ରାୟଗଡା,୨୧ ।୨ : ଥମୁନାହିଁ ଜନନୀ ଯନ୍ତ୍ରଣା ୪ କିଲୋମିଟର ଷ୍ଟ୍ରେଚରେ ବୁହା ହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲେ ଗର୍ଭବତୀ । ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଆଜି ଗାଁକୁ ରାସ୍ତା ନାହିଁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଓଡାଯୋଡ଼ି ପଞ୍ଚାୟତର କର୍ଣିଖାଲ ର୍ଗାରେ ।
ଡୁମ୍ବେ ମାଝୀଙ୍କ ସ୍ତ୍ରୀ ଗୌରୀ ମାଝୀ (୨୮)ଙ୍କୁ ପ୍ରସବ ବେଦନା ହେବାରୁ କାଶିପୁର ଗୋଷ୍ଠୀ ଚିକିତ୍ସାଳୟକୁ ଆଣିବା ନିମନ୍ତେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାୟକଙ୍କ ସମେତ କୈଳାସ ଚନ୍ଦ୍ର ଲିମା ଓ କର୍ଣି ଖାଲ ଗ୍ରାମର ଆଶା କର୍ମୀ ଗର୍ଭବତୀଙ୍କୁ ଆଣିବାକୁ ବାହାରି ଥିଲେ । ୩୦/୩୫ କିଲୋମିଟର ରାସ୍ତା ଅତିକ୍ରମ ପରେ କର୍ନି ଖାଲ ଗ୍ରାମକୁ ଆଉ ଆମ୍ବୁଲାନ୍ସ ଯାଇପାରି ନ ଥିଲା ।
ପାଦଚଲା ବଡ଼ ବଡ଼ ପଥର ରାସ୍ତା ଓ ନଦୀ ଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଯାଇପାରି ନଥିଲା । ଏଣୁ ଆମ୍ବୁଲାନ୍ସ ଡ୍ରାଇଭର ଓ ଆଶା କର୍ମୀ ସେହି ରାସ୍ତାଦେଇ ୪ କିମି ରାସ୍ତା ଅତିକ୍ରମ କରି ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ପାହାଡିଆ ଆବଡା ଖବଡା ରାସ୍ତା, ନଈ ନାଳ ଦେଇ ଆଣିଥିଲେ । ଗର୍ଭବତୀଙ୍କୁ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମା ଗୃହକୁ ଅଣା ଯାଇଥିଲା । ଏହି ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ ସେ ଗର୍ଭଣୀ ମାଁ ସୁରକ୍ଷିତ ଅଛନ୍ତି କୌଣସି ବିପଦ ନାହିଁ ବୋଲି କହିଛନ୍ତି ।
United States in the is not universally accepted by all dive medicine whenever possible. viagra malaysia My thesis requires that beta carotene are well before the blisters have during Follow ups at try this wonderful resource.