Odisha news

ଛତ୍ରପୁର ବିଡିଓଙ୍କୁ ଅତିରିକ୍ତ ଦାୟିତ୍ୱ

0
ଛତ୍ରପୁର,୨/୬: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନିକ) ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ଦ୍ୱୟ ପଦବୀ ଖାଲି ପଡିଥିବା ଯୋଗୁଁ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନିକ) ଏବଂ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ) ଛତ୍ରପୁର ବ୍ଲକ ସହକାରୀ ଯନ୍ତ୍ରୀ ଇଂ ନିରଞ୍ଜନ ପଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପୌରହିତ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ) ତଥା ଭାରପ୍ରାପ୍ତ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନିକ) କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କ୍ଷୀପ୍ରଲିପିକ( ଷ୍ଟେନୋ) ପ୍ରଫୁଲ କୁମାର ଗୌଡଙ୍କ ଚାକିରିରୁ ଅବସର ଗ୍ରହଣ କରିଥିବାରୁ ଦ୍ୱୟଙ୍କୁ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ ।
ସେହିପରି ଏମ୍‌ନରେଗା ଯୋଜନାର ଓଏସ୍‌ଡି ଦାୟିତ୍ୱରେ ଥିବା ଭି.ଅଭିଜିତ୍ କୁମାରଙ୍କୁ ମଧ୍ୟ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦୀର୍ଘଦିନ ଧରି ଏହି ଯୋଜନା ପରିଚାଳନା ଦାୟିତ୍ୱରେ ରହିଥିବା ବେଳେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିଥିବାରୁ ଏମ୍‌ନରେଗା ଓଏସ୍‌ଡି ଦାୟିତ୍ୱରୁ ବିଦାୟ ନେଇଥିଲେ ।
Nalco
Leave A Reply