ରେଳ ବଜେଟ୍ରେ ପୁଣି ଓଡିଶାକୁ ପ୍ରାଧାନ୍ୟ ଦେଲେ ମୋଦି ସରକାର : ମନମୋହନ ସାମଲ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ତା.୦୨/୦୨: ଗତବର୍ଷ ମାନଙ୍କ ଭଳି ମୋଦି ସରକାର ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ପ୍ରାଧାନ୍ୟ ଦେଇଛନ୍ତି । ଦୃତଗତିରେ ଓଡ଼ିଶାର ରେଳ ବିକାଶ ଆଗେଇ ଚାଲିଥିବାବେଳେ ଚଳିତ ବଜେଟ୍ରେ ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାରୁ ପର୍ଯ୍ୟାପ୍ତ ଅନୁଦାନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ଗତ ୯ବର୍ଷ ଭିତରେ ରାଜ୍ୟରେ ରେଳ ବିଭାଗର ଦୃତ ପରିବର୍ତନ ଘଟିଥିବାବେଳେ ଚଳିତ ଅନ୍ତରୀଣ ବଜେଟ୍ରେ ଓଡ଼ିଶାର ରେଳ ଭିତିଭୂମି, ସୁରକ୍ଷା, ଯାତ୍ରୀ ସୁବିଧାକୁ ଦୃଷ୍ଟିରେ ରଖି ୧୦ହଜାର ୫୩୬କୋଟି ଟଙ୍କା ବଜେଟ୍ରେ ଓଡିଶା ପାଇଁ ଅର୍ଥ ଆବଟଂନ କରାଯାଇଛି । ଉପା ସରକାରରେ ଓଡିଶାକୁ ହାରାହାରି ୮୩୮କୋଟି ଟଙ୍କା ମିଳିଥିଲାବେଳେ ଗତ ୩ବର୍ଷ ହେଲାଣି ବାର୍ଷିକ ହାରାହାରି ୧୦ହଜାର କୋଟିରୁ ଊଦ୍ଧ୍ୱର୍ ଅନୁଦାନ ଆସିଛି । ଏତଦ୍ବ୍ୟତୀତ ଓଡ଼ିଶାରେ ନିର୍ମାଣାଧୀନ ରେଳପଥ ଏବଂ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ଦୃତଗତିରେ ବଢ଼ି ଚାଲିଛି । କଟକ, ଭୁବନେଶ୍ୱର, ପୁରୀ ଓ ରାଉରକେଲା, ସମ୍ବଲପୁର, ଝାରସୁଗୁଡା ମଧ୍ୟରେ ‘ବନେ୍ଦ ମେଟ୍ରୋ ଟ୍ରେନ’ ଚଳାଚଳ କରିବାର ଯୋଜନା କେନ୍ଦ୍ର ସରକାରଙ୍କ ଆଉ ଏକ ବଡ ପଦକ୍ଷେପ ବୋଲି ଶ୍ରୀ ସାମଲ କହିଛନ୍ତି ।