Odisha news

ସାଇ ଡିଗ୍ରୀ ମହାବିଦ୍ୟାଳୟରେ ଉଦ୍ଭିଦ ଓ ଜୀବ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

0

ବାରିପଦା  : ସାଇ ଡଗ୍ରୀ ମହାବିଦ୍ୟାଳୟରେ ଫେବୃଆରୀ ୧୭ ଏବଂ ୧୮ ତାରିଖ ଦିନ ଯଥାକ୍ରମେ ଉଦ୍ଭିଦ ଏ ଜୀବ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚଳ୍ରର ପ୍ରଥମ ଦିନରେ ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଥିବା “ଇଥୋନୋମେଡିସିନାଲ ପ୍ଲାଣ୍ଟସ୍ ଅଫ୍ ମୟୂରଭଂଞ୍ଜ ଡିସ୍ଟ୍ରିକ୍ଟ ଏଣ୍ଡ ଦେୟାର କନ୍ଜରଭେସନ୍” ଶିର୍ଷକରେ ମୁଖ୍ୟବକ୍ତା ଭାବେ ରଙ୍ଗାମାଟିଆ ମହାବିଦ୍ୟାଳୟର ଅଧ୍ୟାପକ ଡଃ ଦେବାଶିଷ ବେହେରା ଯୋଗଦେଇ ନିଜର ସନ୍ଦର୍ଭ ପାଠ କରିବା ସହ ଏଥିରେ ଯୋଗଦେଇଥିବା ରଙ୍ଗାମାଟିଆ ମହାବିଦ୍ୟାଳୟ, ବାରିପଦା ଡିଗ୍ରୀ କଲେଜ ଓ ସାଇ ଡିଗ୍ରୀ କଲେଜର ଉଦ୍ଭିଦ ବିଜ୍ଞାନ ସମ୍ମାନ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଆଲୋଚନା ଚକ୍ର ସଂଗଠିତ ହୋଇଥିବାବେଳେ ୧୮ତାରିଖ ଦିନ “ସେକ୍ସ ଡିଟରମିନେସନ” ଶିର୍ଷକରେ ମୁଖ୍ୟବକ୍ତା ଭାବେ ବାରିପଦା ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟାପିକା ଡଃ ଅଞ୍ଜଳୀ ପଣ୍ଡା ଯୋଗଦେଇ ନିଜର ସନ୍ଦର୍ଭ ପାଠ କରିଥିଲେ ଏବଂ ସାଇ ଡିଗ୍ରୀ କଲେଜ ଓ ବାରିପଦା ଡିଗ୍ରୀ କଲେଜର ଜୀବ ବିଜ୍ଞାନ ସମ୍ମାନ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ଦୁଇଦିନ ଧରି ହୋଇଥିବା ଆଲୋଚନା ଚକ୍ର ଗୁଡିକରେ ପୌରହିତ୍ୟ କରି ଅନୁଷ୍ଠାନର ନିଦେ୍ର୍ଦଶକ ଅମୀୟ ଶଙ୍କର ସାହୁ ଅଲୋଚନା ଚକ୍ର ଏବଂ ସର୍ନ୍ଦଭ ପାଠର ଉପକାରିତା ଏବଂ ଗବେଷଣାରେ କିପରି ସାହାଯ୍ୟ କରେ ସେ ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନା କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଦୁଇଦିନ ଧରି କାର୍ଯ୍ୟକ୍ରମରେ ବାରିପଦା ଡିଗ୍ରୀ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ସରୋଜ କୁମାର ବେହେରା ଓ ଜୀବ ବିଜ୍ଞାନ ଅଧ୍ୟାପକ ଅଭିଳାସ ଅଚାର୍ଯ୍ୟ ଯୋଗ ଦେଇଥିଲେ । ସାଇ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡଃ ରଣଜିତ କୁମାର ସାହୁ କାର୍ଯ୍ୟକ୍ରମ ସମୂହର ସଂଯୋଜନା କରିବା ସହ ଆଲୋଚନା ଚକ୍ର ଗୁଡିକର ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ସୁଧୀର କୁମାର ବେହେରା, ସନ୍ତୋଷ କୁମାର ଜେନା, ଦୁଷ୍ମନ୍ତ ମହାନ୍ତ, ଅମରନାଥ ଦାସ, ଶୁଭଶ୍ରୀ ବେହେରା ଓ ତାରାକାନ୍ତ ଦାଶ ପ୍ରମୁଖ ସହଯୋଗ କରିଥିଲେ ।

Ad2
Leave A Reply