ବାସୁଦେବପୁର : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା) ଓ ଜିଲ୍ଲାପ୍ରଶାସନର ମିଳିତ ସହଯୋଗରେ ବାସୁଦେବପୁରର ୨୩ ଗୋଟି ଆଶ୍ରୟସ୍ଥଳୀ ପରିସରରେ ବିପର୍ଯ୍ୟୟକୁ ଗୋଷ୍ଠୀ ସ୍ତରୀୟ ମୁକାବିଲା କରିବା ପାଇଁ ମକ୍ଡ୍ରିଲ୍ ବା ସାମୁହିକ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ବ୍ଲକର ୩୮ ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୨୩ ଗୋଟି ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ ହୋଇଥିବା ବେଳେ ଅନ୍ୟ ଆଶ୍ରୟସ୍ଥଳୀରେ କୋଭିଡ୍ ଟିଏମସି ହୋଇଥିବାରୁ ବାଦ୍ ପଡିଛି । ଆୟୋଜିତ ମକ୍ଡ୍ରିଲ୍ କାର୍ଯ୍ୟକ୍ରମକରେ ଭଦ୍ରକ ଜିଲ୍ଲାପାଳ ଡଃ. ଜ୍ଞାନ ଦାସ, ବାସୁଦେବପୁର ବିଡିଓ ପ୍ରଣବ କୁମାର ବେହେରା,ସିଡିପିଓ ଜାନକୀ ଦାସ,ଓଏଲଏମର ଡିପିଏମଓ ସଞ୍ଜୟ କୁମାର ବାରିକ,ସୀତାଂଶୁ ଦାସ,ପଢୁଆଁ ସରପଞ୍ଚ ଦୀନବନ୍ଧୁ ଦାସ,ସମ୍ପାଦକ ସତ୍ୟନାରାୟର ପଣ୍ଡା ପ୍ରମୁଖ ଯୋଗ ପଢୁଆଁ ପଞ୍ଚାୟତର ସରପୋଖରୀଆଡି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ମକ୍ ଡ୍ରିଲ୍ ଅନୁଧ୍ୟାନ କରିଥିଲେ । ଏହି ମକ୍ ଡ୍ରିଲ୍ରେ ସମାମାଜିକ ଦୂରତା ରକ୍ଷା କରିବା ସହିତ ଉପସ୍ଥିତ ଗ୍ରାମବାସୀ ମାସ୍କ ପିନ୍ଧି ହାତରେ ସାନିଟାଇଜ୍ର ଲଗାଇ ସତର୍କତା ପଦକ୍ଷେପ ନେଇଥିଲେ ।
ସରପୋଖରୀଆଡିର ଗ୍ରାମବାସୀ,ଟାର୍ସ ଫୋର୍ସ ସଭ୍ୟସଭ୍ୟାମାନେ ଗ୍ରାମର ସାମାଜିକ ମାନଚିତ୍ର ଅଙ୍କନ କରି ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଓ ରୋଗୀ,ଦିବ୍ୟାଙ୍ଗ,ଗର୍ଭବତୀ ମହିଳା ଆଦି ଗୃହ ଚିହ୍ନଟ କିପରି ଉଦ୍ଧାର କରିବେ ତାର ସବିଶେଷ ବିବରଣୀ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ବୁଝାଇଥିଲେ । ଉପସ୍ଥିତ ଆଶା ଓ ପିଏଚଓ ଗୌରୀମଣୀ ସାହୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନତାର ବାର୍ତ୍ତା ରଖିଥିଲେ । ସେହିପରି ବାଚ୍ଛଦା ବାତ୍ୟା ଆଶ୍ରୟ ସ୍ଥଳୀ ପରିସର ମଧ୍ୟରେ ସଭାପତି ତଥା ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ଯଦୁନାଥ ନାୟକ,ସମ୍ପାଦକ ରତିକାନ୍ତ ପାଢୀଙ୍କ ଦ୍ୱାରା ଆୟୋଜିତ ମକ୍ ଡ୍ରିଲ୍ରେ ସମାମାଜିକ ଦୂରତା ରକ୍ଷା କରିବା ସହିତ ଉପସ୍ଥିତ ଗ୍ରାମବାସୀ ମାସ୍କ ପିନ୍ଧି ହାତରେ ସାନିଟାଇଜ୍ର ଲଗାଇ ସତର୍କତା ପଦକ୍ଷେପ ନେଇଥିଲେ । ବିଡିଓ ପ୍ରଣବ କୁମାର ବେହେରା,ଡେପୁଟି କଲେକଫର ମନୋରମା ଝାଲି,ଡିପିଓ ସୁଲଚନା ଦାସ,ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ କୁାମର ସାମନ୍ତ,ନୋଡାଲ ଏନଜିଓ ଲାଇଫ୍ ଲାଇନ୍ର ସମ୍ପାଦକ ରମାକାନ୍ତ ଡାଙ୍ଗୁଆ ଯୋଗଦେଇ ମକ୍ ଡ୍ରିଲ୍ ଅନୁଧ୍ୟାନ କରିଥିଲେ । ସେ୍ୱଚ୍ଛାସେବୀ ଭର୍ତ କୁମାର ନାୟକ,ଅଜୟ କୁମାର ଜେନା,ରାଜଶ୍ରୀ ପଲାଇ,ସର୍ମିଷ୍ଠା ମିଶ୍ର,ଶୁଭଶ୍ରୀ ସାହୁ,ସ୍ୱାଧିନ ଆଲୋକ ଡାଙ୍ଗୁଆ,ସଂଗ୍ରାମ ଜେନା ପ୍ରମୁଖ ସେ୍ୱଚ୍ଛାସେବୀମାନେ ମକ୍ଡ୍ରିଲ୍ ବା ସାମୁହିକ ଅଭ୍ୟାସ ପରିଚାଳନାରେ ସହଯୋଗ କରିଥିଲେ । ଏଥର ମକ୍ ଡ୍ରିଲ୍ରେ କୌଣସି କୌଶଳ ପ୍ରଦର୍ଶନ କରାଯାଇ ନଥିଲା ।
