ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର ର ଅନେକ ମହତ୍ୱ ରହିଛି l କିଛି ଜିନିଷ ଏଭଳି ରହିଛି ଯାହାକୁ ନିର୍ଦ୍ଧିଷ୍ଟ ଦିଗରେ ରଖିବା ଜରୁରୀ l ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଓ ଦକ୍ଷିଣ ଦିଗର ଖୁବ ମହତ୍ୱ ରହିଛି l
* ହିନ୍ଦୁ ଧର୍ମର ଧାର୍ମିକ ମାନ୍ୟତା ଅନୁସାରେ ତୁଳସୀ ବୃକ୍ଷ ଖୁବ ପବିତ୍ର ଅଟେ l ଏହାକୁ କଦାପି ଘରର ଦକ୍ଷିଣ ଦିଗରେ ରଖିବା ଉଚିତ ନୁହେଁ l ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ତୁଳସୀ ବୃକ୍ଷ ରଖିବା ଦ୍ୱାରା ଜୀବନ ରେ ନକାରାତ୍ମକ ପ୍ରଭାବ ବଢି ଯାଇଥାଏ l
* ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ସହିତ ଜଡିତ ଏହି ଭୁଲ ମଣିଷ ର ଆୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ l ତେଣୁ ତୁଳସୀ ପ୍ରତି ବିଶେଷ ଧ୍ୟାନ ଦେଇ ଠିକ ଦିଗରେ ରଖିବା ଜରୁରୀ l
* ଯଦି ତୁଳସୀ ଗଛ ର କିଛି ଅସୁବିଧା ହୋଇଥାଏ ଯେପରିକି ବାରମ୍ବାର ଝାଉଁଳି ଯିବା , ଅସମୟ ରେ ନାରାୟଣ ପାଇଯିବା ଇତ୍ୟାଦି ହେଲେ ଘରର ସଦସ୍ୟ ଙ୍କ ହେଉଥିବା କାର୍ଯ୍ୟ ବିଗିଡି ଯାଇଥାଏ l
* ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ କଦାପି ପୂଜା ଘର କରନ୍ତୁ ନାହିଁ l ଯଦି ଘରର ଦକ୍ଷିଣ ଦିଗରେ ପୂଜା ଘର ହୋଇଥାଏ ତେବେ କଦାପି ଶୁଭ ଫଳ ପ୍ରାପ୍ତି ହୋଇ ନଥାଏ l
* ଯେଉଁ ଘରର ଦକ୍ଷିଣ ଦିଗରେ ପୂଜା ଘର ହୋଇଥାଏ ସେହି ଘରେ ସବୁବେଳେ ନକାରାତ୍ମକ ଶକ୍ତି ର ବାସ ହୋଇଥାଏ l