Odisha news

ଏମ୍ପିସି ସ୍ୱୟଂଶାସିତ କଲେଜ ବିଇଡି ବିଭାଗ ପକ୍ଷରୁ ଆଲୋଚନାଚକ୍ର

0

ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ କଲେଜର ଇଣ୍ଟିଗ୍ରେଟେଡ୍ ବିଇଡି ବିଭାଗ ପକ୍ଷରୁ ଭବିଷ୍ୟତ ନିର୍ମାଣ : ଶିକ୍ଷକ ଶିକ୍ଷାରେ ସମନ୍ୱିତ ଜାତୀୟ ଶିକ୍ଷା ନୀତିର ସଂସ୍କାର ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଦୂର୍ଗା ଚରଣ ମାଝି ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଷୟ ବିଶେଷଜ୍ଞ ଭାବେ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଯୋଗଦେଇ ପ୍ରସଙ୍ଗ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୂ-ତତ୍ତ୍ୱ ବିଭାଗର ମୁଖ୍ୟ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁ, ବାଣିଜ୍ୟ ବିଭାଗର ମୁଖ୍ୟ ଡଃ ଆଶୁତୋଷ ପ୍ରୟାସ ଦାଶ, ଦର୍ଶନ ବିଭାଗର ମୁଖ୍ୟ ଡଃ ଦୀପକ କୁମାର ବେହେରା ମଞ୍ଚାସୀନ ଥିଲେ । ଛାତ୍ରୀ ଅର୍ପିତାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶେଷରେ ଛାତ୍ରୀ ଇନୁଲୀନା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply