Odisha news

ସାଲେପୁର – ଚାରିଗୋଟି  ପଂଚାୟତରେ “ଆମ ଓଡିଶା ନବୀନ ଓଡିଶା “କାର୍ଯ୍ୟକ୍ରମ ଅନୁଷ୍ଠିତ

0
ସାଲେପୁର :-  ସାଲେପୁର ବ୍ଲକ ନାନ୍ଦୋଳ, ମହାଜନପୁର, ତ୍ରିଲୋଚନପୁର ଓ ଗୁଜରପୁର ପଂଚାୟତରେ “ଆମ ଓଡିଶା ନବୀନ ଓଡିଶା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନାନ୍ଦୋଳ ପଞ୍ଚାୟତ ସ୍ଥିତ ନାନ୍ଦୋଳ  U G M E ସ୍କୁଲ ଖେଳ ପଡିଆଠାରେ ସରପଞ୍ଚ ଜ୍ଞାନ ରଞ୍ଜନ ପଟନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ଆଜି ଅଞ୍ଚଳରେ ସବୁ ବର୍ଗର ଜନସାଧାରଣ ପାଉଥିବା ବେଳେ ଅଞ୍ଚଳର ଦ୍ରୁତ ବିକାଶ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲାଗି ସମ୍ଭବ ହୋଇପାରିଛି l ସାଲେପୁର  ଅଞ୍ଚଳକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ ଆପଣମାନଙ୍କ ଆଶ୍ରିବାଦ ଓ ଭଲପାଇବା ସବୁବେଳେ ମୋ ଉପରେ ରହିଥାଉ l ଏହି କାର୍ଯ୍ୟକ୍ରମରେ ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଖଗେଶ୍ବର ପାତ୍ର , ଆତ୍ମା ସଭାପତି ଦିଲ୍ଲୀପ ଦାଶ, 43 ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିତା ମଲ୍ଲିକ ,ବ୍ଲକବିଜେଡି କାର୍ଯ୍ୟ କାରିଣୀ ସଭାପତି  ନାରାୟଣ ପତି,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି, ମହଣ ସରପଞ୍ଚ  ପ୍ରଭାତ ପାତ୍ର,ମଧ୍ୟକଛ ସରପଞ୍ଚ ସଞ୍ଜୟ ବେଉରା ,ନାୟବ ସରପଞ୍ଚ ଜାରିନା ପରବିନ,ପ୍ରମୁଖ ଅତିଥି ଭାବେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନହିତକର  ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ  l ସୟଦ ଜାକି ଅମିନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ଫେଡରେସନ ସଭାପତି ଲକ୍ଷ୍ମୀପ୍ରିୟା ତ୍ରିପାଠୀ ,ସମ୍ପାଦକ ରୀନା ସ୍ବାଇଁ, ପୂର୍ବ ତନ ସରପଞ୍ଚ ମନସ୍ମିତା  ସ୍ବାଇଁ ନିଜର ମତାମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ  ଜୟନ୍ତ ରାଉତ, ପ୍ରଦୀପ୍ତ କୁମାର ସାହୁ, ଗଙ୍ଗାଧର ସେଠି, ଅକ୍ଷୟ ସାହୁ, ମନୋଜ ଖିଲାର, ଟୁନା ଭୋଇ ପ୍ରମୁଖ ସହଯୋଗ କରିଥିଲେ। ସମାଜସେବୀ ଶିଶିର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୁଇ ୮୦ ଜଣ  ଅବସର ଗ୍ରହଣ କରିଥିବା  ସରକାରୀ କର୍ମଚାରି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅନ୍ୟ ତିନିଗୋଟି ପଞ୍ଚାୟତରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୪୪ନମ୍ୱର ଜିଲ୍ଲା ପରିଷଦ ରଞ୍ଜିତା ସେଠୀ, ବ୍ଲକ ଉପାଧ୍ୟକ୍ଷl ପୁଷ୍ପାଞ୍ଜଳୀ ବିଶ୍ଵାଳ, କୃଷ୍ଟଚନ୍ଦ୍ର ଲେଙ୍କା, ଯୁବ ନେତା ବିରଞ୍ଚି ନାରାୟଣ କର, ସୁବlସିସ ପ୍ରଧାନ, ବିଶ୍ୱଜିତ ବିଶ୍ଵାଳ, ଭରତ ମଲ୍ଲିକ ପ୍ରମୁଖ ଯୋଗ ଦେଇ ନବୀନ ସରକାରର ଲୋକାଭିମୁଖୀ ଯୋଜନା ଉପରେ ଆଲୋକ ପାତ କରିଥିଲେ।।
IEC 2 years
Leave A Reply