Odisha news

ଜଳିଗଲା କାର୍ : ଅଳ୍କକେ ବର୍ତ୍ତିଗଲେ ମେଡିସିନି ଦୋକାନୀ

0

ଭୁବନେଶ୍ୱର,(ନି.ପ୍ର): ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ରୁଚିକା ମାର୍କେଟରେ ରବିବାର ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଜଣେ ମେଡିସିନି ଦୋକାନୀ । ନିଜ କାର୍ ଚଲାଇ ଯିବା ପାଇଁ ଉଦ୍ୟମ କରୁଥିବା ସମୟରେ ଗାଡିରେ ହଠାତ୍ ନିଆଁ ଲାଗିଯିବା ଫଳରେ ଗାଡି ହୁ ହୁ ହୋଇ ଜଳିଥିଲା । ସ୍ଥାନୀୟ ଲୋକେ ଦୋକାନୀଙ୍କୁ ଗାଡିରୁ ବାହାର କରିବା ପରେ ଖବର ପାଇ ଅଗ୍ନିଶମ ବିଭାଗର ଗାଡି ପହଞ୍ଚô ନିଆଁକୁ ଆୟତ୍ତ କରିଥିଲେ । ପରେ କଳ୍ପନା ଫାୟାର ଷ୍ଟେସନରୁ ଆଉ ଏକ ଗାଡି ଘଟଣା ସ୍ଥଳରେ ପହଞ୍ଚô ନିଆଁ ସମ୍ପୂର୍ଣ୍ଣ ଲିଭାଇଥିଲା । ସୋ÷ଭାଗ୍ୟ ବଶତଃ ବଡ ବିପତିରୁ ରକ୍ଷା ପାଇଛନ୍ତି ମେଡିସିନି ଦୋକାନୀ କେ ସଞ୍ଜୟ ପାତ୍ର ।

ଏ ନେଇ ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି ଯେ, ଗାଡିଟି ଖରାରେ ରହିଥିବାବେଳେ ମାଲିକ ହଠାତ୍ ଗାଡିକୁ ଷ୍ଟାଟ କରିବା ଫଳରେ ନିଆଁ ଲାଗି ଯାଇଥିଲା । ସଟ୍ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି । ବରମୁଣ୍ଡା ରୁଚିକା ମାର୍କେଟରେ ଏକ ମେଡିସିନ ଦୋକାନ କରିଛନ୍ତି କେ. ସଞ୍ଜୟ କୁମାର ପାତ୍ର । ରବିବାର ଦିନ ୨ଟା ସମୟରେ ସଞ୍ଜୟ ଦୋକାନ ବନ୍ଦ କରି ଖାଇବାକୁ ଯିବାକୁ ଗାଡି ପାଖକୁ ଆସିଥିଲେ । ଗାଡିଟି ଷ୍ଟାଟ କରି ଯିବାକୁ ଉଦ୍ୟମ କଲାବେଳେ ଗାଡିର ଆଗ ବନେଟରୁ ଧୂଆଁ ବାହାରିଥିଲା । ପରେ ପରେ ନିଆଁ ବ୍ୟାପିବାକୁ ଲାଗିଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ସଞ୍ଜୟଙ୍କୁ ଗାଡିରୁ ବାହାର କରି ଦେବା ପରେ ଗାଡିରେ ଜଳିବାକୁ ଲାଗିଥିଲା । ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଗାଡିକୁ ଖବର ଦେବା ପରେ ଟିମ ପହଞ୍ଚô ନିଆଁକୁ ଆୟତ୍ତ କରିଥିଲେ ।

Leave A Reply