Odisha news

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଲଡୁକେଶ୍ୱର ରଣାଙ୍କୁ ସମ୍ବର୍ଦ୍ଧନା

0

ବାରିପଦା  : ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଭ୍ୟ ଭାବେ ମୟୂରଭଞ୍ଜ ଜିଲ୍ଲା ଛଉନୃତ୍ୟର ପ୍ରତିନିଧି ଲଡୁକେଶ୍ୱର ରଣାଙ୍କୁ ଗତ କିଛି ଦିନ ତଳେ ମନୋନୀତ କରାଯାଇଥିଲା । ଏହି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ନୃତ୍ୟ ବିଭାଗ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଓଡିଶା ସଙ୍ଗୀତ ନାଟକ ସମ୍ମିଳନୀ ଗୃହରେ ଏକ ସମ୍ବର୍ଦ୍ଧନା ଶୋଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଓ ବରିଷ୍ଠ ଓଡିଶୀ ନୃତ୍ୟଶିଳ୍ପୀ ତଥା ଅଧ୍ୟକ୍ଷ ଅରୁଣା ମହାନ୍ତି ପ୍ରମୁଖ ଯୋଗଦେଇ ଲଡୁକେଶ୍ୱର ରଣାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ମୟୂରଭଞ୍ଜ ଜିଲ୍ଲାର ଛଉ କଳାକାର ମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି ।

Leave A Reply