Odisha news

ପଶ୍ଚିମବଙ୍ଗ ନିର୍ବାଚନ ପରେ ଟିଏମସି ଦୁଇଫାଳ

0

ଟିଏମସି ରେ ଚାଲିଛି ମତଭେଦ
ଦଳକୁ ଏକାଠି ହେବାକୁ ମମତା ଦେଉଛନ୍ତି ଆହ୍ୱାନ
ଆଗକୁ ଭାଙ୍ଗି ଯିବାକି ତୃଣମୂଳ କଂଗ୍ରେସ
ନା ସଜଡ଼ିବେ ଦଳକୁ ମମତା
କଣ ଦିଦି ହୋଇଗଲେ କି ମୂଲ୍ୟହୀନ
ନା ପୁତୁରାଙ୍କୁ ଦେବେ ଦଳର ଦାୟିତ୍ୱ ?

ପଶ୍ଚିମବଙ୍ଗ ରେ ଟିଏମସି ର ପରାଜୟ ପରେ ମମତା ବାନାର୍ଜୀ ଙ୍କର ଖରାପ ଦିନ ଆରମ୍ଭ ହୋଇଯାଇଛି, ବର୍ତମାନ ପଶ୍ଚିମବଙ୍ଗର ସ୍ଥିତିକୁ ଦେଖିଲେ ଲାଗୁଚି ତୃଣମୂଳ କଂଗ୍ରେସ ଦୁଇଭାଗ ହୋଇଯିବ, ବିଧାନସଭା ନିର୍ବାଚନ ପରେ ଟିଏମସି ଭିଟାରେ ଫାଟ ଦିନକୁ ଦିନ ବଢି ଚାଲିଛି l

ଫାଟ ସୃଷ୍ଟି ହୋଇଛି ଏହି କାରଣରୁ –

ମମତା ବାନାର୍ଜୀ ବିଧାନସଭା ରେ ବିପକ୍ଷର ନେତା ଭାବରେ ଶୋଭନଦେବ ଚଟପାଧ୍ୟାୟ ଙ୍କୁ ନିଯୁକ୍ତି ଦେଇଛନ୍ତି, ଏହି ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର ଦିନ ଆରୋପ ଲଗାଇଛନ୍ତି ସ୍ପିକର ଙ୍କୁ ପଠାଯାଇଥିବା ଚିଠି ରେ କିଛି ଟିଏମସି ବିଧାୟକଙ୍କର ଡୁପ୍ଲିକେଟ ହସ୍ତାକ୍ଷର ରହିଛି ଏବଂ ଶୁଭେନ୍ଦୁ ସରକାର ଏଥିରେ ୨ଜଣ ଙ୍କର ନାମ ମଧ୍ୟ ନେଇଛନ୍ତି ଜଣେ ହେଲେ ରିତା ବ୍ରତ ବାନାର୍ଜୀ ଓ ସଂଦୀପନ ସାହା , ମୁଖ୍ୟମନ୍ତ୍ରୀଙ୍କ ଆରୋପ ପରେ ମମତା ବାନାର୍ଜୀ ଦୁଇ ବିଧାୟକ ଙ୍କୁ ପାର୍ଟି ବିରୋଧୀ ଗତିବିଧି ରେ ଦଳରୁ ସସ୍ପେଣ୍ଡ କରିଥିଲେ l

ନିକଟରେ ବିଧାନସଭା ମତଦାନ ରେ ପରାଜୟ ପରେ ଟିଏମସି ଭିତରେ ମନୋମାଳିନ୍ୟ ଆରଂଭ ହୋଇଯାଇଛି, ଏହା ମଧ୍ୟ କୁହଜୁଛି ଯେ ନେତା ମାନଙ୍କର ରାଗ ଦଳର ମହାସଚିବ ଅଭିଷେକ ବାନାର୍ଜୀ ଙ୍କ ଉପରେ ରହିଛି l ରବିବାର ଦିନ ଏହି ମତଭେଦ  ସଫା ସଫା ଜଣାପଡିଗଲା, ଯେତେବେଳେ ମମତାଙ୍କ ବାସଭବନ ରେ ରଖାଯାଇଥିବା ମିଟିଂ କୁ ୮୦ ରୁ ୬୦ MLA ଉପସ୍ଥିତ ରହି ନ ଥିଲେ l

ଫର୍ଜି ହସ୍ତାକ୍ଷର ର CID ଯାଞ୍ଚ –

ଫର୍ଜି ହସ୍ତାକ୍ଷର ମାମଲା ସାମ୍ନାକୁ ଆସିବାପରେ ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଯାଇଛି, ଏହି ମାମଲାରେ ଅନେକ ତୃଣମୂଳ ନେତାଙ୍କୁ ନୋଟିସ ମଧ୍ୟ ପଠାଯାଇଛି, ସିଆଇଡି ପକ୍ଷରୁ ଅଭିଷେକ ବାନାର୍ଜୀ ଙ୍କୁ ଡାକରା ଆସିଥିଲେ ମଧ୍ୟ ସେ ଉପସ୍ଥିତ ହୋଇ ନଥିଲେ l ମମତା ବାନାର୍ଜୀ ଚଳିତଥର ନିର୍ବାଚନ ରେ ହାରିବା ପରେ ତାଙ୍କ ଦଳର ନେତା ମାନେ ଖୋଲାଖୋଲି ନିଜର ଅସନ୍ତୋଷ ଜାହିର କରୁଛନ୍ତି l

Govt
Leave A Reply