Odisha news

ନୂଆବର୍ଷରେ କଦାପି କରନ୍ତୁ ନାହିଁ ଜୋତା ସହିତ ଏହି ୭ଟି ବାସ୍ତୁଶାସ୍ତ୍ର ଭୁଲ

0

ନୂଆବର୍ଷ ନେଇ ଆସିଥାଏ ନୂଆ ଖୁସି, ନୂତନ ଉଦ୍ଧିପନା ଓ  ନୂତନ ବିଶ୍ୱାସ, ଏହି ସମୟରେ ଘରର ବାତାବରଣ ରେ ସକାରାତ୍ମକ ଉର୍ଜା ରଖିବା ବହୁତ ଜରୁରୀ ଅଟେ, କାହିଁକିନା ବାସ୍ତୁଶାସ୍ତ୍ର ଅନୁସାରେ ଆମର ଛୋଟ ଛୋଟ ଭୁଲ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ l ବିଶେଷ ଭାବରେ ଜୋତା ଚପଲ ସହିତ କିଛିଟା ଭୁଲ କୁ ଆମେ ଅଣଦେଖା କରିଦେଇଥାଉ , ଯାହା ଆମ ଜୀବନ ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ , ଯାହା  ଦରିଦ୍ରତା ଆଡକୁ ଟାଣି ନେଇ ଯାଇଥାଏ l

୨୦୨୬ ରେ ଜୋତା-ଚପଲ ସହିତ କରନ୍ତୁ ନାହିଁ ଏହିସବୁ ଭୁଲ –

– ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ଘରର ଉର୍ଜାର ପ୍ରବେଶ ଦ୍ୱାର ଅଟେ, ଏହି ସ୍ଥାନରେ ଜୋତା ଚପଲ ରଖିବା ଖୁବ ଅଶୁଭ ଅଟେ, ଏହାଦ୍ୱାରା ନକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ, ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ରେ ବାଧା ଆସିଥାଏ, ତେଣୁ ୨୦୨୬ ର ପ୍ରଥମ ଦିନରୁ ଘରର ମୁଖ୍ୟ ଦ୍ୱାରରେ ଜୋତା ଚପଲ ରଖିବେ ନାହିଁ l

– ୨୦୨୬ ରେ ପୁରୁଣା ଓ ଛିଡା ଫଟା ଜୋତା ଚପଲ କୁ କଦାପି ଘରେ ରଖିବେ ନାହିଁ, ଏହା ଆର୍ଥିକ ବାଧା ସୃଷ୍ଟି କରିଥାଏ,  ଯଦି ଏଭଳି କୌଣସି ଜୋତା ଚପଲ ଅଛି ତେବେ ତାହାକୁ ତୁରନ୍ତ ଘରୁ ବାହାରକରି ଦିଅନ୍ତୁ l

– ପବିତ୍ର ସ୍ଥାନରେ ଜୋତା ଚପଲ ରଖିବା ଦ୍ୱାରା ଆର୍ଥିକ ସମୃଦ୍ଧି ରେ ବାଧା ଆସିଥାଏ, ଏହାଦ୍ୱାରା ଘରେ ଅଶାନ୍ତି , ମାନସିକ ଉତେଜନା, ଓ ଧନ ସମ୍ବନ୍ଧିତ ସମସ୍ୟା ଦେଖା ଦେଇଥାଏ, ତେଣୁ ତୁଳସୀ ଚଉରା ନିକଟରେ ଆଦୌ ଜୋତା ଚପଲ ରଖିବେ ନାହିଁ l

– ଶୋଇବା ବିଛଣା ନିକଟରେ ଜୋତା ଚପଲ ରଖିବା ଦ୍ୱାରା ଚିନ୍ତା, ଅନିଦ୍ରା ଓ ଆର୍ଥିକ ଅସ୍ଥିରତା ବୃଦ୍ଧି ହୋଇଥାଏ, ତେଣୁ ଶୋଇବା ଖଟ ଓ ବିଛଣା ନିକଟରେ କେବେବି ଜୋତା ଚପଲ ରଖିବେ ନାହିଁ l

– ଘରେ ଚାରିଆଡେ ଜୋତା ଚପଲ ଫିଙ୍ଗିବା ମଧ୍ୟ ଅଶୁଭ ହୋଇଥାଏ, ଏହାଦ୍ୱାରା ସକାରାତ୍ମକ ଉର୍ଜା ଅସନ୍ତୁଳିତ ରହିଥାଏ, ଏବଂ ମନରେ ଚିଡିଚିଡା ସ୍ଵଭାଵ ବୃଦ୍ଧି ହୋଇଥାଏ, ତେଣୁ ଏହାକୁ ସବୁବେଳେ ସଜାଡି ରଖିବା ଜରୁରୀ l

– ଯଦି ଆପଣଙ୍କ ଜୋତା ଚପଲ ଅପରିଷ୍କାର ରହୁଛି ତାହାକୁ ସଫା ସୁତୁରା କରି ପିନ୍ଧିବା ଜରୁରୀ, ଯଦି ଅସନା ଜୋତା ଘରକୁ ଆଣିବା ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l

– ରାତିରେ ଜୋତା ଚପଲ କୁ ଘର ବାହାରେ ରଖନ୍ତୁ ନାହିଁ, ଏହାକୁ ବ୍ୟବସ୍ଥିତ କରି ଜୋତା ଷ୍ଟାଣ୍ଡ ରେ ରଖନ୍ତୁ, ଏବଂ ଘରର ବାଥ ରୁମ ରେ ବ୍ୟବହାର କରୁଥିବା ଚପଲ କୁ ଘରେ ପିନ୍ଧନ୍ତୁ ନାହିଁ l

Leave A Reply