Odisha news

ଭିଜିଲାନ୍ସ ମାମଲା ; ବାରିପଦା ଟାଉନ ପ୍ଲାନିଂର ଅବସରପ୍ରାପ୍ତ କନିଷ୍ଠ କିରାଣୀ ପ୍ରତାପ କେସିଙ୍କୁ ୫ବର୍ଷ ଜେଲ

0

ବାରିପଦା  : ଏକ ଭିଜିଲାନ୍ସ ମାମଲାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ପ୍ରସନ୍ନ କୁମାର ମିଶ୍ର ବାରିପଦା ଟାଉନ ପ୍ଲାନିଂର ଅସରପ୍ରାପ୍ତ କନିଷ୍ଠ କିରାଣୀ ପ୍ରତାପ ଚନ୍ଦ୍ର କେସିଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୫ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ଶାନ୍ତନୁ କୁମାର ଦାସ ମମାଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ୨୦୧୬ ମସିହାରେ ବାରିପଦା ଟାଉନ ପ୍ଲାନିଂର ତକôାଳିନ କନିଷ୍ଠ କିରାଣୀ ପ୍ରତାପ ଚନ୍ଦ୍ର କେସିଙ୍କ ନିକଟରେ ବେନିୟମ ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇ ୧୯ଲକ୍ଷ ୩ହଜାର ୯ଶହ ୯ଟଙ୍କା ଆୟବର୍ହିଭୂତ୍ତି ସମ୍ପତ୍ତି ଠାବ କରାଯାଇଥିଲା । ଏନେଇ ଭିଜିଲାନ୍ସ ବିଭାଗରେ ୧୫/୧୬ ମାମଲା ରୁଜୁ ହୋଇ ଅଭିଯୁକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଶନିବାର ଉକ୍ତ ମାମଲାର ବିଚାରକରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।

Leave A Reply