Odisha news

ଦେଶର ଦୂରସଂଚାର କ୍ଷେତ୍ରରେ ଏକ ନମ୍ବର ସ୍ଥାନ ସୁଦୃଢ଼ କରିଛି ଜିଓ : ଟ୍ରାଇ ରିପୋର୍ଟ

* ବ୍ରଡବ୍ୟାଣ୍ଡ ଏବଂ ୱାୟାରଲାଇନ୍ ସେଗମେଣ୍ଟରେ ଜିଓର ପ୍ରାଧାନ୍ୟ ଜାରି

0

ନୂଆଦିଲ୍ଲୀ, ନଭେମ୍ବର ୨୯, ୨୦୨୫: ଦୂରସଂଚାର ନିୟାମକ ଟ୍ରାଇର ଅକ୍ଟୋବର ୨୦୨୫ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ଅନ୍ୟ ସମସ୍ତ ପ୍ରତିଦ୍ବନ୍ଦୀ କମ୍ପାନୀଙ୍କୁ ପଛରେ ପକାଇ ଏହି ମାସରେ ଦେଶରେ ୧୯,୯୭,୮୪୩ ନୂତନ ଗ୍ରାହକ ଯୋଡ଼ିଛି। ଏହି ଅଭିବୃଦ୍ଧି ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍ ଅପେକ୍ଷା ଦେଢ଼ ଗୁଣ ଅଧିକ। ଜିଓର ବଜାର ଅଂଶ ମଧ୍ୟ ୪୧.୪ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଦୂରସଂଚାର ଶିଳ୍ପରେ ସର୍ବାଧିକ। ଏହି ସମାନ ସମୟରେ ଏୟାରଟେଲ୍ ଅକ୍ଟୋବର ମାସରେ ୧୨,୫୨,୮୭୪ ନୂତନ ଗ୍ରାହକ ଯୋଡ଼ିଛି। ତଥାପି, ଜିଓର ଦ୍ରୁତ ଅଭିବୃଦ୍ଧି ତୁଳନାରେ ଏୟାରଟେଲର ଅଭିବୃଦ୍ଧି ତୁଳନାତ୍ମକ ଭାବରେ କ୍ଷୁଦ୍ର ଦେଖାଯାଉଛି।

ଭୋଡାଫୋନ୍ ଆଇଡିଆ ପାଇଁ ଅକ୍ଟୋବର ଆଉ ଏକ କଷ୍ଟକର ମାସ ରହିଥିଲା। କମ୍ପାନୀ ୨୦,୮୩,୬୧୮ ଗ୍ରାହକ ହରାଇବା ସହିତ ଏହାର ଉପଭୋକ୍ତା ଆଧାର ଆହୁରି ଦୁର୍ବଳ ହୋଇଛି। ଏହି ନିରନ୍ତର ହ୍ରାସ କମ୍ପାନୀର ବଜାର ସ୍ଥିତିକୁ କ୍ରମାଗତ ଭାବରେ ଆହ୍ୱନ୍ମମୟ କରୁଛି। ଅକ୍ଟୋବରରେ ସରକାରୀ ଉଦ୍ୟୋଗ ବିଏସଏନଏଲ୍ 2,69,215 ଗ୍ରାହକ ଯୋଡ଼ିଥିଲେ ମଧ୍ୟ, ବିଏସଏନଏଲ୍ ଏବଂ ଏମଟିଏନଏଲ ମିଳିତ ଭାବରେ କେବଳ 7.92 ପ୍ରତିଶତ ବଜାର ଅଂଶ ହାସଲ କରିଛନ୍ତି, ଯେତେବେଳେ ଘରୋଇ କମ୍ପାନୀଙ୍କ ବଜାର ଅଂଶ 92.08 ପ୍ରତିଶତ ରହିଛି।

ଅକ୍ଟୋବରରେ 39 ଲକ୍ଷ ସକ୍ରିୟ ଉପଭୋକ୍ତା ଯୋଡ଼ି, ଜିଓ ସକ୍ରିୟ ବେସ୍ ଏବଂ ୱାୟାରଲାଇନ୍ କ୍ଷେତ୍ରରେ ମଧ୍ୟ ଶୀର୍ଷରେ ରହିଛି, ଯାହା ପୂର୍ବ ତିନି ମାସ ମଧ୍ୟରେ ଏୟାରଟେଲର ମିଳିତ ଅଭିବୃଦ୍ଧିର ତିନି ଗୁଣ। ଏଥିସହିତ ଜିଓ ୱାୟାରଲାଇନ୍ ସେଗମେଣ୍ଟରେ ପ୍ରାୟ 4 ଗୁଣ ଅଧିକ ନେଟ ଗ୍ରାହକ ଯୋଡି ରେକର୍ଡ କରିଛି। ଜିଓ ଫାଇବରର ଦ୍ରୁତ ଲୋକପ୍ରିୟତା ଏଫଡବ୍ଲୁଏ ବର୍ଗରେ ମଧ୍ୟ କମ୍ପାନୀକୁ ଆଗରେ ରଖିଛି। ଅକ୍ଟୋବରରେ, ସାରା ଦେଶରେ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ସେପ୍ଟେମ୍ବରରେ 995.63 ନିୟୁତରୁ 999.81 ନିୟୁତକୁ ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧିରେ ଜିଓର ୱାୟାରଲେସ ଏବଂ ୱାୟାରଲାଇନ୍ ନେଟୱାର୍କଗୁଡିକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି।

Leave A Reply