ବାରିପଦା : ବାରିପଦାର ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳଙ୍କୁ ରାଜସ୍ଥାନର ଶ୍ରୀଗଙ୍ଗାନଗର ଠାରେ ହେଲ୍ପ ଇଣ୍ଡିଆ ଫାଉଣ୍ଡେସନ ତରଫରୁୁ “ନେସନାଲ ହୁ୍ୟମାନିଟୀ ଆୱାର୍ଡÿ ୨୦୨୪” ପ୍ରଦାନ କରାଯାଇଛି । ହେଲ୍ପ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଏକ ରାଷ୍ଟ୍ରୀୟ ରକ୍ତଦାତା ସମ୍ମାନ ସମାରୋହ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଭାରତର ସବୁ ରାଜ୍ୟରୁ ନିୟମିତ ରକ୍ତଦାତା ମାନଙ୍କୁ ଚୟନ କରାଯାଇ ନିମନ୍ତ୍ରଣ କରାଯାଇଥିଲା । ଏହି ସମ୍ମାନ ସମାରୋହ ଉତ୍ସବ ସଞ୍ଜୀବ ନଗପାଲଙ୍କ ସଭାପତିତ୍ୱରେ ହୋଇଥିବାବେଳେ ମୁଖ୍ୟଅତିଥି ଭାବରେ ଶ୍ରୀଗଙ୍ଗାନଗର ର ବିଧାୟକ ଜୟଦୀପ ବିହାନି ଓ କେଶର ସିଂ ଭୁଲରସ, ମ୍ମାନିତ ଅତିଥି ଭାବରେ ସଞ୍ଜୀବ କୁମାର ଚୌହାନ, ରାକେଶ ଲୌହାର ଓ ସନୁ ବର୍ମା ଓ ବିନୋଦ ରାଜପୁତ ପ୍ରମୁଖ ଉପସ୍ଥିତ ରହି ମଞ୍ଚ ପରିଚାଳନା କରିଥିଲେ । ଡ଼ ନିରୋଜ ଏହି ରାଷ୍ଟ୍ରୀୟ ସମ୍ମାନ ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଅଛି ।