Odisha news

ମାଟି ତଳେ ପୋତିଗଲା ଦୁର୍ନିତି ସୁରାକ୍‍ : ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣରେ ବାର ଫୁଟ ବଦଳରେ ତିନି ଫୁଟ୍‍ର ପିଲର

0

ବାସୁଦେବପୁର : ବାସୁଦେବପୁର ବ୍ଲକର ଚୂଡାମଣୀ ପଞ୍ଚାୟତ ଦୁର୍ନିତି ମହାଦ୍ରୁମ ପାଲଟିଛି । ଚୂଡାମଣୀୟୁପି ସ୍କୁଲ ପରିସର ମଧ୍ୟରେ ନବ ନିର୍ମିତ ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ବେଳେ ବାର ଫୁଟ ପିଲର ବଦଳରେ ତିନି ଫୁଟ୍‍ ପିଲର ପକାଇ ମାଟି ତଳେ ଲୁଚି ଯାଉଥିବା ମହାଦୁର୍ନିତି ପଦାକୁ ଆସିବା ପରେ ସମଗ୍ର ବ୍ଲକର ଚର୍ଚ୍ଚାର ବିଷୟ ହୋଇଛି । କେବଳ ଏହି ଗୋଟିଏ କାର୍ଯ୍ୟର ଦୁର୍ନିତିର ଗନ୍ଧ ନୁହେଁ ନୁହେଁ । ସମଗ୍ର ଚୂଡାମଣୀ ପଞ୍ଚାୟତର ବର୍ଷେ ହେବ ଉନ୍ନୟନ କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କଲେ ମହାଦୁର୍ନିତି ପଦାକୁ ଆସିବ । ପଞ୍ଚାୟତର ସମସ୍ତ ନିର୍ମାଣ କାର୍ଯ୍ୟକୁ ବିଭାଗୀୟ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ନେଇ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ମିଲିଭଗତରେ ରାଧେ ରାଧେ ଅଧେ ଅଧେ କରି ଚାଲିଛନ୍ତି । ନାମକୁ ମାତ୍ର ବିଭାଗୀୟ ଅଧିକାରୀଙ୍କ ନାମରେ ହେଉଛି ନିର୍ମାଣ କାର୍ଯ୍ୟ । ସରକାରଙ୍କ ନିତିନିୟମକୁ ଫୁ କରି ଚାଲିଛି ନିର୍ମାଣ କାର୍ଯ୍ୟ । ବାସ୍ତବରେ ଚିତ୍ର ଅଲଗା । ଚୂଡାମଣୀୟୁପି ସ୍କୁଲ ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ୭ ଲକ୍ଷ ଟଙ୍କା ବ୍ୟୟରେ ଏକ କୋଠା ଘର ନିର୍ମାଣ ପାଇଁ ଅର୍ଥ ଆସିଥିଲା । ସ୍କୁଲ ପରିସର ମଧ୍ୟରେ ନବ ନିର୍ମିତ ଘର ପାଇଁ କାମ ଆରମ୍ଭ ହୋଇଥିଲେ ମଧ୍ୟ ନା ଅଛି ସୂଚନା ଫଳକ ନା ଅଛି ରହିଛି କାର୍ଯ୍ୟରେ ସ୍ୱଚ୍ଛତା । ଘର ନିର୍ମାଣ ସମୟରେ ବାର ଫୁଟ ପିଲର ବଦଳରେ ତିନି ଫୁଟ୍‍ ପିଲର ପକାଇ ମାଟି ପୋତି ଦେଇଥିଲେ ।

ଏହାକୁ ଏହି ଗ୍ରାମର ର୍ପୂତନ ସରପଞ୍ଚ ଅଗଣି ପ୍ରସାଦ ଜେନା,ସମିତି ସଭ୍ୟାଙ୍କ ପ୍ରତିନିଧି ଭାଗିରଥି ସାମଲ,ନିରାକର ମାଝୀ ପ୍ରମୁଖ ଗ୍ରମାବାସୀ ବିରୋଧ କରି ବିଡିଓଙ୍କ ଠାରେ ଅଭିଯୋଗ କରି ପିଲରକୁ ଖୋଳିବାକୁ ଜିଦ୍‍ ଧରି ପିଲର ଖୋଳିବା ପରେ ବାର ଫୁଟ୍‍ ପରିବର୍ତ୍ତେ ମାତ୍ର ତିନି ଫୁଟ୍‍ ଗଭୀରକୁ ଯାଇଥିବାର ଦେଖିବାକୁ ମିଳିଥିଲା । ମାଟି ତଳର ଲୁଚି ଯାଉଥିବା ମହାଦୁର୍ନିତିକୁ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମିଲି ଭଗତରେ ସାରା ପଞ୍ଚାୟତରନିର୍ମାଣ କାମ ହୋଇଛି ବୋଲି ର୍ପୂତନ ସରପଞ୍ଚ ଅଗଣି ପ୍ରସାଦ ଜେନା,ସମିତି ସଭ୍ୟାଙ୍କ ପ୍ରତିନିଧି ଭାଗିରଥି ସାମଲ ତଥା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଦେଶର ଭବିଷ୍ୟତ କୁନି କୁନି ଶିଶୁଙ୍କ ଭାଗ୍ୟ ଭବିଷ୍ୟତ ଗଢାହେବା ପାଇଁ ନିର୍ମାଣ ହେଉଥିବା କୋଠାଘର ପିଲର ୧୨ ଫୁଟ୍‍କୁ ଯଦି ୩ ଫୁଟ୍‍ ପକାଇ ମାଟି ପୋତି ଦେଲେ । ପଞ୍ଚାୟତର ମହାଦୁର୍ନିର ପରଦା ହଟାଇବା ପାଇଁ ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଏସମ୍ପର୍କରେ ବିଡିଓ ପ୍ରଣବ କୁମାର ବେହେରାଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ନିର୍ମଣ କାର୍ଯ୍ୟରେ କାହାସହ ସାଲିସ କରାଯିବନାହିଁ ।

Leave A Reply