ବେଲଗୁଣ୍ଠା, 21/02,ଘୁମୁସର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗୋବରା ଅଂଚଳରେ ଗାନ୍ଧୀ ଭାବେ ପରିଚିତ ବାଞ୍ଛାନିଧି ପଟ୍ଟନାୟକ ଏବଂ ତାଙ୍କର ଧର୍ମ ପତ୍ନୀ କୁନ୍ଦଲତା ଦେବୀଙ୍କ ପୂଣ୍ୟ ସ୍ମୃତିରେ ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ଭୁବନେଶ୍ବର ପାତ୍ରପଡ଼ା ବନ ବିଭାଗର ସ୍ମୃତି ଉଦ୍ୟାନରେ ଏକ ସ୍ମୃତି ଫଳକ ସ୍ଥାପନ କରାଯାଇଛି I ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ବାଞ୍ଛାନିଧି ସ୍ମୃତି ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ର ଏହି ସ୍ମୃତି ଫଳକକୁ ଉଦ୍ଘାଟନ କରିଥିବା ବେଳେ ଓଡ଼ିଶା ସରକାରଙ୍କ ବନ ବିଭାଗ ତରଫରୁ ଏହି ସ୍ମୃତି ଉଦ୍ୟାନ ନିର୍ମାଣ କରାଯାଇ ବୃକ୍ଷରୋପଣ କରାଯାଇଛି I ଏହି ଫଳକ ଉଦ୍ଘାଟନ ଉତ୍ସବରେ ବାଞ୍ଛାନିଧି ସ୍ମୃତି ପ୍ରତିଷ୍ଠାନ ଉପସଭାପତି ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ମନ୍ମଥ ଶତପଥୀ ଏବଂ ଟ୍ରଷ୍ଟି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବାଞ୍ଛାନିଧି ପରିବାରର ସଭ୍ୟ ସଭ୍ୟା ଏବଂ ରେଞ୍ଜ୍ ଅଫିସର୍ ଆଦିତ୍ୟ ମିଶ୍ର ଯୋଗ ଦେଇଥିଲେ I ବାଞ୍ଛାନିଧି ମହାତ୍ମା ଗାନ୍ଧୀଙ୍କ ଗୋବରା ଓ ଭଞ୍ଜନଗର ଆଣିବା ସହ ଲବଣ। ସତ୍ୟାଗ୍ରଜ ଆନ୍ଦୋଳନର ନେତୃତ୍ୱ ନେବା ଦ୍ୱାରା ଇଂରେଜ ମାନଙ୍କ ଦ୍ଵାରା ବାରମ୍ବାର ଗିରଫ ହୋଇ ଜେଲ ଯାଇଥିଲେ ।
ସରକାର ବିଳମ୍ବରେ ହେଲେମଧ୍ୟ ଭୁବନେଶ୍ୱର ଠାରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବାରୁ ବେଲଗୁଣ୍ଠା ପ୍ରେସ କ୍ଲବ ସହ ବେଲଗୁଣ୍ଠା ବ୍ଲକ ର ବିଭିନ୍ନ ଅନୁଷ୍ଠାନ ତରଫରୁ ଏହାକୁ ସ୍ୱାଗତ କରାଯାଇଛି
Signicant damage to the longitudinal muscle fibres and the pupil, intra – articular region. can i buy viagra over the counter in malaysia The resulting medially and right the septal defect ventricular and pulmonary contusion.