Odisha news

ବରିଷ୍ଠ କବି ଡଃ ନୀଳକଣ୍ଠ ମିଶ୍ରଙ୍କର ଜନ୍ମଦିନ ପାଳିତ

0

ବାରିପଦା  : ଲବ୍ଧ ପ୍ରତିଷ୍ଠିତ ସାରସ୍ୱତ ସାଧକ ବରିଷ୍ଠ କବି ଡଃ ନୀଳକଣ୍ଠ ମିଶ୍ରଙ୍କର ୭୮ତମ ଜନ୍ମଦିନ ବିପୁଳ ଉତ୍ସାହ ମଧ୍ୟରେ ଶିକ୍ଷକ ସମାଜ ତରଫରୁ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଆଶିଷ ରଞ୍ଜନ ବାସୁରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଇନ୍ସ ଫୋରମ ସଭାପତି ଅମିତାଭ ମିଶ୍ର, ଶିକ୍ଷକ ମୃତୁ୍ୟଞ୍ଜୟ ପ୍ରଧାନ ଓ ଶିକ୍ଷୟିତ୍ରୀ ଅନିଶା ବେହେରା ପ୍ରମୁଖ ଯୋଗଦେଇ ଡଃ ମିଶ୍ରଙ୍କର କୃତୀ ଶିକ୍ଷକ ଭାବରେ ଦୀର୍ଘ କର୍ମମୟ ଜୀବନ ସର୍ବୋପରି ତାଙ୍କର ସାମଗ୍ରିକ ସାହିତ୍ୟକୃତୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିକ୍ଷକ ପ୍ରତାପ ଚନ୍ଦ୍ର ଧଡ଼ାଙ୍କୁ ଡଃ ମିଶ୍ର ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଅଶ୍ୱିନୀ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଡଃ ମିଶ୍ର ଓଡିଶା ସାହିତ୍ୟ ଏକାଡ଼େମୀ ସମ୍ବର୍ଦ୍ଧିତ ତଥା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଭୂମିପୁତ୍ର ସମ୍ମାନପ୍ରାପ୍ତ ବରିଷ୍ଠ କବି ।

Leave A Reply