Odisha news

ଯଦି ଦେଶର ସ୍ୱାଧୀନତା କୁ ଜାଣିବାକୁ ଚାହୁଁଚ ତେବେ ଦେଶ ପରାଧୀନ ଥିବାର କାହାଣୀ ମଧ୍ୟ ଜାଣିବା ଜରୁରୀ

0
By Padmaja Pattanaik : ଦେଶ ପାଳନ କରୁଛି ସ୍ୱାଧୀନତାର ୭୯ ତମ ସ୍ୱାଧୀନତା ଦିବସ, କିନ୍ତୁ ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ଦିବସ ପାଳିଥିଲେ ମଧ୍ୟ ଦେଶ ପରାଧିନତା ବିଷୟରେ ଅନେକ କିଛି ଜାଣି ନାହାନ୍ତି, ତେଣୁ ଆମେ ଦେଶ ପରାଧୀନ କେବେଠାରୁ ହେଲା ସେହି ସମୟ କୁ ଫେରିବା l ସମୟ ଥିଲା ୩୧ ଡିସେମ୍ବର ୧୬୦୦ ମସିହା , ବ୍ରିଟେନ ରେ ତିଆରି ହୋଇଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ, ଏବଂ ସେହି ସମୟରେ ଭାରତରେ ଫ୍ରେଞ୍ଚ, ପର୍ତ୍ତୁଗାଲ ଓ ଡଚ ମାନେ କବ୍ଜା ଜମାଇ ବସି ନିଜ ବ୍ୟବସାୟ ଆରମ୍ଭ କରି ଥିଲେ l

ଏବଂ ଭାରତରୁ ସୁତା କପଡା ସହିତ ବିଭିନ୍ନ ମସଲା ଜାତୀୟ ଜିନିଷ ୟୁରୋପ ଯାଉଥିଲା, ଏବଂ ଭାରତରେ ବାଣିଜ୍ୟ କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ର ପ୍ରଥମ ଜାହାଜ ଅଗଷ୍ଟ ୧୬୦୮ ରେ ଗୁଜୁରାଟ ରେ ଲାଗିଲା, ଏହାପରେ ଡଚ ଙ୍କ ସାହାଯ୍ୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପର୍ତ୍ତୁଗାଲ ମାନଙ୍କୁ ଭାରତରୁ ହଟାଇଲା l ଏହାପରେ ମୋଗଲ ଶାସକ  ଜାହାଙ୍ଗୀର ଙ୍କ ସହିତ ସମ୍ପର୍କ ନିବିଡ଼ କରିଥିଲା ଓ ୟୁରୋପୀୟ ବସ୍ତୁ ଦ୍ୱାରା ଶାସକ ଙ୍କ ମନ କିଣିଥିଲେ, ଏବଂ ଧୀରେ ଧୀରେ କମ୍ପାନୀ କୂଟନୀତି ଜରିଆରେ ରାଜନୀତି ମାମଲାରେ ହସ୍ତକ୍ଷେପ କରି ନିଜର ଶକ୍ତି ବଢ଼ାଇଲା, ଏବଂ ମୋଗଲ ଙ୍କ ନିକଟରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଟ୍ୟାକ୍ସ ରୁ ଛୁଟକାରା ପାଇଗଲା l

ମୋଗଲ ଓ ଇଷ୍ଟ ଇଣ୍ଡିଆ କମ୍ପାନୀର ଏହି କାର୍ଯ୍ୟ କୁ ବଙ୍ଗ ନବବି ସିରାଜୁଦୌଲା ବିରୋଧ କରିଥିଲେ ଓ କଲିକତାରେ ବ୍ରିଟିଶ ସମ୍ପତି ଉପରେ କବ୍ଜା ଜମେଇଥିଲେ , ଇଷ୍ଟ ଇଣ୍ଡିଆ କମ୍ପାନୀ ର ବିଭିନ୍ନ ଅଧିକାରୀ ଙ୍କୁ ଗିରଫ କରିଥିଲେ l ଏହି ସମୟରେ କମ୍ପାନୀର ଗୋଟିଏ ବଡ଼ ଗଡ଼ ଥିଲା ମାଡ୍ରାସ, ଓ ସେଠାରେ ରବର୍ଟ କ୍ଳାଇଭ ଜଳ ପଥରେ ଆସି ୧୭୫୭ ରେ ସିରାଜୁଦଉଳା ଙ୍କ ସହିତ ଯୁଦ୍ଧ କରିଥିଲେ, ଯାହାକୁ କୁହାଯାଏ ବ୍ୟାଟେଲ ଅଫ ପଲାସି l ଏହି ଯୁଦ୍ଧରେ ସିରାଜୁ ଦଉଳା ଙ୍କ ସେନାପତି ମୀର ଜାଫର  ବିଶ୍ୱାସଘାତକତା କରିଥିଲେ ଓ ନବବି ଙ୍କର ମୃତ୍ୟୁ ହୋଇଥିଲା l

କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀ ମୀର ଜାଫର ଙ୍କ ୧୭୬୫ ରେ ହତ୍ୟା କରି ବଙ୍ଗ ର ଶାସନ ଡୋର ନିଜ ହାତକୁ ନେଲା, ଏହାପରେ ମୋଗଲ ଶାସକ କମ୍ପାନୀ କୁ ବଙ୍ଗର ଦୀଵାନ ପାଦରେ ନିଯୁକ୍ତି ଦେଇଥିଲେ l ଯେହେତୁ କମ୍ପାନୀ ସମଗ୍ର ଅଖଣ୍ଡ ଭାରତ ଉପରେ କବ୍ଜା କରିବାକୁ ଚାହୁଁଥିଲା , ଦକ୍ଷିଣ ରେ ଟିପୁ ସୁଲତାନ ଫ୍ରେଞ୍ଚ ଙ୍କ ସହିତ ବନ୍ଧୁତା କରିଥିଲେ ଓ ନିଜ ସେନାକୁ ଆଧୁନିକ ଶୈଳୀରେ ପ୍ରସ୍ତୁତ କରିଥିଲେ l ଏବଂ ପଶ୍ଚିମରେ ମରାଠା ମାନେ ଦିଲ୍ଲୀ ଉପରେ ଶାସନ କରିବାକୁ ଚାହୁଁଥିଲେ l ଇଷ୍ଟ ଇଣ୍ଡିଆ କମ୍ପାନୀର ଆଗାମୀ ନଜର ରହିଥିଲା ଟିପୁ ସୁଲତାନ ଙ୍କ ଉପରେ , କମ୍ପାନୀ ଟିପୁ ଓ ତାଙ୍କ ପିତା ହାଇଦର ଙ୍କ ସହିତ ୩ଟି ଯୁଦ୍ଧ କରିଥିଲା କିନ୍ତୁ  ୧୭୯୯ ରେ ଶ୍ରୀରାଙ୍ଗ ପଟନମ ଯୁଦ୍ଧରେ ଟିପୁ ସୁଲତାନ ଙ୍କର ମୃତ୍ୟୁ ହୋଇଥିଲା l

ଏହିଭଳି ଭାବରେ ପାନିପଥ ର ତୃତୀୟ ଯୁଦ୍ଧରେ ପରାଜୟ ପରେ ମରାଠା ମାନେ ଖଣ୍ଡ ଖଣ୍ଡ ହୋଇଗଲେ ଓ ଏହିଭଳି ଭାବରେ ମରାଠା ମାନଙ୍କ ଉପରେ ମଧ୍ୟ କମ୍ପାନୀ ଦଖଲ ରହିଲା l ଏବଂ ଉତ୍ତରରେ ପଞ୍ଜାବ ରେ ମହାରାଜ ରଞ୍ଜିତ ସିଂ ଇଂରେଜ ଙ୍କ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ରହିଲେ , କିନ୍ତୁ ୧୮୩୯ ରେ ତାଙ୍କ ମୃତ୍ୟୁ ପରେ ପଞ୍ଜାବ ଇଂରେଜ ଙ୍କ ଅଧୀନକୁ ଆସିଥିଲା l

ଏହାପରେ କମ୍ପାନୀ ପକ୍ଷରୁ ଗୋଟିଏ ଲର୍ଡ଼ ଡେ଼ଲାହୁସି ଗୋଟିଏ ନିୟମ ନେଇ ଆସିଲେ, ନିୟମ ଅନୁସାରେ ଯେଉଁ ଶାସକ ଙ୍କର କୌଣସି ଉତ୍ତରାଧିକାରୀ ନଥିବେ ତେବେ ସେହି ରାଜ ପରିବାର କମ୍ପାନୀ ଦଖଲ କରିବ l ଏହି ନିୟମ ଆଧାରରେ ସତାର , ସମ୍ବଲପୁର, ଉଦୟପୁର, ନାଗପୁର ଓ ଝାନ୍ସୀ ଉପରେ ଇଂରେଜ ମାନେ ଅଧିକାର କଲେ l ଏବଂ ବନ୍ଧୁକ ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଗାଈ ଚମଡା ଓ ଘୁଷୁରୀ ଚମଡା ର ବ୍ୟବହାର କଲା, ଏହି ଖବର ଜାଣିବା ପରେ କମ୍ପାନୀ ର ସିପାହୀ ଉତେଜିତ ହୋଇଥିଲେ, ୧୮୫୭ ରେ ମିରଟ ରେ ସିପାହୀ ବିଦ୍ରୋହ ସମୟରେ ମଙ୍ଗଳ ପାଣ୍ଡେ ଙ୍କୁ ଫାସୀ ଦିଆଯାଇଥିଲା, ଏବଂ ଏହି ନିଆଁ ଏଭଳି ଜଳିବାକୁ ଲାଗିଲା ଯେ ଝାନ୍ସୀ, ଦିଲ୍ଲୀ, ବିହାର ରେ ସିପାହୀ ବିଦ୍ରୋହ ର  କ୍ରାନ୍ତି ଚାଲିଲା, ରାଣୀ ଲକ୍ଷ୍ମୀ ବାଇ, ବହାଦୁର ଶାହା ଜାଫର, ନାନା ସାହେବ ପ୍ରଭୃତି ଇଂରେଜ ମାନଙ୍କ ବିରୁଦ୍ଧରେ ସିପାହୀ ବିଦ୍ରୋହ ରେ ସାମିଲ ହୋଇଥିଲେ ଏବଂ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ର ଛାତି ଥରାଇ ଦେଇଥିଲା l

Ad2
Leave A Reply