Odisha news

ପାକିସ୍ଥାନକୁ ଆମେରିକା ଟଏଲେଟ ପେପର ଭଳି ବ୍ୟବହାର କରୁଛି : ପାକିସ୍ଥାନ ରକ୍ଷାମନ୍ତ୍ରୀ

0

ପାକିସ୍ତାନକୁ ଆମେରିକା ଟଏଲେଟ ପେପର ଭଳି ବ୍ୟବହାର କରିଛି, ଏଇକଥା ଆମେ କହୁନାହୁଁ ଏହିକଥା କହିଛନ୍ତି ଖୋଦ ପାକିସ୍ଥାନ ରକ୍ଷା ମନ୍ତ୍ରୀ ,  ତାହା ପୁଣି ପାକିସ୍ଥାନର ନେସନାଲ ଆସେମ୍ବ୍ଲି ରେ ,  ପାକିସ୍ଥାନ ଡିଫେନ୍ସ ମିନିଷ୍ଟାର ଖୁଆଯା ହାଫିଜ କହିଛନ୍ତି ଯେ ଆମେରିକା ପାକିସ୍ଥାନକୁ ଗୋଟିଏ ଟଏଲେଟ ପେପର ଭଳି ବ୍ୟବହାର କରିଛି, ସେ କହିଛନ୍ତି ଆମେରିକାର ଯେତେଦିନ ପର୍ଯ୍ୟନ୍ତ ଦରକାର ଥିଲା ପାକିସ୍ଥାନ ନିକଟରୁ ସୁବିଧା ନେଲା, ଏବଂ ପରେ ତାକୁ ସାଇଡ କରିଦେଲା l ଖୁଆଯା ହାଫିଜ ଙ୍କର ଏହି ଭାଷଣ ରୁ ଲାଗୁଚି ଆମେରିକା ପାକିସ୍ଥାନ କୁ ସାଇଡ କରି ଦେଇଥିବାରୁ ପାକିସ୍ଥାନ ରକ୍ଷାମନ୍ତ୍ରୀ ଗଭୀର ମର୍ମାହତ ହୋଇଛନ୍ତି ଏବଂ ସେହି ଦୁଃଖକୁ ସେ ନିଜ ଭାଷଣ ରେ କହିଛନ୍ତି l

ପାକିସ୍ଥାନ ଡିଫେନ୍ସ ମିନିଷ୍ଟାର ଖୁଆଯା ହାଫିଜ ନିଜ ଭାଷଣରେ ୨ପୁର୍ବ ସେନା ପ୍ରମୁଖ ଓ ଶାସକ ଙ୍କ ନାଁ ନେଇ କହିଛନ୍ତି  ” ୧୯୮୦ ରେ ଆଫଗାନିସ୍ଥାନ ରେ ରୁଷ ବିରୁଦ୍ଧରେ ଯେଉଁ ଯୁଦ୍ଧ ହୋଇଥିଲା ତାହା ଆମେରିକା ଇସାରା ରେ ହୋଇଥିଲା, ସେତେବେଳର ପାକିସ୍ଥାନ ସରକାର ନିଜ ସୁବିଧା ପାଇଁ ଏଥିରେ ଅଂଶ ଗ୍ରହଣ କରିଥିଲେ, ଯାହାକି ଗୋଟିଏ ବଡ଼ ଭୁଲ ଥିଲା, ଏବଂ ସେହି ଯୁଦ୍ଧକୁ ଜିହ୍ୱାଦ ନାମ ଦିଆଯାଇଥିଲା, କିନ୍ତୁ ପ୍ରକୃତରେ ତାହା ଜିହ୍ୱାଦ ନଥିଲା, ଖୁଆଯା ହାଫିଜ କହିଥିଲେ ଯେ ରୁଷ ଆଫଗାନିସ୍ଥାନ ଉପରେ କବଜା କରି ନଥିଲା, ବରଂ ଆଫଗାନିସ୍ଥାନ ସରକାର ନିଜେ ରୁଷ କୁ ଡାକିଥିଲେ l କିନ୍ତୁ ପାକିସ୍ଥାନ ଅଯଥାରେ ସେହି ଯୁଦ୍ଧରେ ସାମିଲ ହୋଇଥିଲା l

ପାକିସ୍ଥାନ ରକ୍ଷାମନ୍ତ୍ରୀ କହିଛନ୍ତି ଯେ ଆଫଗାନିସ୍ଥାନ ମାଟିରେ ହୋଇଥିବା ଦୁଇଟି ବଡ଼ ଯୁଦ୍ଧରେ ପାକିସ୍ଥାନ ଧର୍ମର ଯୁଦ୍ଧ ପାଇଁ ଅଂଶ ଗ୍ରହଣ କରି ନ ଥିଲା, ବରଂ ପାକିସ୍ଥାନ କୁ ସେତେବେଳେ ସୁପର ପାୱାର ର ପ୍ରସଂସାର ଆବଶ୍ୟକତା ଥିଲା, ସେଥିପାଇଁ ପାକିସ୍ଥାନ ଏହି ଯୁଦ୍ଧରେ ଅଂଶ ଗ୍ରହଣ କରିଥିଲା l

ସେହିଭଳି ୨୦୦୧ ର ଘଟଣାକୁ ଦୋହରାଇ ଖୁଆଯା ହାଫିଜ କହିଥିଲେ ସେହି ସମୟରେ ମଧ୍ୟ ପାକିସ୍ଥାନ ଆମେରିକା ସହିତ ଠିଆ ହେବାର ନିଷ୍ପତି ନେଇଥିଲା ଏବଂ ତାଲିବାନ ବିରୁଦ୍ଧରେ ଠିଆ ହୋଇଥିଲା, ଏବଂ ପରେ ଆମେରିକା ଆଫଗାନିସ୍ଥାନ ରୁ ଚାଲି ଯାଇଥିଲା କିନ୍ତୁ ତାର ଫଳାଫଳ ପାକିସ୍ଥାନ ଆଜି ମଧ୍ୟ ଭୋଗୁଛି l ପାକିସ୍ଥାନ ଆମେରିକା ପାଇଁ ସବୁକିଛି କରିଛି ଯୁଦ୍ଧ ସମୟରେ ନିଜ ଏୟାର ବେସ ମଧ୍ୟ ଦେଇଛି, କରାଚୀ ପୋର୍ଟ ର ବ୍ୟବହାର କରିବାକୁ ଦେଇଛି, ନିଜ ସେନାଙ୍କୁ ମଧ୍ୟ ଏହି ଯୁଦ୍ଧରେ ସାମିଲ କରାଇଲା କିନ୍ତୁ ବଦଳରେ ପାକିସ୍ଥାନ କଣ ପାଇଲା ଏହା  ସମସ୍ତେ ଜାଣିଚୁ l “

Leave A Reply