Odisha news

୨୦୩୬ ରେ ଓଡିଶାର ଜନସଂଖ୍ୟା ପରିବର୍ତନ ଉପରେ ଦୃଷ୍ଟି ରଖିବା ପାଇଁ ଓଡିଶା ବିକାଶ କନକ୍ଲେଭର ୪ର୍ଥ ସଂସ୍କରଣ

0

ଭୁବନେଶ୍ୱର,୪ ଡିସେମ୍ବର ୨୦୨୩: ରୂପାନ୍ତରୀତ ଓଡିଶା ୨୦୧୬ ଗଣତାନ୍ତ୍ରିକ ଏବଂ ବିକାଶ,ଦ୍ୱିବର୍ଷୀୟ ଓଡିଶା ବିକାଶ କନ୍କ୍ଲେଭର ୪ର୍ଥ ସଂସ୍କରଣ ୭ ଡିସେମ୍ବର ୨୦୨୩ ଭୁବନେଶ୍ୱର ରେ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇଦିନିଆ କନ୍କ୍ଲେଭ ୨୦୩୬ ମସିହା ପଯ୍ୟନ୍ତ ଓଡିଶାର ଜନସଂଖ୍ୟା ପରିବର୍ତନ ଏବଂ ବିକାଶ ଉପରେ ଦୃଷ୍ଟି ଦେବ ।
ଓଡିଶା ବିକାଶ କନକ୍ଲେଭ ୨୦୨୩ ବିଭିନ୍ନ ସମସ୍ୟା, ପ୍ରତିକ୍ରିୟା ଏବଂ ପ୍ରତିକାର ଉପରେ ଧ୍ୟାନ ଦେବ ଏବଂ ଏକ ପ୍ରଭାବଶାଳୀ ସହଯୋଗୀ ଢାଚାଂ ମାଧ୍ୟମରେ ଆଗକୁ ବଢିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବ । ଏହି କନକ୍ଲେଭ୍ ସରକାରଙ୍କ ନିୟନ୍ତ୍ରଣକାରୀଙ୍କ ବ୍ୟତିତ ସିଭିଲ୍ ସୋସାଇଟି,ଏକାଡେମି କର୍ପୋରେଶନ୍ ସଂସ୍ଥା ଏବଂ ଯୁବ ଗେଷ୍ଠୀ ସହିତ ପୃଥକ ଭାବରେ କିଛି ଗଭୀର ଆଲୋଚନା ମଧ୍ୟ ଯୋଜନା କରାଯାଇଛି । ପଚାଂୟତ ଏବଂ ସମ୍ପ୍ରଦାୟର ମନୋନୀତ ପ୍ରତିନିଧୀଙ୍କ ସହ ଏକ ଆଲୋଚନା ୬ ଡିସେମ୍ବର ୨୦୨୩ ପାଇଁ ଧାର୍ଯ୍ୟ କରାଯାଇଛି ।
କନକ୍ଲେଭ୍ରେ ସରକାରଙ୍କ ନିୟନ୍ତ୍ରଣକାରୀଙ୍କ ବ୍ୟତୀତ ନାଗଗରିକ ସମାଜ, କର୍ପୋରେଟ, ଏକାଡେମୀ, ଅନୁସନନ୍ଧାନକାରୀ ଏବଂ ପିଆର୍ଆଇ ପ୍ରତିନିଧୀଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୪୦୦ ଅଂଶଗ୍ରହଣକାରୀ ଦେଖିବେ ବୋଲି ଆଶା କରାଯାଇଛି । କନକ୍ଲେଭ୍ ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି( ୟୁଏନ୍ଏଫ୍ସସିଏ),ଏବଂ ନିତି ଆୟୋଗ ସହିତ ସହଭାଗୀ ହୋଇଛି ।ଯାହା ଏହି କାର୍ଯ୍ୟକ୍ରମରେ ସହଯୋଗୀ ଭାବରେ ଅଂଶଗ୍ରହଣ କରିବେ ।

କନକ୍ଲେଭ୍ ଏକ ଭବିଷ୍ୱତ ବିକାଶର ନକ୍ସ ପ୍ରସ୍ତିତିରେ ସାହାୟକ ହେବ, ଯାହାର ପ୍ରମୁଖ ବିତରଣ ବିକାଶରେ କାର୍ଯ୍ୟକାରିତା ଏବଂ ପରିବର୍ତିିନଶୀଳ ଓଡିଶା ୨୦୩୬ ପାଇଁ ନେଇଥିବା ପଦକ୍ଷପ କୁ ମାର୍ଗଦର୍ଶନ କରିପାରିବ । ଓଡିଶାର ରୂପାନ୍ତର ବିକାଶରେ ଆମର ଡାଏସପୋରରା ଭୂମିକା ବିଷୟରେ ଆଲୋଚନା କରିବାକୁ ଅଗ୍ନି ପାଶ୍ୱର୍ ଯୋଜନା କରାଯାଇଛି ।

ଓଡିଶା ବିକାଶ ଇନିସିଏଟିଭ୍( ଓଡିଆଇ)ଙ୍କ ଅଧିନରେ ନାଗରୀକ ସମାଜ ସଂଗଠନ(ସିଏସ୍ଓ),ସରକାରୀ, କର୍ପୋରେଟ୍ ସେକ୍ଟର, ଏକାଡେମି ସହିତ ଜଡିତ ମିଳିତ ମଚଂ ୨୦୧୬ ପରଠାରୁ ପ୍ରତି ଦୁଇି ବର୍ଷରେ ଥରେ ଓଡିଶା ବିକାଶ କନକ୍ଲେଭ ଆୟୋଜନ କରାଯାଉଛି । ପୂର୍ବ ବର୍ଷ ଗୁଡିକରେ ପ୍ରାକୃତିକ ଚାଷ,କୋଭିଡ୍-୧୯ ମହାମାରୀରୁ ବିଦ୍ୟାଳୟ ଶିକ୍ଷାର ପୁନଃଉଦ୍ଧାର,କୋଭିଡ୍ ୧୯ ମହାମାରୀ ବାଳିକା ଏବଂ ମହିଳାଙ୍କ ସୁରକ୍ଷା ,ସୁସ୍ଥ ସ୍ଥାନାନ୍ତରୀକରଣ, ଭିନ୍ନଭିନ୍ନ ବିକାଶ ମୂଳକନୀତି ଉପରେ ଧ୍ୟାନ ଦିଆଯାଇଥିଲା ।

 

Leave A Reply