Odisha news

ଲଘୁଚାପଜନିତ ସମ୍ଭାବ୍ୟ ବର୍ଷା ଦୃଷ୍ଟିରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ , ଫସଲ ପରିଚାଳନା ଦିଗରେ ଚାଷୀଙ୍କ ପାଇଁ ଉପଦେଶାବଳୀ ଜାରି

0

ଭୁବନେଶ୍ୱର, ୧୪/୧୧/୨୦୨୩ : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୫ରୁ ୧୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟିହେବା ଫଳରେ ଓଡ଼ିଶାରେ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଯଥା-ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ସମ୍ଭାବନା ଅଛିା ଅନ୍ୟାନ୍ୟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛିା ଏହି ପରିପ୍ରେକ୍ଷୀରେ ଫସଲର ପରିଚାଳନା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲାା ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍‍ ଶ୍ରୀ ପ୍ରସନ୍ନଜିତ ମିଶ୍ର, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଓ ଭାରତୀୟ ପାଣିପାଗ ବିଭାଗର ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ ବୈଠକରେ ବର୍ତ୍ତମାନ ଫସଲର ଅବସ୍ଥା ଏବଂ ଫସଲର ସୁରକ୍ଷା ଦିଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶଗୁଡ଼ିକୁ ଚାଷୀମାନଙ୍କୁ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛିା
ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମୁଖ୍ୟ ଫସଲ ଧାନ କ୍ଷୀର ଢୋକିବା ଓ ପାକଳ ପୂର୍ବବର୍ତ୍ତୀ ଅବସ୍ଥାରେ ଅଛିା ଢିପ ଜମିରେ ଧାନ କଟା ମଧ୍ୟ ଚାଲିଛିା ଏହା ବ୍ୟତୀତ ମୁଗ, ବିରି, ଚିନାବାଦାମ ଆଦି ଫସଲ ପାକଳ ଅବସ୍ଥାରେ ଅଛିା ଆଳୁ ଫସଲ ଅନେକ ସ୍ଥାନରେ ଲଗା ଚାଲିଛିା କୋବି ଓ ବିଭିନ୍ନ ପନିପରିବା ମଧ୍ୟ ତଳି ରୋପଣ ଓ ଅମଳ ମଧ୍ୟ ଚାଲିଛିା
ସେହିଭଳି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ଇକରେ ଯଥା-ଗଞ୍ଜାମ, ରାୟଗଡ଼ା, କୋରାପୁଟରେ କପା ଫସଲ ଅମଳ ଅବସ୍ଥାରେ ରହିଛିା ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ତରଫରୁ ଏକ ଫସଲ ସୁରକ୍ଷା ବାର୍ତ୍ତା ପ୍ରସ୍ତୁତ କରାଯାଇ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛିା ଅଧିକ ସୂଚନା ପାଇଁ ଚାଷୀମାନଙ୍କୁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କୃଷି ଅଧିକାରୀ ଓ ଆମ କୃଷି ଦେୟମୁକ୍ତ ନମ୍ବର-୧୫୫୩୩୩ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛିା ଚାଷୀମାନଙ୍କ ଅବଗତି ନିମନ୍ତେ ପ୍ରସ୍ତୁତ କୃଷି ଉପଦେଶାବଳୀ ଏଥିରେ ସଂଲଗ୍ନ କରାଗଲାା

Leave A Reply