Odisha news

ଆଜି ଲଞ୍ଚ ହେବ ନୂଆ ଆଧାର ଆପ , ଆଉ ପକେଟ ରେ ରଖିବାକୁ ପଡିବ ନାହିଁ ଆଧାରକାର୍ଡ଼ କପି

0

ଆଧାର ଆପ କୁ ନେଇ ଆସିଲା ନୂଆ ଅପଡେଟ, UIDAI ପକ୍ଷରୁ ଲଞ୍ଚ ହେବ ନୂଆ ଆଧାର ଆପ , ଏହି ଆପ ଦ୍ୱାରା ଲୋକେ ପାଇବେ ସୁବିଧା, ଆଉ ଯିବାକୁ ପଡିବ ନାହିଁ ଆଧାର କାର୍ଡ ସେଣ୍ଟର, ଆଉ ପାକେଟ ରେ ଆଧାରକାର୍ଡ଼ ରଖି ବୁଲିବେ ନାହିଁ , ଏହି ଆପ ଜରିଆରେ ଆପଣ ଘରେ ବସି ପାଇପାରିବେ ସୁବିଧା l

ଆଉଥରେ ଆଧାର ସେଣ୍ଟର ପକ୍ଷରୁ X ରେ ପୋଷ୍ଟ କରି ଏହି ତଥ୍ୟ ଦିଆଯାଇଛି, ନୂଆ ଆଧାର ଆପ ପୂର୍ବରୁ ଆଣ୍ଡ୍ରୋଏଡ ଓ ios ଷ୍ଟୋର ରେ ଥିଲା, ନୂଆ ଆଧାର ଆପ ଦ୍ୱାରା ଯଦି ଆପଣ କୌଣସି ଆଧାର କାର୍ଡ ର ଭେରିଫିକେସନ ପାଇଁ ଆଧାର ନମ୍ବର ଠାରୁ ନେଇ ଜନ୍ମ ତାରିଖ ପର୍ଯ୍ୟନ୍ତ ସବୁକିଛି ହାଇଡ଼ କରାଯାଇ ପାରେ l ଏବଂ ଉପୋଭୋକ୍ତା ନିଜର ମୋବାଇଲ ନମ୍ବର କୁ ମଧ୍ୟ ପରିବର୍ତ୍ତନ କରିପାରିବେ l

ଆଧାର କାର୍ଡ ରେ ମୋବାଇଲ ନମ୍ବର ଅପଡେଟ କରିବା ଖୁବ ଜରୁରୀ ଅଟେ, ମୋବାଇଲ ନମ୍ବର ପରିବର୍ତ୍ତନ ପାଇଁ ଆଉ ଆଧାର ସେଣ୍ଟର ଯିବାକୁ ପଡିବ ନାହିଁ, ନୂଆ ଆଧାର ଆପ ଲଞ୍ଚ ହେବା ପରେ ଆଉ ଆଧାର କାର୍ଡ ର ଫଟୋ କପି ନେଇ ବୁଲିବା ଆବଶ୍ୟକ ନାହିଁ l ଆପଣ ନିଜ ମୋବାଇଲ ଆପ ଦ୍ୱାରା ମଧ୍ୟ ଆଧାରକାର୍ଡ଼ ଦେଖାଇ ପାରିବେ l

Leave A Reply