ଯଦି କିଛି ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି ତେବେ ଏହିସବୁ ବାସ୍ତୁ ଟିପ୍ସ କୁ ନିହାତି ଧ୍ୟାନ ଦିଅନ୍ତୁ , ନଚେତ ପଡି ପାରନ୍ତି ଅସୁବିଧାରେ
ଆମେ ସମସ୍ତେ ନିଜ କାର୍ଯ୍ୟରେ ଉନ୍ନତି କରିବାକୁ ଇଛା କରିଥାଉ, ତେଣୁ ଆମେ ନିଜର ବ୍ୟବସାୟ ଉପରେ ଅଧିକ ଗୁରୁତ୍ୱ ଦେଇଥାଉ l ଅନେକ ସମୟରେ ବ୍ୟବସାୟ ରେ ଅସଫଳ ହେଲେ ତାହାକୁ ପରିବର୍ତନ କରିଦେଇ ଥାଉ l କିନ୍ତୁ ନୂଆ କାମ ଆରମ୍ଭ କରିବା ପୂର୍ବରୁ ଆମେ ବିଶେଷ ଭାବରେ କିଛିଟା ବାସ୍ତୁ ଟିପ୍ସ କୁ ଜାଣି ରଖିବା ଜରୁରୀ l ତେବେ ଆସନ୍ତୁ ଜାଣିବା ନୂଆ ବ୍ୟବସାୟ କରିବା ପୂର୍ବରୁ କେଉଁସବୁ କଥାକୁ ଗୁରୁତ୍ୱ ଦେବା ଜରୁରୀ l
– ଯେବେବି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଥମେ ନିଜ ବ୍ୟବସାୟ ପ୍ରତିଷ୍ଠାନ ର ମୁଖ କୁ ପ୍ରଥମ ଗୁରୁତ୍ୱ ଦେବା ଜରୁରୀ, ନିଜ ବ୍ୟବସାୟ ପ୍ରତିଷ୍ଠାନ ମୁଖ୍ୟ ଦ୍ୱାର ପୂର୍ବ କିମ୍ବା ଉତର ଦିଗକୁ ରଖନ୍ତୁ l ଏହାଛଡା ଯାହା ସହିତ ଆପଣ ନିଜର ଡୀଲ କରୁଛନ୍ତି ସେହି ସମୟରେ ମଧ୍ୟ ଆପଣଙ୍କ ମୁଖ ପୂର୍ବ କିମ୍ବା ଉତର ଦିଗକୁ ରହିବ ଜରୁରୀ l ବାସ୍ତୁ ଶାସ୍ତ୍ର ଅନୁସାରେ ଏହାଦ୍ୱାରା ଆପଣଙ୍କୁ କାମ ମିଳିବ ଓ ବ୍ୟବସାୟ ରେ ଉନ୍ନତି ହେବ l
– ଯଦି ଆପଣ ନିଜ ପ୍ରତିଷ୍ଠାନ ର ମୁଖ୍ୟ ତେବେ ଆପଣଙ୍କୁ ସର୍ବଦା ଦକ୍ଷିଣ-ପଶ୍ଚିମ କୋଣରେ ବସିବା ଜରୁରୀ l ଏହି ଦିଗରେ ବସି ନିର୍ଣ୍ଣୟ ନେବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ l ଏବଂ ଆପଣ କୌଣସି ଅସୁବିଧାରେ ମଧ୍ୟ ପଡିବେ ନାହିଁ l
– ଆପଣ ଚେଷ୍ଟା କରନ୍ତୁ ନିଜ କାର୍ଯ୍ୟାଳୟ ବା ପ୍ରତିଷ୍ଠାନ ର ଉତ୍ତର -ପୂର୍ବ ଦିଗରେ ଗୋଟିଏ ୱାଟର ଫାଉଣ୍ଟେନ ଲଗାଇବାକୁ l ନଚେତ ଗୋଟିଏ ଆକୁଆରୀୟମ ରଖନ୍ତୁ l ଏହାଦ୍ୱାରା ସକାରାତ୍ମକ ପ୍ରଭାବ ପ୍ରତିଷ୍ଠାନ ଉପରେ ପଡିବ l
– ଆପଣଙ୍କ କାମ ଉପରେ ନକାରାତ୍ମକ ପ୍ରଭାବ ନପଡିବା ପାଇଁ ନିଜ ପ୍ରତିଷ୍ଠାନ ର ସମସ୍ତ ଟେବୁଲ ଚୌକି ସଫା ରଖନ୍ତୁ l ଯେଉଁ ଟେବୁଲ ଉପରେ ବସି କାମ କରୁଛନ୍ତି ତା ଉପରେ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା ଅଇଁଠା ପକାନ୍ତୁ ନାହିଁ l ଏହାଦ୍ୱାରା କାର୍ଯ୍ୟ ରେ ବାଧାବିଘ୍ନ ଆସିଥାଏ l
– କଦାପି ନିଜ କାର୍ଯ୍ୟାଳୟ ରେ ଅନ୍ୟ ଲୋକ ର ଖରାପ ଗୁଣ ଆଲୋଚନା କରନ୍ତୁ ନାହିଁ l ଏହା ଆପଣଙ୍କ କାମ କୁ ମଧ୍ୟ ପ୍ରଭାବିତ କରିଥାଏ ଓ ସଫଳତା ରେ ବାଧକ ଆଣିଥାଏ l ସର୍ବଦା ସଫଳତା ଲାଭ କରିଥିବା ବ୍ୟକ୍ତି ଙ୍କ ବିଷୟରେ ଆଲୋଚନା କରନ୍ତୁ l
