Odisha news

କୁଶଭଦ୍ରା, ଭାର୍ଗବୀ ଓ ଧନୁଆ ନଦୀରେ ବଢ଼ୁଛି ବନ୍ୟାଜଳ : ବିଧାୟକ ଓ ଜିଲ୍ଲାପାଳଙ୍କ ବନ୍ୟାଚଂଳ ପରିଦର୍ଶନ ।

0

ବାଲିପାଟଣା : ହିରାକୁଦ ଡ୍ୟାମରେ ୪୬ ଟି ଗେଟ୍ କୋଲିବା ପରେ ମହାନଦୀ ବଢ଼ିବା ସହିତ ଏହା ଶାଖା ନଦୀ କୁଆଖାଇ, କୁଶଭଦ୍ରା, ଧନୁଆ ନଦୀରେ ବନ୍ୟାଜଳ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ତଳିଆ ଅଂଚଳର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଜୟଦେବ ବିଧାୟକ ଡଃ ଅରବିନ୍ଦ ଢ଼ାଲି ରବିବାର ଅପରାହ୍ନରେ ବାଲିପାଟଣା ବ୍ଲକ, କୁରୁଞ୍ଜିପୁର ଗ୍ରାମପଚାଂୟତ ର ଦଳକଷୋଟି, ଘାସି ଅନେ୍ଧାଟି, ସାନମାଛପୁର, ଗରିଆ, ଟିଙ୍କିପଡା, ପମ୍ପାଲୋ ଗ୍ରାମପଚାଂୟତର ଦରଡା,ନୂଆପଡା, ଡେଙ୍ଗ, ଆଳେଶି ଗ୍ରାମପଚାଂୟତର ନବାଟି, ଦନାପଡା, ପ୍ରଭୁତି ବୁଲିବା ସହିତ ରାଜସ ଗ୍ରାମପଚାଂୟତର ବିଭିନ୍ନ ଅଂଚଳ ବୁଲି ଦେଖିଥିଲେ ।

ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି ବ୍ଲକର ବିଭିନ୍ନ ଗ୍ରାମ ବୁଲି ଦେଖି ଥିଲେ । ବନ୍ୟା ଜଳରେ ବୁଡି ଯାଇଥିବା ବିଭିନ୍ନ ଚାଷ ଜମୀକୁ ବୁଲି ଦେଖିଥିଲେ ।

ଜିଲ୍ଲାପାଳ ସହିତ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଦେବବ୍ରତ ସାହୁ, ସ୍ଥାନୀୟ ତହସିଲଦାର ସୁନିତା ଜେନା, ବି.ଡି.ଓ ମିତାଞ୍ଜଳୀ ଦାଶ, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଗତ ଦୁଇଦିନ ଧରୀ ଭାର୍ଗବୀ ନଦୀର ଅଚ୍ୟୁତପୁର କାଜ ଦେଇ ପ୍ରବଳ ବନ୍ୟାଜଳ ଧନୁଆ ନଦୀରେ ପ୍ରବେଶ କରିବା ଦ୍ୱାରା ଏହି ବ୍ଲକ ଅନ୍ତର୍ଗତ ବହୁ ଗ୍ରାମ ଜଳମଗ୍ନ ହେବା ସହିତ ବ୍ୟାପକ ଚାଷଜମୀ ଜଳମଗ୍ନ ହୋଇଛି । ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ବହୁ ଗ୍ରାମ ଜଳବନ୍ଦି ହୋଇଛି । ଦରଡା ଓ ଟିଙ୍କିପଡା ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହେବା ପରେ ପମ୍ପାଲୋ ସରପଂଚ ବିଜୟଲକ୍ଷ୍ମୀ ପାଇକରାୟ ବ୍ଲକ ପ୍ରଶାସନ ଠାରୁ ଦୁଇଟି ଡଙ୍ଗା ନେଇ ଉକ୍ତ ଦୁଇ ଗ୍ରାମର ଲୋକମାନଙ୍କର ଜାତାୟତ ପାଇଁ ଦେଇଚନ୍ତି । ବ୍ଲକ ପ୍ରଶାସନ ତରଫରୁ କିଛି ତଳିଆ ଅଂଚଳର ଲୋକମାନଙ୍କୁ ଆଣି ବାତ୍ୟା ଆଶ୍ରୟ ସ୍ଥଳୀରେ ଛଡା ଯାଇଛି ।

Leave A Reply