Odisha news

ମହାଭାରତର ରୋଚକ କଥା : କିପରି କୃପାଚାର୍ଯ୍ୟ ଓ ଦ୍ରଣାଚାର୍ଯ୍ୟ ହେଲେ ପାଣ୍ଡଵ ଓ କୌରଵ ଙ୍କ ଗୁରୁ

0

ଏକଦା ରାଜା ଶାନ୍ତନୁ ଶିକାର ପାଇଁ ବଣକୁ ଯାଇଥିଲେ, ସେ ସେଠାରେ ଗୋଟିଏ ଛୋଟ ପୁଅ ଓ ଗୋଟିଏ ଛୋଟ ଝିଅକୁ ଦେଖିଲେ, ଉଭୟଙ୍କ ନିକଟରେ ଧନୁ ଓ ତୀର ଥିଲା, ଏବଂ ସେମାନଙ୍କ ଶରୀରରୁ ଦିବ୍ୟ ଆଲୋକ ବାହାରୁଥିଲା, ଏହାକୁ ଦେଖି ରାଜା ଶାନ୍ତନୁ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେମାନଙ୍କ ନିଜ ସହ ହସ୍ତୀନାପୁର ନେଇ ଆସିଲେ l ଏବଂ ସେମାନଙ୍କ ନାମ କୃପା ଓ କୄପି ଦେଇଥିଲେ l

ରାଜା ଶାନ୍ତନୁ ଉଭୟଙ୍କୁ ରାଜ ମହଲ ରେ ନିଜ ସନ୍ତାନ ଭଳି ଲାଳନ ପାଳନ କଲେ, ସେମାନଙ୍କୁ ଉତ୍ତମ ଶିକ୍ଷା, ସୁରକ୍ଷା ଓ ସମସ୍ତ ସୁବିଧା ଦେଲେ, ସମୟ ସହିତ ଉଭୟ ବଡ଼ ହେବାକୁ ଲାଗିଲେ, ସେମାନଙ୍କ ବୁଦ୍ଧିମତା ଓ ତେଜସ୍ବୀନତା ଦେଖି ରାଜ ଦରବାର ରେ ସମସ୍ତେ ପ୍ରଶଂସା କଲେ l

କିଛିଦିନ ପରେ ମହର୍ଷି ଶରଦ୍ୱlନ ହସ୍ତୀନାପୁର ରେ ପହଁଚିଲେ, ଏବଂ ସେ କୃପା ଓ କୄପି ଙ୍କୁ ଦେଖି ଜାଣି ପାରିଥିଲେ ଯେ ତାଙ୍କ ପୁତ୍ର କନ୍ୟା , ଏବଂ ସେ ରାଜା ଶାନ୍ତନୁ ଙ୍କ ଅଭର ବ୍ୟକ୍ତ କରିଥିଲେ l  ଏହାପରେ ନିଜ ପୁତ୍ର କୃପା କୁ ଧନୁର୍ବିଦ୍ୟା ର ଗୁଢ ରହସ୍ୟ ଶିକ୍ଷା ଦେଇଥିଲେ l

ମହର୍ଷି ଶରଦ୍ୱlନ ଙ୍କ ନିକଟରୁ ଶିକ୍ଷା ପ୍ରାପ୍ତ ପରେ କୃପାଚାର୍ଯ୍ୟ ଧନୁର୍ବିଦ୍ୟା ଓ ଶାସ୍ତ୍ର ରେ ମହାନ ଜ୍ଞାନ ଲାଭ କରିଥିଲେ, ତାଙ୍କର ସୁଖ୍ୟାତି ଚାରିଆଡେ ବ୍ୟାପିଗଲା, ହସ୍ତୀନାପୁର ରାଜବଂଶ ତାଙ୍କ ଜ୍ଞାନ ଓ ବୁଦ୍ଧି ଦେଖି ତାଙ୍କୁ ରାଜଗୁରୁ ପଦବୀ ଦେଇଥିଲା l

ଏହାପରେ କୃପାଚାର୍ଯ୍ୟ ଙ୍କ ମାର୍ଗଦର୍ଶନ ରେ କୌରଵ ଓ ପାଣ୍ଡଵ ଶିକ୍ଷା ପ୍ରାପ୍ତ କଲେ, ସେ ତାଙ୍କୁ ଶସ୍ତ୍ର ସଂଚାଳନ, ଯୁଦ୍ଧ କଳା , ନୀତି ଓ ଅନୁଶାସନ ର ଜ୍ଞାନ ଦେଇଥିଲେ, ଗୋଟିଏ ଦିନ ଶିକ୍ଷା ପରେ ସମସ୍ତ ରାଜକୁମାର ପଡିଆରେ ଗିଲି ଦଣ୍ଡା ଖେଳୁଥିବା ସମୟରେ ତାହା ଯାଇ ଗୋଟିଏ ଗଭୀର କୂଅରେ ପଡିଲା, କୂଅ ଟି ଗଭୀର ଥିବାରୁ ରାଜକୁମାର ଙ୍କ ଚେଷ୍ଟା ଦ୍ୱାରା ମଧ୍ୟ ତାହା ବାହାରିପାରିଲା ନାହିଁ, ଏବଂ ସମସ୍ତ ରାଜକୁମାର ନିରାଶ ହୋଇଗଲେ l

ଠିକ ସେହି ସମୟରେ ଜଣେ ତେଜସ୍ୱି ବ୍ରାହ୍ମଣ ସେଠାରେ ପହଂଚିଥିଲେ ଓ ରାଜକୁମାର ମାନଙ୍କୁ ତାଙ୍କ ଚିନ୍ତାର କାରଣ ପଚାରିଥିଲେ, ଯେତେବେଳେ ସେ ସମସ୍ତ ଘଟଣା ଜଜାଣିଥିଲେ ସ୍ମିତ ହାସ୍ୟ କରିଥିଲେ, ଏବଂ ରାଜକୁମାର ଙ୍କୁ କହିଥିଲେ କୂଅ ରେ ନପଶି ମଧ୍ୟ ଗିଲି କାଢ଼ିହେବ , ଏହାପରେ ସେ କିଛି ଘାସ କୁ ଯୋଡି ଗିଲି କୁ କୂଅରୁ କାଢ଼ିଦେଲେ, ଏହାପରେ ରାଜକୁମାର ହସ୍ତୀନାପୁର କୁ ଯାଇ ଏହି ସମସ୍ତ ଘଟଣା ପିତାମହ ଭୀଷ୍ମ ଙ୍କୁ କହିଥିଲେ, ଏହା ଶୁଣି ଭୀଷ୍ମ ଜାଣିଗଲେ ଯେ ଏହି ମହାନ ଧନୁର୍ଦ୍ଧର ଦ୍ରୋଣାଚାର୍ଯ୍ୟ ହିଁ ହେଇ ପାରନ୍ତି, ଏହାପରେ ଭୀଷ୍ମ ଦ୍ରୋଣାଚାର୍ଯ୍ୟ ଙ୍କୁ ପାଛୋଟି ଆଣି କୌରଵ ଓ ପାଣ୍ଡଵ ଙ୍କ ଗୁରୁ ଭାବରେ ନିଯୁକ୍ତି ଦେଇଥିଲେ l

Govt
Leave A Reply