ଭୁବନେଶ୍ୱର, ୦୧/୧୧/୨୦୨୩ : ଦୁଇଦିନିଆ ମିଲେଟ୍ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ଅବସରରେ କୃଷି ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲାା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଥିରେ ଉଦ୍ବୋଧନ ଦେଇଥିଲୋ ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରାଯାଉଛିା ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ଦୁଇଦିନିଆ ଦିନିଆ ମିଲେଟ୍ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରର ଜନତା ମଇଦାନଠାରେ ଅନୁଷ୍ଠିତ ହେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମରେ ଗତବର୍ଷଠାରୁ ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛିା ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଏଥି ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ଭାବେ ମାଣ୍ଡିଆ ଦିବସ ପାଳନ ଓ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଉଦ୍ଦେଶ୍ୟରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବାରେ ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟା ରାଜ୍ୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ଚାରିବର୍ଷ ଅର୍ଥାତ ୨୦୨୩-୨୪ରୁ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୨୬୮୭ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ମଂଜୁର କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ
ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀର ବିଷୟବସ୍ତୁ ରହିଛି “ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ା ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକି୍ରୟାକରଣରେ କୃଷକମାନଙ୍କ ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସମେତ ବୈଷିୟକ ଅଧିବେଶନ, ନୀତି ନିର୍ଦ୍ଧାରଣ ନିମନ୍ତେ ରାଉଣ୍ଡଟେବୁଲ୍ ବୈଠକ, ବି-ଟୁ-ବି ବୈଠକ, ଅନ୍ତର୍ଜାତୀୟ ଖାଦ୍ୟ ମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି ନାନାବିଧ କାର୍ଯ୍ୟକ୍ରମ ଆୟୋଜିତ ହେବା
ଏହି ସମ୍ମିଳନୀ ମିଲେଟସ୍ ଆଧାରିତ ଜନଜାତିର ଐତିହ୍ୟ ଉପରେ ପ୍ରମୁଖତା ପ୍ରଦାନ କରିବ ଏବଂ ମିଶନ ଶକ୍ତି ଅଧିନସ୍ଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କର ସଫଳତାର କାହାଣୀ ପ୍ରଦର୍ଶନ କରିବା ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା ଯଥା-ଖାଦ୍ୟ ଏବଂ କୃଷି ସଂଗଠନ (ଏଅକ୍ସ), ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଘଏP), ଇଣ୍ଟରନ୍ୟାସ୍ନାଲ୍ ଫଣ୍ଡ ଫର ଏଗ୍ରିକଲଚରାଲ୍ ଡେଭଲପ୍ମେଣ୍ଟ (ଔଏଅଉ), ଦକ୍ଷିଣ-ପୂର୍ବ ଏସିଆ ଏବଂ ମଧ୍ୟପ୍ରାଚ୍ୟ ଦେଶର କୃଷି ପରାମର୍ଶଦାତା, ଆଫି୍ରକୀୟ ଦେଶ ଓୟୁରୋପୀୟ ଦେଶର କୃଷି ପରାମର୍ଶଦାତା, ଭାରତରେ ଅବସ୍ଥାପିତ ବିଭିନ୍ନ ଦେଶର ଦୂତାବାସର କର୍ମକର୍ତ୍ତା, ବିଭିନ୍ନ ରାଜ୍ୟର କୃଷି ସଚିବଙ୍କ ସମେତ ଅନେକ ଗଣମାନ୍ୟ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବୋ ଏହି ଅବସରରେ ୩୧ଟି ବୈଷୟିକ ଓ ଅଣବୈଷୟିକ ଅଧିବେଶନର ଆୟୋଜନ କରାଯିବା ଏଥି ସହିତ ସମ୍ମିଳନୀରେ ନୀତି ରାଉଣ୍ଡଟେବୁଲ୍, ବିଭିନ୍ନ ଦେଶ ପକ୍ଷରୁ ଅଭିଜ୍ଞତାର ଆଦାନପ୍ରଦାନ, କୃଷି-ଜୈବବିବିଧତା, ମିଲେଟସ୍ ଏବଂ ଜନଜାତି, ହୋଟେଲଗୁଡ଼ିକ ମାଧ୍ୟମରେ ମିଲେଟସ୍ର ପ୍ରଚାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯାଉଛିା ନଭେମ୍ବର ୯ ତାରିଖ ସନ୍ଧ୍ୟାରେ ତିନିଥର ଗ୍ରାମ ପୁରସ୍କାର ବିଜେତା ରିକି କେଜ୍ଙ୍କ ଦ୍ୱାରା ଜଳବାୟୁ ପରିବର୍ତ୍ତନ ଏବଂ ମିଲେଟସ୍ ଉପରେ ଆଧାରିତ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛିା ଖ୍ୟାତନାମା ସେଫ୍ ଶ୍ରୀ ବିକାଶ ଖାନ୍ନା ସମ୍ମିଳନୀରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିବା ସହିତ ହୋଟେଲ୍, ରେଷ୍ଟୁରାଣ୍ଟ, ଖାଦ୍ୟ ବ୍ଲଗରସ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ମିଲେଟସ୍ ମା’ମାନଙ୍କ ସହିତ ମିଲେଟ୍ରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛିା
ସମ୍ମିଳନୀର ସମସ୍ତ ଅଧିବେଶନରେ ଏକ କିମ୍ବା ଏକାଧିକ ମହିଳା ବକ୍ତାଙ୍କୁ ସାମିଲ କରାଯିବାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା ଅନ୍ତର୍ଜାତୀୟ ସମ୍ମିଳନୀକୁ ଭିନ୍ନକ୍ଷମମାନଙ୍କ ନିମନ୍ତେ ଅନୁକୂଳ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛିା ସଦସ୍ୟମାନଙ୍କ ସକି୍ରୟ ଅଂଶଗ୍ରହଣ ନିମନ୍ତେ ପ୍ରତ୍ୟେକ ସେମିନାର୍ ହଲ୍ରେ ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆ ଅନୁବାଦ ନିମନ୍ତେ ଟ୍ରାନ୍ସଲିଟେରେସନ୍ ସୁବିଧା ଉପଲବ୍ଧ କରାଯାଇଛିା ଅନୁବାଦ ସେବା ସମେତ କୃଷକମାନଙ୍କ ଅଧିବେଶନଗୁଡ଼ିକରେ ସ୍ୱତନ୍ତ୍ର ଅନୁବାଦକାରୀମାନେ ବିଭିନ୍ନ ଅଧିବେଶନର ସାରାଂଶଗୁଡ଼ିକ ସ୍ଥାନୀୟ ଭାଷାର ଉପଲବ୍ଧ କରିବୋ ଏଥି ସହିତ କୃଷକମାନଙ୍କର ଭାବବିନିମୟ, ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ଷ୍ଟାର୍ଟଅପସ୍ମାନଙ୍କ ସୁବିଧା ନିମନ୍ତେ ଅନୁବାଦ ସୁବିଧା ମଧ୍ୟ ଉପଲବ୍ଧ କରାଯିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମିଳନୀରେ ସମ୍ମିଳିତ କରିବା ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ବଦଳ, ମୁରାଲ୍-ପେଣ୍ଟିଂ ଇତ୍ୟାଦି ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛିା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏଥିରେ ସକି୍ରୟ ଭାବେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଇଛିା ଖାଦ୍ୟ ବ୍ଲଗ୍ରସ୍ମାନଙ୍କ ସକି୍ରୟ ସହାୟତାରେ ମିଲେଟସ୍ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଏବଂ ଜନଜାତିଙ୍କ ଖାଦ୍ୟକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ଖାଦ୍ୟ ମେଳାର ଆୟୋଜନ
କରାଯାଇଛିା
ବିଭିନ୍ନ ଜିଲ୍ଲାର କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ଆରାମଦାୟକ ଯାତ୍ରା ଏବଂ ରହିବାର ସୁବନ୍ଦୋବସ୍ତ ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଇଛିା ସାରା ରାଜ୍ୟର ଅନେକ କୃଷକ ଏହି ସମ୍ମିଳନୀରେ ଭାଗ ନେଇ କୃଷି କ୍ଷେତ୍ରରେ ହୋଇଥିବା ସର୍ବଶେଷ ପ୍ରଯୁକ୍ତିବିଦ୍ୟା ଓ ବିଜ୍ଞାନର ଅଗ୍ରଗତି ସଂପର୍କରେ ଜାଣିବାର ସୁଯୋଗ ପାଇବୋ ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ସମ୍ମିଳନୀ ୨୦୨୩କୁ ସବୁଠାରୁ ଅଧିକ କୃଷକ ଉପଯୋଗୀ ଅନ୍ତର୍ଜାତୀୟ ସମ୍ମିଳନୀରେ ପରିଣତ କରିବା ପାଇଁ ଲକ୍ଷ୍ୟ ରକ୍ଷାଯାଇଛିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ମିଲେଟସ୍ ମିଶନ ଦ୍ୱାରା ପ୍ରସ୍ତୁତ ଆମ ମିଲେଟସ୍ ମିଶନ ଗୀତର ଶୁଭ ଉଦ୍ଘାଟନ କରିଥିଲୋ
ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଜନଜାତିଙ୍କ ସଂସ୍କୃତି, ସେମାନଙ୍କ ଖାଦ୍ୟ ବ୍ୟବସ୍ଥାରେ ସାଂସ୍କୃତିକ ଏବଂ ନୃତାତ୍ତ୍ୱିକ ସଂଯୋଗର କଥା ଉଲ୍ଲେଖ କରିଥିଲୋ ଅନ୍ତର୍ଜାତୀୟ ସମ୍ମିଳନୀରେ ମିଲେଟସ୍ ବୈଚିତ୍ର୍ୟ, ଭୁଲି ଯାଇଥିବା ଖାଦ୍ୟ ଓ ଜଳବାୟୁ ସହନଶୀଳ ମାଣ୍ଡିଆ ଚାଷ ପଦ୍ଧତିକୁ ପ୍ରଦର୍ଶିତ କରିବା ପାଇଁ ଏସିଆ ପାସିଫିକ୍ ଆସୋସିଏସନ୍ ଫର ଏଗ୍ରିକଲଚରାଲ ରିସର୍ଚ୍ଚ ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନେକ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞଙ୍କ ସହଯୋଗରେ ପ୍ରସ୍ତୁତ ମିଲେଟସ୍ ସଂପର୍କରେ ଏକ ଫାଉଣ୍ଡେସନ୍ ଗାଇଡ୍ ପ୍ରକାଶିତ ହେବା ଏହା ବିଶ୍ୱକୁ ଓଡ଼ିଶାର ଜ୍ଞାନ ଉତ୍ପାଦର ଯୋଗଦାନ ହେବ, ଯାହାକି ବିଶ୍ୱରେ ପ୍ରଥମା “ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ର ଆର୍ଥିକ ସହାୟତା ଓ ମାର୍ଗଦର୍ଶନରେ ପ୍ରସ୍ତୁତ ଓଡ଼ିଶା ମିଲେଟସ୍ ମିଶନର ଯାତ୍ରା ଏବଂ ଏହାର ସାଫଲ୍ୟ, ବିଶେଷ କରି ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର କାର୍ଯ୍ୟକ୍ରମ ସମ୍ବନ୍ଧିତ ଏକ କଫି ଟେବୁଲ୍ ବୁକ୍ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହେବା ଏତଦ୍ବ୍ୟତୀତ ମିଲେଟସ୍ ଏବଂ ଜନଜାତି, ମିଲେଟ୍ ଏବଂ ସଷ୍ଟେନେବୁଲ୍ ଡେଭଲପ୍ମେଣ୍ଟ ଗୋଲ୍ ଆଧାରିତ ସ୍ୱତନ୍ତ୍ର ପ୍ରକାଶନ ମଧ୍ୟ ଉନ୍ମୋଚିତ ହେବା ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ ଏବଂୟର୍କ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ଓଡ଼ିଶା ମିଲେଟ୍ ମିଶନ ସଂପର୍କରେ ପ୍ରସ୍ତୁତ ମୂଲ୍ୟାୟନ ରିପୋର୍ଟ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହେବା
ସାମ୍ବାଦିକ ସମ୍ମିଳନୀରେ ଅନ୍ତର୍ଜାତୀୟ ସମ୍ମିଳନୀ ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିବା ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କହିଲେ ଯେ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରଚାର ଓ ପ୍ରସାରଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ଦ୍ୱାରା ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ କରାଯାଉଛିା ଓଡ଼ିଶା ମିଲେଟସ୍ ମିଶନ ସାରା ରାଜ୍ୟରେ ଅଙ୍ଗନବାଡ଼ି କର୍ମୀ ଓ ପ୍ରସୂତୀ ମହିଳାଙ୍କ ସହାୟତାରେ ମିଲେଟ୍ ମା’ କାର୍ଯ୍ୟକ୍ରମର ଆୟୋଜନ କରିବା ସହିତ ଖାଦ୍ୟମେଳା, ବିଦ୍ୟାଳୟରେ କୁଇଜ୍ ଏବଂ ପ୍ରବନ୍ଧ ପ୍ରତିଯୋଗିତା, କ୍ରୀଡ଼ା ବିଭାଗ ସହାୟତାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ, ରାଲି, ସଚେତନତା କାର୍ଯ୍ୟକ୍ରମ ବର୍ଷସାରା ଆୟୋଜନ କରିଆସୁଛିା ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍, ସେଫ୍ ଆସୋସିଏସନ୍, ହସ୍ପିଟାଲ୍ ଏବଂ ଡାକ୍ତର, ଫୁଡ୍ ବ୍ଲଗର୍ସ, ନାଗରିକ କଲ୍ୟାଣ ସଂଘଙ୍କ ସହାୟତାରେ ସହରାଞ୍ଚଳରେ ଓ୍ୱାଲ୍ ପେଣ୍ଟିଂ ଆଦିର ଆୟୋଜନ କରାଯାଇଛିା କିସ୍, କିଟ୍ ଅନ୍ତର୍ଜାତୀୟ ସ୍କୁଲ, ଲୟଲା ସ୍କୁଲ ସମେତ ବିିଭିନ୍ନ ସ୍କୁଲରେ ପୋଷ୍ଟକାର୍ଡ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଆଦିର ଆୟୋଜନ କରାଯାଇଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ କୃଷକ ଓ ପ୍ରତିନିଧିମାନଙ୍କ ଉଦ୍ଦେଶ୍ୟରେ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତିା
ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ସମ୍ମିଳନୀର ସଫଳ ଆୟୋଜନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୀର୍ଷ କମିଟି ଗଠନ କରାଯାଇଥିବାବେଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ କମିଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅର୍ଗାନାଇଜିଂ କମିଟି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ଏବଂ କାର୍ଯ୍ୟାନ୍ୱୟନ କରାଯାଉଛିା ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପିପିଭିଏଫ୍ଆର୍ଏର ଅଧ୍ୟକ୍ଷ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକାଧିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା
ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ଅବସରରେ ରାଜ୍ୟ ସରକାରଙ୍କ ଇନ୍ଷ୍ଟିଚୁ୍ୟସନାଲ୍ କାପାସିଟି ବିଲ୍ଡିଂର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ଦ୍ୱାରା ଏକ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଶ୍ରୀ ବାଗ୍ଚୀ ୨୦୩୬ ମସିହା ସୁଦ୍ଧା ମିଲେଟସ୍ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱ ପରିପ୍ରେକ୍ଷୀରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ଦିଗରେ ଗଢ଼ିତୋଳିବା ଦିଗରେ ଗୁରୁତ୍ୱ ଦେଇଥିଲୋ ଓଡ଼ିଶାରେ ଏହି ପୁଷ୍ଟିଶସ୍ୟ ମିଲେଟସ୍ ଉପରେ ପ୍ରମୁଖତା ପ୍ରଦାନ କରାଯିବା ଆବଶ୍ୟକ ଏବଂ ଏଥି ନିମନ୍ତେ ଏପରି ଏକ ପରିବେଶ ସୃଷ୍ଟି କରିବା ଦରକାର ଯେପରି କି ମିଲେଟସ୍ କ୍ଷେତ୍ରକୁ ପୁଂଜିବିନିଯୋଗ ଆକର୍ଷିତ ହେବ ଏବଂ ସବୁଠାରୁ ସମ୍ବେଦନଶୀଳ ବର୍ଗଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ସାଲିସ୍ ହେବ ନାହିାଁ ଏଥି ପାଇଁ ବିଭାଗୀୟ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଶ୍ରୀ ବାଗ୍ଚୀ ପରାମର୍ଶ ଦେଇଥିଲୋ