Odisha news

ଭିଜିଲାନ୍ସ ଜାଲରେ ବାସୁଦେବପୁର ସିଡିପିଓ

0

ବାସୁଦେବପୁର : ବାସୁଦେବପୁର ବ୍ଲକର ସିଡିପିଓ ଡ୍ରାଇଭର ରାଜକିଶୋର ନାୟକ(କାର୍ତ୍ତିକ)ଙ୍କ ଏକ ବର୍ଷର ଦରମା କରିବା ପାଇଁ ସିଡିପିଓ ଜାନକୀ ଦାସ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଶିଶୁ ସମ୍ମନ୍ୱିତ ବିକାଶ ଯୋଜନା ୨୦୦୧ ମସିହାରେ ଆରମ୍ଭ ହେବା ଠାରୁ ରାଜକିଶୋର ନାୟକ ଜିପ୍‍ ଚାଳକ ଭାବେ ଦୈନିକ ମଜୁରୀରେ କାର୍ଯ୍ୟ କରି ଆସୁଛନ୍ତି । ଗତ ଜୁଲାଇ ୨୦୧୯ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏରିଅର ବାବଦକୁ ୩୯ ହଜାର ୬ ଶହ ଟଙ୍କା ଦରମା ପାଇନଥିଲେ ।

ଏରିଅର ଦରମା କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଭଦ୍ରକ ଭିଜିଲାନ୍ସ ବିଭାଗ ଠାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ମିଳିତ ଭାବେ ଚଢାଉ କରି ଡ୍ରାଇଭର ରାଜକିଶୋର ନାୟକ ସିଡିପିଓ ଜାନକୀ ଦାସଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ରେଡ୍‍ ହେଣ୍ଡରେ ଧରାପଡିଥିଲେ । ବାଲେଶ୍ୱର ଭିଜିଲାନ୍ସ କେଶ ନମ୍ବର ୨୦ ବଳରେ ଅଟକ ରଖି ପଚରାଉଚରା ଚଳାଇଛନ୍ତି । ଅଫିସରେ ଚଢାଉ ସମୟରେ ଆଲମିିରାରୁ ନଗଦ ଅର୍ଥ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ଦ୍ୱାରା ଜବଦ କରାଯାଇଛି ।

Leave A Reply