ଚୈତ୍ର ମାସ ପରେ ବୈଶାଖ ମାସ ର ଆଗମନ ହୋଇଥାଏ l ଏହି ମାସରେ ପ୍ରଚଣ୍ଡ ଖରାର ଆଗମନ ହୋଇଥାଏ l ଏହି ମାସରେ ସୂର୍ଯ୍ୟ ପୂଜନ ର ମଧ୍ୟ ଅନେକ ମହତ୍ୱ ରହିଛି l ବୈଶାଖ ମାସରେ ବିଶେଷ ଭାବେ ତୀର୍ଥ ସ୍ଥାନ ଭ୍ରମଣ କରି ସୂର୍ଯ୍ୟ ଦେବଙ୍କ ପୂଜା କରିବାର ମହତ୍ୱ ରହିଛି କିନ୍ତୁ ଯଦି ସମ୍ଭବ ନହେଉଛି ତେବେ ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ମଧ୍ୟ ଘରେ ପୂଜା କରି ପାରିବେ l
* ବୈଶାଖ ମାସ ରେ ସୂର୍ଯ୍ୟ ପୂଜନ ସମୟରେ ତମ୍ବା ପାତ୍ର ରେ ଜଳ ସହିତ ଚାଉଳ ଓ କଞ୍ଚା କ୍ଷୀର ଅର୍ପଣ କରି ପୂଜା କରନ୍ତୁ l ଏହାଦ୍ୱାରା କଷ୍ଟ ଦୂର ହେବ l
* ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ରବିବାର ଦିନ ଯଦି ଭଗବାନ ବିଷ୍ଣୁ ଙ୍କ ନିକଟ ରେ ତୁଳସୀ ଅର୍ପଣ କରନ୍ତି ଓ ବିଷ୍ଣୁ ସହସ୍ର ନାମ ପାଠ କରନ୍ତି ତେବେ ରୋଗ ବୈରାଗ ଦୂର ହୋଇଥାଏ l
* ସୂର୍ଯ୍ୟ ନାରାୟଣ ଙ୍କୁ ପୂଜା କରିବା ସମୟରେ ‘ଓଂ ରବୟେ ନମଃ ‘ ମନ୍ତ୍ର ୭ ଥର ଉଚ୍ଚାରଣ କରନ୍ତୁ l ଏହାଦ୍ୱାରା ଅଭାବ ଓ ଅନାଟନ ଦୂର ହୋଇଥାଏ ଓ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ ହୋଇଥାଏ l ଶୁଦ୍ଧି ବୁଦ୍ଧି ଲାଭ ହେବା ସହ ମାନ ଓ ସମ୍ମାନ ଲାଭ ହୋଇଥାଏ l
* ବିଷ୍ଣୁ ପୂରଣ ଅନୁସାରେ ସୂର୍ଯ୍ୟ ଦେବ ଏପରି ଦେବତା ଜିଏ କି ଏହି ସଂସାରର ରକ୍ଷା କର୍ତ୍ତା ଅଟନ୍ତି l ତେଣୁ ବୈଶାଖ ମାସରେ ସୂର୍ଯ୍ୟଦୟ ପୂର୍ବରୁ ସ୍ନାନ ସାରି ସୂର୍ଯ୍ୟ ଦେବଙ୍କୁ କ୍ଷୀର ରେ ଅର୍ଘ୍ୟ ଦେବା ଦ୍ୱାରା ଐସ୍ୱର୍ଯ୍ୟ ଲାଭ ହୋଇଥାଏ l
* ଏହି ମାସରେ କାମନା ପୂର୍ତ୍ତି ପାଇଁ ବିଶେଷ ପୂଜାର୍ଚନା କରାଯାଏ l ଯାହାଦ୍ୱାରା ମନର ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ l ତେଣୁ ଏହି ମାସ ଟି କୁ ଗୋଟିଏ ପବିତ୍ର ମାସ ଭାବରେ ଗ୍ରହଣ କରାଯାଏ l