Odisha news

ଅଭୟ ରଞ୍ଜନ ପଟଟନାୟକଙ୍କ କଲମରୁ …..

0
ଅଭୟ ରଞ୍ଜନ ପଟଟନାୟକ :
ମେଘ କାଳେ ବର୍ଷା ଆଣିଛି
ନେତା ପୁଣି ସୁନେଲି ସପନ ବୁଣିଛି
ମଧ୍ୟାନ୍ନ ଗଗନେ ଜହ୍ନ ଖେଳୁଛି
ସଞ୍ଜ ହେଲେ ପୁଣି କଇଁ ଫୁଟୁଛି
ମନେ ମନେ ମୁଁ ଖୁବ ହସୁଛି।
ଦେଶ କାଳେ ସ୍ୱାଧୀନ ହେଇଛି
ପରାଧୀନତାର ବାସ୍ନା ଗାଁ ମୁଣ୍ଡର ବସ୍ତି ରୁ ବାସୁଛି
ସ୍ୱପ୍ନ ଆଜି ବାକି ରହି ଯାଇଛି
ମାନବାଧିକାର ଶବ୍ଦର ବ୍ୟବହାର ବହୁ ମାତ୍ରାରେ ବଢ଼ି ଯାଇଛି
ହେଲେ ମାନବିକତା ଓ ମଣିଷ ପଣିଆ ମଣିଷ ର ଅହଙ୍କାର ପଛରେ ଲୁଚି ଯାଇଛି
ମନେ ମନେ ମୁଁ ଆଜି ଖୁବ ହସୁଛି।
ଶିକ୍ଷାଗତ ଯୋଗ୍ୟତାର ମାପକାଠି ଆଜି ବଦଳି ଯାଇଛି
ଅନ୍ୟର ସୁଖ ଦେଖି ମନରେ ମୋ କ୍ରୋଧ ଆଉ ଲୁହ ଆସିଛି
ଈଶ୍ବରଙ୍କ ନା ନେଇ ନିଜକୁ ମୁଁ ବହୁତ ଠକିଛି
ମନେ ମନେ ମୁଁ ଆଜି ଖୁବ ହସୁଛି।
ପାଠ ପଢ଼ା ପାଇଁ ଘର ଢିଅ ଆଜି ବନ୍ଧା ପଢ଼ିଛି
ଯିଏ ବିଦେଶ ଗଲା ତା ବାଟକୁ ଚାହିଁ ଚାହିଁ ମା ଆଖିରୁ ଲୁହ ଝରୁଛି
ଅନାହାରରେ ମୃତ୍ୟୁ ହେଉଛି
ମାଆ ଗର୍ଭରେ ଶିଶୁ ମରୁଛି
ଦିନ ଦ୍ୱିପ୍ରହରେ ବଳାତ୍କାର ହେଉଛି
ତଥାପି ମଣିଷ କହୁଛି ମୁଁ ଦୁନିଆଁ କୁ ଜିତିଛି।
ମନେ ମନେ ମୁଁ ଆଜି ଅନେକ ହସୁଛି।
Ad2
Leave A Reply