ଦିଲ୍ଲୀ ଛାତ୍ର ଧାରଣାରେ ମାଗଣାରେ ଖାଇବା ଦେଉଥିବା ବ୍ୟକ୍ତିଙ୍କ ନିକଟରେ ଏତେ ପଇସା ଆସିଲା କେଉଁଠୁ ? ପରିବାରର ପ୍ରତିକ୍ରିୟା ଶୁଣି ପୋଲିସ ତାଯୁବ
ଦିଲ୍ଲୀ ଜନ୍ତର ମନ୍ତର ରେ ଧାରଣାରେ ବସିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଦିନ ଧରି ମାଗଣାରେ ଖାଦ୍ୟ ଦେଉଥିବା ଜୁନେଦ ବର୍ତମାନ ଖୁବ ରହିଛନ୍ତି ଚର୍ଚାରେ, ସବୁଠୁ ବଡ଼ କଥା ହେଲା ଗୋଟିଏ ଛୋଟ ମୋବାଇଲ ଦୋକାନ କରିଥିବା ଜୁନେଦ ଙ୍କ ନିକଟରେ ଏତେ ସମ୍ବଳ ଆସିଲା କେଉଁଠୁ ? ଏହାକୁ ନେଇ ଗଜିଆଵାଦ ପୋଲିସ ର ଯାଞ୍ଚ ଜାରି ରହିଛି, ଓ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି l ଗାଜିଆ ବାଦ ପୋଲିସ ର ଗୋଟିଏ ଟିମ ଜୁନେଦ ଙ୍କର ଗଜିଆ ବାଦ ସ୍ଥିତ ନାହଲ ଗ୍ରାମରେ ପହଂଚି ଫଣ୍ଡିଙ୍ଗ ର ଷୋରସେସ ବିଷୟରେ ପଚରାଉଚରା କରିଛି l
ପରିବାର ସଦସ୍ୟଙ୍କ ମତରେ ପ୍ରଥମ ଦିନ ରାତିରେ ପୋଲିସ ଜୁନେଦ ଙ୍କ ପିତାଙ୍କୁ ଉଠାଇ ନେଇଥିଲା, ଏବଂ ପରେ ପ୍ରମାଣପତ୍ର ସହିତ ବ୍ୟାଙ୍କ ପାସ୍ବୁକ ମଧ୍ୟ ନେଇଗଲେ, ଅନ୍ୟ ପକ୍ଷରେ ଜୁନେଦ ପୋଲିସ ଉପରେ ଉତ୍ପୀଡ଼ନ, ଅବୈଧ ଗିରଫ କରିବା ଓ ପରିବାର ସଦସ୍ୟ ଙ୍କୁ ଧମକାଇବା ର ଆରୋପ ଲଗାଇ ସୁପ୍ରିମ କୋର୍ଟ ରେ ଗୋଟିଏ ଯାଚିକା ଦାୟର କରିଛି l
ଜୁନେଦ ଙ୍କ ଦାଦା ପୁଅ ଭାଇ କହିଛନ୍ତି ଯେ ପୋଲିସ ୨ଥର ଘରକୁ ଆସିଥିଲା, ଗୋଟିଏ ଥର ଜୁନେଦ ର ବାପାଙ୍କୁ ନେଇଗଲା ଏବଂ ଆଉ ଗୋଟିଏ ଥର ଆସି ବ୍ୟାଙ୍କ ପାସ୍ବୁକ ସହିତ ଅନ୍ୟ ପ୍ରମାଣପତ୍ର ନେଇ ଯାଇଥିଲା l ଏବଂ ପରେ ଗାଁ ଲୋକଙ୍କ ସହିତ କଥା ହୋଇ ତାଙ୍କ ବାପାଙ୍କୁ ଛାଡି ଦିଆଯାଇ ଥିଲା l
ଖାଇବା କୁ ଦେବା ମାମଲାରେ ପରିବାର ସଦସ୍ୟ ଙ୍କ ମନ୍ତବ୍ୟ ମଧ୍ୟ ସାମ୍ନାକୁ ଆସିଥିଲା, ପୋଲିସ ଯାଞ୍ଚ କରୁଛି ଯେ ପ୍ରଦର୍ଶନକାରୀ ଙ୍କୁ ଖାଇବାକୁ ଯୋଗାଇବା ପାଇଁ ପଇସା କେଉଁଠୁ ଜୁନେଦ ଆଣିଲା ? ଏହାକୁ ନେଇ ଜୁନେଦ ଙ୍କ ଦାଦା ପୁଅ ଭାଇ କହିଥିଲେ ଜୁନେଦ ନିଜ ହାତରୁ ୪ – ୫ ହଜାର ଖର୍ଚ୍ଚ କରିଥିଲେ, ଯେବେକି ଅନ୍ୟ ସବୁ ଖର୍ଚ୍ଚ ବନ୍ଧୁବାନ୍ଧବ ଓ ସାଙ୍ଗ ମାନେ କରିଛନ୍ତି l ଆଉ କିଛି ଲୋକ ପଇସା ବଦଳରେ ଖାଦ୍ୟ ସାମଗ୍ରୀ ଯୋଗାଇଥିଲେ l
ପୋଲିସ ପକ୍ଷରୁ ଜୁନେଦ ଙ୍କ ପିତାଙ୍କୁ ଗିରଫ କରାଯିବା କୁ ନେଇ ଖଣ୍ଡନ କରାଯାଇଛି, ଏବଂ କୁହାଯାଇଛି [ପୋଲିସ ତାଙ୍କ ପିତାଙ୍କୁ ଅଳ୍ପ କିଛି ପଚାରି ଛାଡି ଦେଇଥିଲା, ଜୁନେଦ ଙ୍କ ପିତା ମଧ୍ୟ ଭିଡିଓ ଜାରି କରି ଏହି ବିଷୟରେ କହିଥିଲେ l
ଜୁନେଦ ଙ୍କ ପକ୍ଷରୁ ସୁପ୍ରିମ କୋର୍ଟ ରେ ଦାଖଲ ହୋଇଥିବା ଯାଚିକା ଅନୁସାରେ ଜୁଲାଇ ୨୪ ତାରିଖରେ ଅଧ ରାତିରେ ଦିଲ୍ଲୀ ପୋଲିସ ତାଙ୍କୁ ୫ରୁ ୬ ଘଣ୍ଟା ଗାଡି ରେ ବନ୍ଧକ ରଖିଥିଲା ଓ ଗୋଟିଏ ସୁନସାନ ଜାଗାରେ ଛାଡି ଦେଇଥିଲା, ଏବଂ ମୋ ପରିଜନ ଙ୍କୁ ବିନା ୱାରେଣ୍ଟ ରେ ଗିରଫ କରାଯାଇ ପ୍ରତାଡ଼ିତ କରାଯାଇଥିଲା l
