Odisha news

ଶୀତ ଋତୁରେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଦୂର ହୋଇଥାଏ ଏହିସବୁ ଶାରୀରିକ ସମସ୍ୟା : ରିସର୍ଚ୍ଚ

0

ଶୀତଋତୁ ଆସିବା ମାତ୍ରକେ ଲୋକେ ଥଣ୍ଡା ପାଣି ପ୍ରତି ଭୟ ଦେଖାଇ ଥାଆନ୍ତି ଏବଂ ଗରମ ପାଣି ସହିତ ବନ୍ଧୁତା କରିନିଅନ୍ତି l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗରାମପାଣି ରେ ଗାଧୋଇବା ଆପଣଙ୍କ ପାଇଁ କେତେ କ୍ଷତିକାରକ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନରୁ ଜଣା ପଡିଛି ଯେ ଶୀତଋତୁ ରେ ଥଣ୍ଡା ପାଣିରେ ଗାଧୋଇବା କେତେ ହିତକର l ଯେଉଁଠି ଲୋକେ ଗରମ ଦିନରେ ଦିନକୁ ୩ରୁ ୪ ଥର ଗାଧୋଇ ଥାଆନ୍ତି ସେଠାରେ ଶୀତଋତୁ ରେ ଦିନକୁ ଥରେ ମଧ୍ୟ ଗାଧୋଇବାକୁ ଚିନ୍ତା କରି ଥାଆନ୍ତି l କିନ୍ତୁ ଗବେଷଣା କହୁଛି ଶୀତଋତୁ ରେ ଗରମପାଣି ରେ ଗାଧୋଇବା ଉଚିତ ନୁହେଁ l

-କାହିଁକି ଗରମ ପାଣିରେ ଗାଧୋଇବା ଉଚିତ ନୁହେଁ
– ଅନେକ ଲୋକଙ୍କ ମତରେ ଧାରଣା ରହିଛି ଯେ ଶୀତଋତୁ ରେ ଥଣ୍ଡା ପାଣିରେ ଗାଧୋଇବା ହାନିକାରକ ହୋଇଥାଏ l କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଶୀତଋତୁ ରେ ଥଣ୍ଡା ପାଣିରେ ଗାଧୋଇବା ଗୋଟିଏ ସାମାନ୍ୟ କଥା l ଏହାଦ୍ୱାରା ମାଂସପେଶୀ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ବ୍ଲଡ଼ ଶେର୍କୁଲେସନ ବୃଦ୍ଧି ହୋଇଥାଏ ଓ ରୋଗ ପ୍ରତି ରାଧାଙ୍କ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ l

– ଯଦି ଆପଣ ଶୀତଋତୁ ରେ ନିୟମିତ ଥଣ୍ଡା ପାଣିରେ ଗାଧୋଇବେ ତେବେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଇମ୍ୟୁନିଟି ବୃଦ୍ଧି ହୋଇଥାଏ ଯଦି ଆପଣ ଥଣ୍ଡା ପାଣିରେ ଗାଧୋଇବେ ଆପଣଙ୍କ ଶରୀରରେ ଶ୍ୱେତ ରକ୍ତ କୋଷିକା ବୃଦ୍ଧି ହୋଇଥାଏ ଓ ମେଟାବୋଲିଯିମ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ l

– ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ l ମୁଡ଼ ଠିକ ରହିଥାଏ l ଥଣ୍ଡା ପାଣି ଗାଧୋଇଲେ ରକ୍ତ ପ୍ରବାହ ଠିକ ଭାବେ ହୋଇଥାଏ ଓ ଧମନୀ ଗୁଡିକ ସୁସ୍ଥ ରହିଥାଏ l

– ଶୀତ ଋତୁରେ ଗରମ ପାଣି ରେ ଗାଧୋଇବା ଦ୍ୱାରା ତ୍ୱଚା ସୁସ୍କ ହୋଇ ଯାଇଥାଏ l ଏବଂ ତ୍ୱଚା ସମନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l ଅମ ଶରୀର ରୁ ମଈଶ୍ଚର ନଷ୍ଟ ହୋଇ
ଯାଇଥାଏ l ତେଣୁ ଶୀତ ଋତୁରେ ଥଣ୍ଡା ପାଣି ରେ ଗାଧୋଇବା ଜରୁରୀ l

Leave A Reply