ଭୁବନେଶ୍ୱର,(ନି.ପ୍ର): ବିବାହର ପ୍ରଲୋଭନ ଦେଖାଇ ସ୍ୱାମୀ ଓ ସ୍ତ୍ରୀଙ୍କ ଭଳି କିଛି ମାସ ରହିବାପରେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ରବିବାର ଦିନ ମଞ୍ଚେଶ୍ୱର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ପାରାଦୀପର ତପନ କୁମାର ସାହୁ(୨୫) ।
ସେ ଏଠାରେ ଚଙ୍କେଇଶିଆଣିରେ ରହିବା ସହ ଏକ ଟେଷ୍ଟ ଟ୍ୟୁବ ସେଣ୍ଟରରେ କାର୍ଯ୍ୟ କରନ୍ତି । ସେ ଏଠାରେ ରହିବାବେଳେ ତାଙ୍କ ପଡେଶୀ ଥିବା ଜନୈକା ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତପନ ଉକ୍ତ ଯୁବତୀଙ୍କୁ ବିବାହ କରିବବୋଲି କହିବା ସହ ସ୍ୱାମୀ ସ୍ତ୍ରୀଙ୍କ ଭଳି ଦୁହେଁ ରହୁଥିଲେ । କିଛି ମାସ ରହିବାପରେ ଯୁବତୀ ବିବାହ ପାଇଁ ଜିଦ୍ ଧରିବାରୁ ତପନ ତାଙ୍କୁ ଛାଡିଦେଇଥିଲେ ।
ଏ ନେଇ ଯୁବତୀ ଜଣକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ କରି ଧୋକ୍କ୍ା ଦେବା ଅଭିଯୋଗରେ ରବିବାର ଦିନ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।