ଛତ୍ରପୁର,୨/୬: ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏବେ ସୁଦ୍ଧା ଜିଲ୍ଲାରେ ୨ କୋଟି ୨୭ ଲକ୍ଷ ୮୫୩ ଶ୍ରମ ଦିବସ ସୃଷ୍ଟି ହୋଇଯାଇଛି । କରୋନା ମୁକାବିଲା ପାଇଁ ହଜାର ହାଜର ଓଡିଆ ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି । ଆଗକୁ ମଧ୍ୟ ଆହୁରୀ ଓଡିଆ ଶ୍ରମିକ ଜିଲ୍ଲାକୁ ଫେରିବାର ରହିଛି ।
ଏଣୁ ଏହାକୁ ଦୃଷ୍ଟି ରଖି ଓଡିଆ ଶ୍ରମିକମାନଙ୍କ ଜୀବିକା ଆର୍ଥିକ ପରିସ୍ଥିତି ସୁଧାର ଆସିବା ନିମନ୍ତେ ଏମନରେଗା ଯୋଜନାରେ ସେହି ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ଅଧିକା ଅଧିକା ସାମିଲ କରିବାକୁ ହେବ । ଦୈନିକ ପ୍ରାୟ ୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାର ଲକ୍ଷ୍ୟ ରଖି ଚଳିତ ଜୁନ୍ମାସରେ ୫୬ ଲକ୍ଷ ୨୬ ହଜାର ୨୫୧ ଶ୍ରମ ଦିବସ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଏହି ଆଧାରରେ ସମସ୍ତକୁ କାର୍ଯ୍ୟ କରିବାକୁ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଆଜିକ ଦିନରେ ଜିଲ୍ଲାରେ ୮୦ ରୁ ୯୦ ହଜାର ଶ୍ରମ ଦିବସ ସୃଷ୍ଟି କରିବାରେ ସହାୟକ ହୋଇପାରିଛି ।
ଏଣୁ ଏହି ଲକ୍ଷ୍ୟ ପୂରଣ କରିବାକୁ ହେଲେ ଅଧିକାରୀ ଓ କର୍ମଚାରୀମାନେ ପଦକ୍ଷେପ ନେବାକୁ ପଡିବ । ତେବେ ଜିଲ୍ଲା ପାଇଁ ରହିଥିବା ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ଗ୍ରାମଣୀ ଗୃହ ନିର୍ମାଣ ଯୋଜନାରେ ଚଳିତ ମାସରେ ୫୦୦ ଶହରୁ ଅଧିକା ହିତାଧିକାରୀଙ୍କ ଗୃହ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ବୈଠକରେ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ମନୋଜ କୁମାର ବେହେରା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରାମ୍ୟ ଗୃହ ନିର୍ମାଣ) ସୌମ୍ୟରଞ୍ଜନ ହୋତା, ଜିଲ୍ଲା ପରିମଳ ମିସନ୍ର ସଂଯୋଜକ ମହେଶ କୁମାର ତରାଇଙ୍କ ସମେତ ୨୨ ଟି ବ୍ଲକ ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।