ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋପଡିଛନ୍ତି । ଶନିବାର ୨୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୪୫୪କୁ ଛୁଇଁଛି । ଶନିବାର ମୋଟ୍ ୨୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୨ଜଣ କୋଭିଡ୍ ଯୋଦ୍ଧା ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ବଡସାହି ଓ ବହଳଦା ବ୍ଲକରୁ ଜଣେ ଲେଖାଏଁ, ଜାମଦା, ଶୁକୃଳି, ବେତନଟୀ ଓ ବାରିପଦା ପୌରାଞ୍ଚଳରୁ ଦୁଇଜଣ ଲେଖାଏଁ, ରାସଗୋବିନ୍ଦପୁର ବ୍ଲକରୁ ୩ଜଣ ଓ ରରୁଆଁ ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ଠାକୁରମୁଣ୍ଡା ଓ କରଞ୍ଜିଆ ବ୍ଲକରୁ ଜଣେ ଲେଖାଏଁ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ୩ଜଣ କରୋନା ଆକ୍ରାନ୍ତ ବେତନଟୀ ବ୍ଲକରୁ ଜଣେ ଓ ଶୁକୃଳି ବ୍ଲକରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ତାମିଲନାଡୁ ଓ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୪୫୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଲେ ୧୪୮ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।
