ବାସୁଦେବପୁର,୨/୪: ବାସୁଦେବପୁର ବ୍ଲକର ଆରୁହା ପଞ୍ଚାୟତର ତୁଳମତୁଳା ଡିଗିସାହିର ବାବାଜୀ ପୁହାଣଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟରେ ନିଆଁ ଲାଗି ୨ ଗୋରୀ ଜୀବନ୍ତ ଦଗ୍ଧ ଓ ୫ ଗୋରୁ ଆହତ ହୋଇଛନ୍ତି । ଡିଗିସାହିର ବାବାଜୀ ପୁହାଣଙ୍କ ଘରେ ଆଜି ସନ୍ଧ୍ୟାରେ ବିଦ୍ୟୁତ ସର୍ଟସର୍କିଟରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ପାଣି ଢାଳିଥିଲେ । ଖବର ପାଇ ବାସୁଦେବପୁରରୁ ଦମକଳ ଗାଡି ପହଞ୍ଚି ପାରି ନଥିଲା । ନିଆଁକୁ ସ୍ଥାନୀୟ ଲୋକ ଆୟତ୍ତ କରିବା ବେଳକୁ ଘରର ଆସବା ପତ୍ର ପୋଡି ଯିବା ସହିତ ଗୁହାଳ ଘର ଲାଗି ୨ ଗୋରୁ ଜୀବନ୍ତ ଦU ଓ ୫ ଗୋରୁ ଆହତ ହୋଇଛନ୍ତି । ଅଗ୍ନି ବିପନ୍ନ ପରିବାରକୁ ସରକାରୀ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ ହୋଇଛି ।