ଅଯୋଧ୍ୟା ରାମ ମନ୍ଦିର ଚୋରିକୁ ନେଇ ଆସିଲା ବଡ଼ ନିଷ୍ପତି
ଅଯୋଧ୍ୟା ଓକିଲ ସଙ୍ଘ ନେଲେ ବଡ଼ ନିସ୍ପତି
ଅଭିଯୁକ୍ତଙ୍କୁ ମିଳିବନି ଅଯୋଧ୍ୟାରୁ ଓକିଲ
ବାହାରୁ ଓକିଲ କେସ ଲଢ଼ିଲେ ଦେବେ ୫ଲକ୍ଷ ଫାଇନ
ଟ୍ରଷ୍ଟିଙ୍କୁ ଅଯୋଧ୍ୟା ଛାଡି ଯିବାକୁ ମିଳିଲା ଅଲଟିମେଟମ
ବିଶ୍ୱ ପ୍ରସିଦ୍ଧ ଓ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମସ୍ଥାନ ଅଯୋଧ୍ୟାର ରାମ ମନ୍ଦିର ଆଜିକାଲି ଖୁବ ଚର୍ଚାରେ ରହିଛି, ବିଶେଷ ଭାବରେ ପ୍ରଭୁ ରାମଚନ୍ଦ୍ର ଙ୍କୁ ଶ୍ରଦ୍ଧାଳୁ ମାନେ ଅର୍ପଣ କରିଥିବା ଟଙ୍କା ଚୋରି ଘଟଣାରେ ରାମ ମନ୍ଦିର ଚର୍ଚାରେ ଅଛି, ଭଗବାନ ରାମଚନ୍ଦ୍ରଙ୍କର କୋଟି କୋଟି ଟଙ୍କା ଚୋରି କୁ ନେଇ ସାରା ଦେଶ ବାସୀ ସ୍ତବ୍ଦ , ଲୋକେ ଶ୍ରଦ୍ଧାରେ ଅର୍ପଣ କରିଥିବା ପଇସା ଚୋରି ହୋଇଥିବାରୁ ଖୁବ ଅସନ୍ତୁଷ୍ଟ ଅଛନ୍ତି, ଏହି ମାମଲାରେ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ FIR ଦାୟର ହୋଇଥିବା ୮ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି l ବର୍ତମାନ ଜନ ଅସନ୍ତୋଷ କୁ ଦେଖି ଟ୍ରଷ୍ଟ ର ଟ୍ରଷ୍ଟି ଚମ୍ପତ ରାୟ ଓ ଅନିଲ ମିଶ୍ରl ଇସ୍ତଫା ଦେବାକୁ ସ୍ଥିର କରିଛନ୍ତି l
ଏହି ଘଟଣାରେ ଅଯୋଧ୍ୟାର ବାର ଆସୋସିଏସନ ବର୍ତମାନ ନେଇଛି ଗୋଟିଏ ବଡ଼ ନିଷ୍ପତି, ବାର ଆସୋସିଏସନ ପକ୍ଷରୁ ନିଷ୍ପତି ନିଆଯାଇଛି ଯେ ଏହି ଦାନ ଚୋରି କେଶ ରେ ଆସୋସିଏସନ ର କୌଣସି ଓକିଲ ଅଭିଯୁକ୍ତଙ୍କ ର କେଶ ଲଢ଼ିବ ନାହିଁ, ଅର୍ଥାତ ଅଭିଯୁକ୍ତ ଙ୍କୁ ଅଯୋଧ୍ୟାରୁ କୌଣସି ଓକିଲ ମିଳିବେ ନାହିଁ l ଅଭିଯୁକ୍ତଙ୍କ କେଶ ନ ଲଢ଼ିବା ସହିତ ଓକିଲ ସଙ୍ଘ ଘୋଷଣା କରିଛି ଯେ ଯଦି କୌଣସି ଓକିଲ ଅଭିଯୁକ୍ତ ଙ୍କ କେଶ ଲଢ଼ିଲା ତେବେ ସେ ପ୍ରତ୍ୟେକ ଅଭିଯୁକ୍ତ ଙ୍କ ପିଛା ୫ଲକ୍ଷ ଟଙ୍କା ଲେଖାଏଁ ଆସୋସିଏସନ ଫଣ୍ଡ ରେ ଜମା କରିବାକୁ ପଡିବ l ଅର୍ଥାତ ଯଦି ୪ ଜଣ ଅଭିଯୁକ୍ତଙ୍କ କେଶ ନେଲେ ତେବେ ୨୦ ଲକ୍ଷ ସଙ୍ଘ କୁ ଦେବାକୁ ପଡିବ l
ଯାହାକୁ ନେଇ ପ୍ରତ୍ୟେକ ଓକିଲ ଙ୍କ ପାଇଁ ଅଭିଯୁକ୍ତଙ୍କ କେସ ଲଢ଼ିବା ର ସମସ୍ତ ବାଟ ବନ୍ଦ ହୋଇଯାଇଛି, ଏବଂ ଅଯୋଧ୍ୟା ର ବାର ଆସୋସିଏସନ ଦାବି କରିଛି ଯେ ଏହି କେସ ବର୍ତମାନ CBI କୁ ଟ୍ରାନ୍ସଫର କରାଯାଉ, ଯାହାକି ଶ୍ରଦ୍ଧାଳୁ ଙ୍କ ପାଇଁ ଅସ୍ବସ୍ତି କର ହୋଇଛି l
ରାମ ମନ୍ଦିର ଟ୍ରଷ୍ଟ କୁ ଆସିଥିବା ଏହା କେବଳ ଦାନର ପଇସା ନଥିଲା, ଏହା ଇଷ୍ଟ ଦେବତାଙ୍କ ପାଇଁ ଭକ୍ତଙ୍କର ସମର୍ପଣ ଥିଲା, ଯଦି ଏହି ସମର୍ପଣ ଚୋରି ହୁଏ ତେବେ ଜନ ଅସନ୍ତୋଷ ଆସିବ ହିଁ ଆସିବ l ଅଭିଯୁକ୍ତ ଙ୍କ ସହିତ ଓକିଲ ମାନେ ମନ୍ଦିର ଟ୍ରଷ୍ଟ କୁ ମଧ୍ୟ ଆକ୍ଷେପ କରିଛନ୍ତି l ଏବଂ ଟ୍ରଷ୍ଟ ର ଟ୍ରଷ୍ଟି ଥିବା ଅନିଲ ମିଶ୍ରl ଓ ଚମ୍ପତ ରାୟ ଙ୍କୁ ଅଯୋଧ୍ୟା ଛାଡି ଚାଲିଜାବାକୁ ଅଲଟିମେଟମ ଓକିଲ ସଙ୍ଘ ପକ୍ଷରୁ ଦିଆଯାଇଛି l
