିଥାଏ :
ଗୁଡରେ ଥିବା ମିନେରାଲସ ,ଫାଇବର ,କାର୍ବୋହାଇଡ୍ରେଟ ଓ ପ୍ରୋଟିନ ମୋଟାପଣ କୁ କମ କରିବାରେ ସାହାଯ୍ୟ କରିଥାଏ l ଗୁଡରେ ଥିବା ପୋଟାସିୟମ ମେଟାବୋଲିଯିମ କୁ ଦ୍ରୁତ କରିବା ସହିତ ଇଲେକ୍ଟ୍ରୋ ଲାଇଟିକ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ l ଗୁଡରେ ଥିବା ଫାଇବର ପାଚନ ପ୍ରକ୍ରିୟାକୁ ଠିକ ରଖିଥାଏ l ଯେଉଁ କାରଣରୁ ପେଟରେ ଥିବା ଅତିରିକ୍ତ ଫ୍ୟାଟ କମିବାରେ ଲାଗେ l

ଲେମ୍ବୁରେ ଥିବା ପୋଲି ଫେନଲଲ ଆଣ୍ଟି ଆକ୍ସିଡେଣ୍ଟ ଓଜନକୁ ନିୟନ୍ତ୍ରିତ କରିଥାଏ l ଏହି ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ ଚର୍ବିକୁ ଜମିବାକୁ ଦିଏନାହିଁ ଓ ଖରାପ କୋଲେଷ୍ଟ୍ରଲ କୁ ବାହାର କରି ଦେଇଥାଏ l ଏକା ସାଙ୍ଗରେ ଏହି ଦୁଇଟି ଜିନିଷ ମିଶିଯିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ହେବା ସହ ଶରୀରରେ ଜମା ଫ୍ୟାଟ କୁ କମାଇବାରେ ସାହାଯ୍ୟ କରିଥାଏ l

Comments are closed.