ବାରିପଦା : ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଭୁବନେଶ୍ୱର ଜିଲ୍ଲା ଉପନିୟନ୍ତ୍ରକ ବୈଦ ମାପ ବିଜ୍ଞାନ, ବାରିପଦାଙ୍କ ସହଯୋଗରେ ଉପଭୋକ୍ତା ସଂଗଠନ “ସଂକଳ୍ପ” କୁଳିଅଣାଙ୍କ ମିଳିତ ଆନୁକୂଲ୍ୟରେ ମହାରାଜପୁର, ବାରିପଦା ସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଆକାଇଷ୍ଟେନସି ଓ ପରିଚାଳନା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୪ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଏମଏଏମର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୋଳନ କରି ବିଶ୍ୱ ଖାଉଟି ଅଧିକାର ଦିବସକୁ ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂକଳ୍ପର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ମଞ୍ଚରେ ଥିବା ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ ପୂର୍ବକ ଅଂଶଗ୍ରହଣ କାରିଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା । ସଂକଳ୍ପର ସଭାପତି ଅମୋଦ କୁମାର ପ୍ରଧାନ ଉପସ୍ଥିତ ରହି ସଭାକାର୍ଯ୍ୟ ସମ୍ପାଦନ କରିଥିଲେ । ଡିସିଡିଆରସିର ସଭ୍ୟ ଜୀବନକୃଷ୍ଣ ବେହେରା, ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ଧିରୋଜ କୁମାର ଭୁୟାଁ, ଦାମଦରପୁର ସ୍ଥିତ ଆଇପିଏସର ଅଧ୍ୟକ୍ଷା ଅନାମିକା ସୋରେନ୍, ଡିସିଡିଆରଏଫ୍ର ପୂର୍ବତନ ସଭାପତି ନରେନ୍ଦ୍ର କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ, ସମ୍ମାନୀୟ ଅତିଥି ଭାବେ ବିବେକାନନ୍ଦ ପଟ୍ଟନାୟକ, ସମ୍ପାଦକ ସ୍ୱାରଦା, ନାଏରା ଏନଆରଜି ଲିମିଟେଡ୍ର ଟିଏସଏମ ପାର୍ଥ ସାରଥି ଜେନା ଏବଂ ସହକାରୀ ନିୟନ୍ତ୍ରକ ରାଜକିଶୋର ମଲ୍ଲିକ ପ୍ରମୁଖ ଯୋଗଦେଇ ଖାଉଟି ସଚେତନତା ଓ ଅଧିକାର, ଖାଉଟି ସରୁକ୍ଷାର ଆବଶ୍ୟକତା, ଖାଉଟି ବିବାଦର ପ୍ରତିକାର, ଇକମର୍ଶ ଓ ଡିଜିଟାଲ ଟ୍ରେଡ୍, ଦ୍ରବ୍ୟ କିଣା ଓ ସେବା ସମ୍ବନ୍ଧୀୟ ତୃଟି ସମାଧାନ ଉପଭୋକ୍ତା ମାନଙ୍କ ପାଇଁ