Odisha news

ସ୍ୱାଧୀନତା ଦିବସ ଉପଲକ୍ଷେ ଓଡିଶାର ପ୍ରଥମ ଦେଶାତ୍ମକ ମ୍ୟୁଜିକାଲ ସର୍ଟ ଫିଲ୍ମ : ‘ଓଡିଶାର ଜୟଗାନ’

0

ଭୁବନେଶୂର :  ତମ ସ୍ୱାଧୀନତା ଦିବସରେ ଏସ୍ବିଓ ଅଡିଓ ଭିଜୁଆଲ ଦ୍ୱାରା ଓଡିଶାର ମର୍ଡନ ଆର୍ଟ ଗ୍ୟାଲେରୀରେ ଓଡିଶାର ପ୍ରଥମ ଦେଶାତ୍ମକ ମୁ୍ୟଜିକାଲ ସର୍ଟ ଫିଲ୍ମ ‘ଓଡିଶାର ଜୟଗାନ’ ପ୍ରିମିୟର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ କଳିଙ୍ଗ ହସ୍ପିଟାଲର ପ୍ରସିଦ୍ଧ କର୍କଟ ସର୍ଜନ ଡା.ଦିଲୀପ କୁମାର କର, ମର୍ଡନ ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ତଥା ନିଦେ୍ର୍ଦଶକ ଶ୍ରୀ ତରକାନ୍ତ ପରିଡା, ବିକାଶ ଦାଶ ଏବଂ ସନ୍ତୋଷ ମିଶ୍ରଙ୍କ ସହ ଏହି ମ୍ୟୁଜିକାଲ ସର୍ଟ ଫିଲ୍ମର ପ୍ରିମିୟରର ଉଦଘାଟନ କରାଯାଇଥିଲା ।

ପ୍ରଥମ ମ୍ୟୁଜିକାଲ ସର୍ଟ ଫିଲ୍ମର ନିଦେ୍ର୍ଦଶନା ଦେଇଥିଲେ ଜଣେ ଯୁବ ନିଦେ୍ର୍ଦଶକ ଦେବଦତ ପଟ୍ଟନାୟକ । ଏହି ମୁ୍ୟଜିକାଲ ସର୍ଟ ଫିଲ୍ମର ଗୀତ ଗୁଡିକୁ ବିକାଶ ଚୌଧୁରୀ ଓ ସନ୍ତୋଷ ମିଶ୍ର ମିଳିତ ଭାବେ ଲେଖିଥିଲେ । ଗୀତକୁ ବିକାଶ ଦାଶ ରଚନା କରିଥିଲେ । ସନ୍ତୋଷ ମିଶ୍ର ଷ୍ଟେଜ୍ ସୋ ଏବଂ ଲାଇଭ କନ୍ସର୍ଟରେ ପରିଚିତ ଅଟନ୍ତି, ସେ ପ୍ରଥମ ଥର ପାଇଁ ଏହି ମ୍ୟୁଜିକାଲ ସର୍ଟ ଫିଲ୍ମରେ ନିଜର ସ୍ୱର ଦେଇଥିଲେ । ଭାନୁ ରଥଙ୍କ ଦ୍ୱାରା ସିନେମା ଓ ଅଟୋଗ୍ରାଫି, ପୁଷ୍ପା ପଣ୍ଡା ଏବଂ ତାଙ୍କ ଦଳ ଦ୍ୱାରା ଓଡିଶୀ ନୃତ୍ୟର କୋରିଓଗ୍ରାଫି, ରଘୁନାଥ ସାହୁ ଓ ରାକେଶ ରତନ ଲାଇଭ୍ ଆର୍ଟ କରିଛନ୍ତି । ଓଡିଶାର ପ୍ରଥମ ଦେଶାତ୍ମକ ମୁ୍ୟଜିକାଲ ସର୍ଟ ଫିଲ୍ମ ନିମାର୍ଣରେ ଅନେକ ସଂଗଠନ ଏବଂ ବ୍ୟକ୍ତିବିଶେଷ ବୈଷୟିକ ଏବଂ ନୈତିକ ଭାବରେ ସହଯୋଗ କରିଥିଲେ ।

ଦେଶାତ୍ମକ ମୁ୍ୟଜିକାଲ ସର୍ଟ ଫିଲ୍ମର ଉଦେ୍ଦଶ୍ୟ ବିଷୟରେ ଉଲ୍ଲେଖକରି ସର୍ଟ ଫିଲ୍ମ ନିର୍ମାତା ଶ୍ରୀ ବିକାଶ ଚୌଧୁରୀ କହିଛନ୍ତି ଯେ “ଏହି ସର୍ଟ ଫିଲ୍ମ ନା କେବଳ ଲୋକଙ୍କୁ ପ୍ରେରଣା ଦେବ ବରଂ ଓଡିଶାର ନେତାମାନଙ୍କୁ ରାଜ୍ୟର ବିକାଶ କାର୍ଯ୍ୟରେ ଏକତ୍ର କରିବା ସହ ସାମାଜିକ ଓ ଅର୍ଥନୌତିକ ସମସ୍ୟାରେ କମ୍ ସମୟ ସୀମାରେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତନ ଆଣିବ” ।

ଚଳଚିତ୍ରର ସହନିର୍ମାତା ଶ୍ରୀ ସନ୍ତୋଷ ମିଶ୍ର ଏକ ଲୋକପ୍ରିୟଗୀତ ‘କୋନ୍ ୟହା ଚିତ୍ରକାର ହେ’ ଗାଇ ଧନ୍ୟବାଦ ଅର୍ପଣ କରି ଏହି କାର୍ଯ୍ୟକୁ ସମାପ୍ତ କରିଥିଲେ । ଏହି କ୍ଷୁନ୍ଦ୍ର ଚଳଚିତ୍ରଟି ଏସ୍ବିଓ ଅଡିଓ ଭିଜୁଆଲ, ୟୁଟୁ୍ୟବ୍ ଚ୍ୟାନେଲ ଏବଂ ଫେସବୁକରେ ପ୍ରଦର୍ଶିତ ହୋଇଥିଲା ।
ଏହି ଚଳଚିତ୍ର ନିର୍ମାଣ ପାଇଁ ଆୟେଜକମାନେ ‘ଓଡିଶାର ଜୟଗାନ’ର ଅବଦାନକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ଆଶା କରାଯାଉଛି ଯେ ଏହି ମୁ୍ୟଜିକ ଶୁଣିବା ଏବଂ ସର୍ଟ ଫିଲ୍ମ କୁ ଦେଖିବା ସମୟରେ ଓଡିଶାର ଲୋକମାନେ ସେମାନଙ୍କ ପାଦରେ ଠିଆ ହେବେ ।

Leave A Reply