Odisha news

ଖରାଦିନେ ବେଲପତ୍ର ସେବନ କରିବାର ଅଦ୍ଭୁତ ଲାଭ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରି ବିଭିନ୍ନ ରୋଗରୁ ରକ୍ଷା କରିଥାଏ

0

ହିନ୍ଦୁ ଦେବାଦେବୀ ଙ୍କ ନିକଟରେ ବେଲପତ୍ର ଅର୍ପଣ କରାଯିବାର ସାଧାରଣ ନିୟମ ରହିଛି l ବେଲପତ୍ର କୁ ଶିବଙ୍କର ୩ଟି ଆଖି ସହିତ ତୁଳନା କରାଯାଇଛି l ତା ସହିତ ସ୍କନ୍ଦ ପୁରାଣରେ ମଧ୍ୟ ଦେବୀ ପାର୍ବତୀ ବେଲପତ୍ର କୁ ପୂଜା କରିବାର ଓ ବେଲବୃକ୍ଷ ରେ ନିବାସ କରିବା ବିଷୟରେ ବିଶେଷ ବର୍ଣନା କରାଯାଇଛି l ପୁରାଣ ଭଳି ଭାରତୀୟ ଆୟୁର୍ବେଦ ରେ ବେଲପତ୍ର ଓ ବେଲଗଛ କୁ ମଧ୍ୟ ଖୁବ ଗୁରୁତ୍ୱ ଦିଅ ଯାଇଛି l

ବେଲପତ୍ର ଓ ବେଲ ଔଷଧୀୟ ଗୁଣରେ ଭରପୁର ଅଟେ l ଵେଲଗଛ ର ପତ୍ର ଗୁଡିକ ଜୀବାଣୁ ରୋଧି ଅଟେ ତେଣୁ ଏହା ଶରୀର ପକ୍ଷରେ ଖୁବ ହିତକର ବୋଲି କୁହାଯାଇ ଥାଏ l ଆଜି ଆସନ୍ତୁ ଜାଣିବା ବେଲପତ୍ର ର ଚମତ୍କାର ଲାଭ ବିଷୟରେ l

* ଶ୍ୱାସ ପ୍ରଣାଳୀ ସମସ୍ୟା ପାଇଁ ହିତକର – ଆମ ଭିତରୁ ଅଧିକାଂଶ ଲୋକ ଜାଣିଛନ୍ତି ବେଲ ରୁ ଗୋଟିଏ ବିଶେଷ ପ୍ରକାରର ତେଲ ବାହାରି ଥାଏ l ଏହି ତେଲ ଆସ୍ଥମା, ସର୍ଦି ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟାକୁ ଠିକ କରିଥାଏ l ତେଣୁ ଯଦି ଆପଣଙ୍କର ଏହି ସମସ୍ୟା ଦେଖା ଯାଉଛି ତେବେ ବେଲ ତେଲ କୁ ବ୍ୟବହାର କରି ଏଥିରୁ ଆରାମ ପାଆନ୍ତୁ l

* ମଧୁମେହ ପାଇଁ ହିତକର – ବେଲପତ୍ର ଶରୀରରେ ରକ୍ତ ଶର୍କରା ସ୍ତର କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ବେଲପତ୍ର ସେବନ କରିବା ଦ୍ୱାରା ଏଥିରେ ଥିବା ଲେକ୍ସଟିବେଶ ଶର୍କରା ସ୍ତରକୁ ନିୟନ୍ତ୍ରିତ କରି ଆବଶ୍ୟକୀୟ ଇନ୍ସୁଲିନ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ l

* ସ୍କର୍ବି କୁ ଠିକ କରିଥାଏ – ବେଲ କୁ ଭିଟାମିନ ର ସମୃଦ୍ଧ ସ୍ରୋତ ବୋଲି କୁହାଯାଏ l ସ୍କର୍ବି ରୋଗ ଭିଟାମିନ ସି ଶରୀରରେ କମିବା ଦ୍ୱାରା ହୋଇଥାଏ l ତେଣୁ ବେଲପତ୍ର ସ୍କର୍ବି ରୋଗକୁ ଠିକ କରିବାରେ ସାହାଯ୍ୟ କରିଥାଏ l

* କୋଷ୍ଠ କାଠିନ୍ୟ ସମସ୍ୟା – ଯଦି ଆପଣ କୋଷ୍ଠ କାଠିନ୍ୟ ସମସ୍ୟାରେ ଆକ୍ରାନ୍ତ ରହୁଛନ୍ତି ତେବେ ଲୁଣ ସହିତ ଗୋଲ ମରିଚ ସେବନ କରନ୍ତୁ l ଏହା କୋଷ୍ଠ କାଠିନ୍ୟ ସହିତ ପେଟର ସମସ୍ତ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ l ତା ସହିତ ଗୋଟିଏ ପ୍ରାକୃତିକ ଔଷଧ ହୋଇଥିବା କାରଣରୁ ବେଲପତ୍ର ଶରୀରର ବ୍ୟାଡ଼ ଟକ୍ସିନ ଅର୍ଥାତ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ l

* ଆଣ୍ଟି ଭାଇରାଲ ଗୁଣରେ ଭରପୁର – କୁହାଯାଏ ଯେ ବେଲପତ୍ର ଓ ବେଲ ଆଣ୍ଟି ଫଙ୍ଗାଲ ଓ ଆଣ୍ଟି ଭାଇରାଲ ଗୁଣରେ ଭରପୁର ଅଟେ l ଯେଉଁ କାରଣରୁ ଏହାର ବ୍ୟବହାର ଆମ ଶରୀରର ବିଭିନ୍ନ ସଂକ୍ରମଣ କୁ ଠିକ କରିବାରେ ସାହାଯ୍ୟ କରିଥାଏ l ଏହା ସହିତ ଗବେଷକ ମାନଙ୍କ ମତରେ ରୋଗ ପ୍ରତିରୋଧକ ଖାମତା ବୃଦ୍ଧି ପାଇଥାଏ l

Leave A Reply