Odisha news

ଜ୍ୟୋତି କଳା ପରିଷଦର , ଦ୍ୱାଦଶ ବାର୍ଷିକ ଉତ୍ସବ ଆୟୋଜିତ

0

ଭୁବନେଶ୍ଵର, ୨୧/୭ : ଜ୍ୟୋତି କଳା ପରିଷଦ, ଭୁବନେଶ୍ଵର ତରଫରୁ ଜୟଦେବ ଭବନ ଠାରେ ଆୟୋଜିତ ଦ୍ବାଦଶ ବାର୍ଷିକ ଉତ୍ସବ, ଆଜି ମହା ସମାରୋହରେ ପାଳିତ ହୋଇ ଯାଇଛି । ଆଜିର ଏ ଭବ୍ୟ ସମାରୋହରେ ବିଶିଷ୍ଟ ଅତିଥି ଓ ସାଂସ୍କୃତିକ ବ୍ୟକ୍ତିତ୍ୱମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ମହୋତ୍ସବର ମୁଖ୍ୟ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ନୃତ୍ୟ ହେଉଛି ଭାବ ଓ ଅନୁଭୂତିର ଶୂନ୍ୟଶବ୍ଦ ଭାଷା। ଏହା ମାନବ ଚେତନାକୁ ସ୍ପନ୍ଦିତ କରେ l ଏହି ବାର୍ଷିକ ଉତ୍ସବ କେବଳ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ଓଡ଼ିଆ ନୃତ୍ୟ କଳାର ଉତ୍କଷତା ଓ ପୁନରୁତ୍ଥାନର ଉତ୍ସବ। ଜ୍ୟୋତିକଳା ପରିଷଦ ନିରନ୍ତର ଭାବେ ଦୀର୍ଘ ୧୧ ବର୍ଷ ଧରି ନୃତ୍ୟକୁ ପ୍ରୋତ୍ସହନ ଦେଇ ଆସୁଛି ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ। ଏହି ପରିଷଦ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣ, ଅନୁଷ୍ଠାନ, ଓ ରଂଗମଞ୍ଚ ପ୍ରସ୍ତୁତି ଏକ ନୂତନ ପିଢ଼ିକୁ କଳା ପ୍ରତି ଆସକ୍ତି ଓ ସମ୍ମାନ ବୃଦ୍ଧି କରିବାରେ ସହାୟକ ହୋଇଛି l
ମହୋତ୍ସବର – ସମ୍ମାନୟ ଅତିଥି ଭାବେ ପ୍ରାକ୍ତନ “ସୂଚନା ଓ ଲୋକ sampark ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ” ଯୋଗଦେଇ କହିଲେ ଯେ ଜ୍ୟୋତି କଳା ପରିଷଦ ତା’ର ନାମରୁ ହିଁ ଅନୁଷ୍ଠାନର ଗମ୍ଭିରତା କେତେ ତାହା ମନେ ପକାଇ ଦେଉଛି । ମୁଁ ଏହି ପରିଷଦ ପାଇଁ ଆଗାମୀ ଦିନରେ ଅଧିକ ସଫଳତା, ଆନ୍ତର୍ଜାତୀୟ ମଞ୍ଚରେ ପଦାର୍ପଣ, ଓ ଓଡ଼ିଆ ନୃତ୍ୟକୁ ବିଶ୍ୱ ମାନଚିତ୍ରରେ ଉପସ୍ଥାପନ କରିବାର ଶୁଭକାମନା ଜଣାଉଛି। ଓଡିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରନ୍ତର ପ୍ରେରିତ ଏହି ଅନୁଷ୍ଠାନ ଦୀର୍ଘ ୧୨ ବର୍ଷ ଧରି ଉନ୍‌ମେଷମୁଖୀ ପ୍ରତିଭା ସୃଷ୍ଟି କରି ଚାଲିଛି । ଦେହ, ମନ, ପ୍ରାଣରେ କାର୍ଯ୍ୟରତ ଏ ଅନୁଷ୍ଠାନ ଦୀର୍ଘଯିବି ହେଉ ବୋଲି ଶ୍ରୀ ସାମଲ କାମନା କରିଥିଲେ l

ଆଜିର ଏହି ମଞ୍ଚରେ ଜ୍ୟୋତି କଳା ପରିଷଦ ର ଜ୍ୟୋତି କଳା ପରିଷଦର କଳାକାର ମାନେ ଅତି ନିଖୁଣ ଭାବରେ ନୃତ୍ୟ ପରିବେଷଣ କରିଥିଲେ l ଏଥିରେ ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟର ବିଶିଷ୍ଟ ପ୍ରଦର୍ଶନ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନେକ କୁନି ଓ କଳାକାରମାନେ ଅଂଶଗ୍ରହଣ କରିଥିଲେ। ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସମର୍ଥ ହୋଇଥିବା ପ୍ରାୟ ୬୦ ରୁ ଉଦ୍ଧ କଳାକାରମାନଙ୍କୁ ମହୋତ୍ସବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦେବ ପ୍ରସାଦ ଦାସ, ସମ୍ବର୍ଦ୍ଧିତ କରିଥିଲେ । ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟରେ ଜୟଦେବ ଭବନର ମଞ୍ଚ ବେଶ ଆକର୍ଷଣିୟ ହୋଇଥୁଲା । ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖୁବା। ଉତ୍ସବ ଇରେ ଓଡିଶାର କଳା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବ ଦ୍ୱାରା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଇ ଯିବାରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ ।

* ଏଇ ଅବସରରେ ଓଡିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ କୁନି ପ୍ରତିଭା ମାନଙ୍କୁ ନେଇ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଥିଲା l

ଜ୍ୟୋତି କଳା ପରିଷଦର ସମ୍ପାଦିକା ଜ୍ୟୋତିରେଖା ମହାନ୍ତି, ସଭାପତି ସ୍ମୃତିରେଖା ସାମଲ, ଉପଦେଷ୍ଟା ଆନନ୍ଦ କୁ ମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକୁମ ଆଗାମୀ ଦିନରେ ସାରା ଓଡିଶାକୁ ପ୍ରସାରିତ କରିବ ବୋଲି କର୍ମକର୍ତ୍ତାମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Leave A Reply