ଭୁବନେଶ୍ୱର, ତା୨୩.୦୯.୨୦୨୫ରିଖ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ଭୁବନେଶ୍ୱରଠାରେ”ନବ-ଦୃଷ୍ଟି: ପିପୁଲ ଫାଷ୍ଟ, ଫିଉଚର ଫରୱାର୍ଡ଼” ବିଷୟ ବସ୍ତୁ ଆଧାରିତ ପ୍ରଥମ ଏଚଆର କନକ୍ଳେଭ ଆୟୋଜିତ ହୋଇ ଯାଇଛି। ନୂତନ ଯୁଗର ମାନବ ସଂସାଧନ ପରିଚାଳନା ପଦ୍ଧତି ଉପରେ ଚିନ୍ତନ ଏବଂ ପ୍ରତିଫଳନ ନିମନ୍ତେ ଖଣି, କୋଇଲା, ପେଟ୍ରୋଲିୟମ ଏବଂ ଧାତୁ ଶିଳ୍ପ ସହିତ ଜଡିତ ବିଭିନ୍ନ ଅନୁଷ୍ଠାନ,ଶିକ୍ଷାବିତ୍ଏବଂ ମାନବ ସମ୍ବଳ କ୍ଷେତ୍ରରେ କାର୍ୟ୍ୟରତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏହି କନକ୍ଲେଭକୁ କମ୍ପାନୀର ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ମାନବସମ୍ବଳ) ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ(ବିତ୍ତ) ଶ୍ରୀ ଅଭୟ କୁମାର ବେହୁରିଆ, ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ପ୍ରଣବଜ୍ୟୋତି ନାଥ ଏବଂ ଅନ୍ୟ ଅତିଥିଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ।ଏହି କାର୍ୟ୍ୟକ୍ରମରେ ସେଲର ନିର୍ଦ୍ଦେଶକ (କାର୍ମିକ) ଶ୍ରୀ କୃଷ୍ଣ କୁମାର ସିଂହ, ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼ ର ମାନବ ସମ୍ବଳ ଗ୍ରୁପ ଉପସଭାପତି ଶ୍ରୀ ବିଜୟ କୁମାର ସାହୁ ଓ ଇଣ୍ଡିଆନ ଅଏଲର ପୂର୍ବତନ ନିର୍ଦ୍ଦେଶକ (ମାନବସମ୍ବଳ) ଡକ୍ଟର ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ,ଆୟୋଜିତ ସମ୍ମିଳନୀରେ ଇଣ୍ଡିଆନ ଅଏଲ, ସେଲ, ଟାଟାଷ୍ଟିଲ, ଏନଟିପିସି,ଏବଂ କୋଲ ଇଣ୍ଡିଆ ଭଳି ଦେଶର କେତେକ ପ୍ରମୁଖ କମ୍ପାନୀ ଗୁଡ଼ିକ ନିଜର ମାନବ ସମ୍ବଳ ପ୍ରୟାସ ଏବଂ ଅଭ୍ୟାସ ଗୁଡ଼ିକୁ ଉପସ୍ଥାପନା କରିଥିଲେ। କନକ୍ଲେଭରେ ଜ୍ଞାନ ଅଂଶୀଦାର ଭାବେ ଅର୍ନଷ୍ଟଆଣ୍ଡୟଙ୍ଗ, ବିସିଜି, ଏବଂ ଏଏସସିଆଇ ମଧ୍ୟ ଭବିଷ୍ୟତର ମାନବ ସମ୍ବଳ ଅଭ୍ୟାସ ସମ୍ବନ୍ଧରେ ଉପସ୍ଥାପନା କରିଥିଲେ। କାର୍ୟ୍ୟକ୍ରମରେ ନାଲକୋ ତଥା ମାନବ ସମ୍ବଳ କ୍ଷେତ୍ରରେ କାର୍ୟ୍ୟରତ ଅଧିକାରୀଙ୍କ ଦ୍ୱାରା ବୃତ୍ତିଗତ ତଥା ଶିଳ୍ପ କ୍ଷେତ୍ରରେ ପ୍ରଚଳିତ ବିଭିନ୍ନ ସ୍ୱତନ୍ତ୍ର ଅଭ୍ୟାସ ସମ୍ବନ୍ଧରେ ଆଲୋଚନା କରା ଯାଇଥିଲା।